Advertisment

ମାନିଲା ପାକିସ୍ତାନ: ପିଓକେ ଗୋଟିଏ ବିଦେଶୀ ଅଞ୍ଚଳ, ସରକାରଙ୍କର ନାହିଁ କୌଣସି କର୍ତ୍ତୃତ୍ୱ

ପିଓକେ ଗୋଟିଏ ବିଦେଶୀ ଅଞ୍ଚଳ ଓ ଏହା ଉପରେ ପାକିସ୍ତାନ ସରକାରଙ୍କର କୌଣସି କର୍ତ୍ତୃତ୍ୱ ନାହିଁ ବୋଲି ଆଜି ଇସଲାମାବାଦ ହାଇକୋର୍ଟରେ ପାକିସ୍ତାନ କହିଛି।

Pakistan

Pakistan

Advertisment

ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ନେଇ ବଡ଼ ସ୍ୱୀକାରୋକ୍ତି କରିଛି ଇସଲାମାବାଦ। ପିଓକେ ଗୋଟିଏ ବିଦେଶୀ ଅଞ୍ଚଳ ଓ ଏହା ଉପରେ ପାକିସ୍ତାନ ସରକାରଙ୍କର କୌଣସି କର୍ତ୍ତୃତ୍ୱ ନାହିଁ ବୋଲି ଆଜି ଇସଲାମାବାଦ ହାଇକୋର୍ଟରେ ପାକିସ୍ତାନ କହିଛି।

Advertisment

କଶ୍ମୀର କବି ତଥା ସାମ୍ବାଦିକ ଅହମଦ ଫରହାଦ ଶାହଙ୍କ ଅପହରଣ ମାମଲାର ଶୁଣାଣି ବେଳେ ପାକିସ୍ତାନର ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ଏପରି କଥା ହାଇକୋର୍ଟରେ ଉପସ୍ଥାପନ କରିଛନ୍ତି।

ମେ’ ୧୫ ତାରିଖରେ ଶାହଙ୍କୁ ରାୱଲପିଣ୍ଡି ସ୍ଥିତ ତାଙ୍କ ବାସଭବନରୁ ପାକିସ୍ତାନ ଗୁଇନ୍ଦା ବିଭାଗ ଉଠାଇ ନେଇଛି। ଏହା ବିରୋଧରେ ତାଙ୍କ ପତ୍ନୀ ଇସଲାମାବାଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ବିଚାରପତି ଜଷ୍ଟିସ ମୋହସିନ ଅଖତା କୟାନି ଶୁଣାଣି ବେଳେ ଶାହଙ୍କୁ କୋର୍ଟରେ ହାଜର କରାଯିବା ସପକ୍ଷରେ ମତ ରଖିଥିଲେ। 

Advertisment

ତେବେ ଶୁକ୍ରବାର ଇସଲାମାବାଦ ହାଇକୋର୍ଟରେ ପାକିସ୍ତାନର ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ନିଜର ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଯେ ଫରହାଦ ଶାହ ଏବେ ପିଓକେର ପୁଲିସ୍‌ ହେପାଜତରେ ରହିଛନ୍ତି।

ତାଙ୍କୁ ଇସଲାମାବାଦ ହାଇକୋର୍ଟରେ ହାଜର କରାଯାଇ ପାରିବ ନାହିଁ। କଶ୍ମୀର ହେଉଛି ଗୋଟିଏ ବିଦେଶୀ ଅଞ୍ଚଳ। ତା’ର ନିଜସ୍ୱ ସମ୍ବିଧାନ ଓ ନିଜସ୍ୱ କୋର୍ଟ ରହିଛି। ପିଓକେ ଉପରେ ପାକିସ୍ତାନର କୌଣସ କୋର୍ଟ ରାୟ ଦେଇ ପାରିବେ ନାହିଁ। କାରଣ ପିଓକେ ଉପରେ ପାକିସ୍ତାନ କୋର୍ଟର ରାୟ ଅର୍ଥ ଗୋଟିଏ ବିଦେଶୀ କୋର୍ଟର ରାୟ ସହ ସମାନ।

ଏହାଶୁଶି ଜଷ୍ଟିସ ଅଖତର କହିଛନ୍ତି ଯେ ଯଦି ପିଓକେ ଗୋଟିଏ ବିଦେଶୀ ଅଞ୍ଚଳ, ତା’ହେଲେ ପାକିସ୍ତାନୀ ମିଲିଟାରୀ ଓ ପାକିସ୍ତାନୀ ରେଞ୍ଜର୍ସ ସେହି ସ୍ଥାନରେ ପ୍ରବେଶ କରୁଛନ୍ତି? ଶୁଣାଣି ବେଳେ ପାକିସ୍ତାନ ଗୁଇନ୍ଦା ବିଭାଗ ବାରମ୍ବାର ଲୋକଙ୍କୁ ଅପହରଣ କରିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

କୋର୍ଟରେ ଚାଲିଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଛି ଯେ ଫରହାଦ ଶାହ ଏବେ ଧିରକୋଟ ପୁଲିସ୍‌ ହେପାଜତରେ ରହିଛନ୍ତି। ପିଓକେରେ ତାଙ୍କ ବିରୋଧରେ ୨ଟି ମାମଲା ରହିଥିବାରୁ ତାଙ୍କୁ ଅଟକ ରଖାଯାଇଛି।

୧୯୪୭ରୁ ପାକିସ୍ତାନ ଅଧୀନରେ ଥିବା କଶ୍ମୀରର କିଛି ଅଂଶକୁ ଭାରତ ସବୁବେଳେ ନିଜର କହି ଆସିଛି। ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ନିକଟରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ କହିଥିଲେ। ପିଓକେ ସବୁବେଳେ ଭାରତର ଥିଲା ଓ ଭାରତର ହୋଇ ରହିବ ବୋଲି ସେ କହିଥିଲେ। ଏବେ ପାକିସ୍ତାନ ମଧ୍ୟ ପିଓକେ ଗୋଟିଏ ବିଦେଶୀ ଅଞ୍ଚଳ ବୋଲି କହିଛି।

ପାକିସ୍ତାନ ଅଧିକୃତ କଶ୍ମୀର ଓ ଏହାର ଲୋକଙ୍କ ଅଧିକାର ପାଇଁ ଫରହାଦ ଶାହ ସବୁବେଳେ ଲଢ଼େଇ କରି ଆସିଛନ୍ତି। ସେ ସରକାର ଓ ଆର୍ମି ବିରୋଧରେ ହେଉଥିବା ଆନ୍ଦୋଳନର ନେତୃତ୍ୱ ମଧ୍ୟ ନେଉଥିଲେ। ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି।

Pakistan India POK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe