Advertisment

America-India: ଭାରତ ମାନଚିତ୍ରରେ ପିଓକେ, ଅକସାଇ ଚୀନ୍; ବିଚଳିତ ଚୀନ ଓ ପାକିସ୍ତାନ

ଟାରିଫ୍ ଟେନସନ୍ ପରେ ଐତିହାସିକ ଟ୍ରେଡ୍ ଡିଲ୍। ଆଉ ତାପରେ ଟ୍ରମ୍ପ ପ୍ରଶାସନ ଜାରି କରିଛି ଭାରତର ଅଫିସିଆଲ୍ ମ୍ୟାପ୍। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, କାଶ୍ମୀର, ପିଓକେ ଏବଂ ଅକସାଇ ଚୀନ୍ ଭାରତର। କାଶ୍ମୀରକୁ ଭାରତ ସବୁବେଳେ ନିଜର ଅଭିନ୍ନ ଅଙ୍ଗ ଭାବେ ଦର୍ଶାଇଛି।

America
Advertisment

ଟାରିଫ୍ ଟେନସନ୍ ପରେ ଐତିହାସିକ ଟ୍ରେଡ୍ ଡିଲ୍। ଆଉ ତାପରେ ଟ୍ରମ୍ପ ପ୍ରଶାସନ ଜାରି କରିଛି ଭାରତର ଅଫିସିଆଲ୍ ମ୍ୟାପ୍। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, କାଶ୍ମୀର, ପିଓକେ ଏବଂ ଅକସାଇ ଚୀନ୍ ଭାରତର। କାଶ୍ମୀରକୁ ଭାରତ ସବୁବେଳେ ନିଜର ଅଭିନ୍ନ ଅଙ୍ଗ ଭାବେ ଦର୍ଶାଇଛି। ତେବେ ପାକିସ୍ତାନ କାଶ୍ମୀରର କିଛି ଅଂଶକୁ ନିଜ କବଜାରେ ରଖିଛି। ପିଓକେ ନାଁରେ ଏହି ଅଂଶ ବି ଭାରତର ବୋଲି କହିଛି ୱାଶିଂଟନ୍। ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ, ପିଓକେ ପ୍ରସଙ୍ଗ ଦ୍ୱିପାକ୍ଷିକ ଏବଂ ଭାରତ-ପାକିସ୍ତାନ ମିଶି ଏହାର ସମାଧାନ କରିବା ଉଚିତ। ହେଲେ ଏବେ ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟରୁ ଜାରି ନୂଆ ମ୍ୟାପରେ ପିଓକେକୁ ଭାରତର ଅଂଶ ବୋଲି ଦର୍ଶାଯାଇଛି। କେବଳ ଏତିକି ନୁହେଁ, ଲଦ୍ଦାଖର ଅକସାଇ ଚୀନକୁ ବି ଭାରତର ଅଂଶ ବୋଲି କହିଛି ଆମେରିକା। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପାକିସ୍ତାନକୁ ଝଟକା ଦେଇଛି। ପାକିସ୍ତାନ ପାଇଁ ଏହା ଆମେରିକାର ଏକ ରାଜନୈତିକ ଓ କୂଟନୈତିକ ସନ୍ଦେଶ ବୋଲି କୁହାଯାଉଛି। ସାରା ବିଶ୍ବ ସାମ୍ନାରେ ଭାରତର ନୂଆ ମ୍ୟାପ୍ ଜାରି କରି ସମସ୍ତଙ୍କୁ ଚକିତ କରିଦେଇଛି ଆମେରିକା।

Advertisment

ୟୁଏସ୍ ଟ୍ରେଡ୍ ରିପ୍ରେଜେଣ୍ଟେଟିଭ୍ ପକ୍ଷରୁ କୁହାଯାଇଛି ଯେ, ଆମେରିକା ଉତ୍ପାଦ ପାଇଁ ଭାରତରେ ନୂଆ ବଜାର ଖୋଲିବ। ତେବେ ପ୍ରଶ୍ନ ଉଠୁଛି ହଠାତ୍ କାହିଁକି ଭାରତ ସପକ୍ଷରେ ଯୁକ୍ତି ବାଢିଲା ଆମେରିକା ? ଭାରତ ସହିତ ସୁସମ୍ପର୍କ ରଖିବାକୁ ଟ୍ରମ୍ଫଙ୍କର ଏତେ ଉତ୍କଣ୍ଠା ପଛର କାରଣ କଣ ? ହଠାତ ବାଣିଜ୍ୟିକ ଚୁକ୍ତି ପରେ ବିଶ୍ୱ ଦରବାରରେ ଭାରତକୁ କାହିଁକି ଶୀର୍ଷରେ ଥୋଇଦେଲେ ଟ୍ରମ୍ପ? କିଛି ଦିନ ତଳେ ଭାରତ ଉପରେ 50 ପ୍ରତିଶତ ଯାଏ ଟାରିଫ ଲଗାଇଥିଲେ ମିଷ୍ଟର ପ୍ରେସିଡେଣ୍ଟ ଟ୍ରମ୍ପ। ହେଲେ ଏବେ ଏହା 18 ପ୍ରତିଶତକୁ ଖସିଆସିଛି। ଆମେରିକା ଜାଣିଛି ବିଶ୍ବରେ ଭାରତ ଏକ ବଡ଼ ବଜାର। ଆମେରିକୀୟ ଉତ୍ପାଦକୁ ଭାରତରେ ବିକ୍ରି କରିବା ପାଇଁ ହେଲେ ଭାରତ ପ୍ରତି ସମ୍ପର୍କରେ ଘନିଷ୍ଠତା ଜରୁରୀ। ଯାହା ଭାରତ-ଆମେରିକା ନୂଆ ଟ୍ରେଡ୍ ଡିଲ୍ ପରେ ଦେଖିବାକୁ ମିଳିଛି। ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ ପରିବର୍ତ୍ତନ ହୋଇଥିବା ସ୍ପଷ୍ଟ ହୋଇଛି। 

ଆଉ ଏକ ବଡ଼ କଥା ହେଉଛି ଯେ, ମ୍ୟାପରେ ଅକସାଇ ଚୀନକୁ ମଧ୍ୟ ଭାରତର ଅଂଶ ବୋଲି ଦର୍ଶାଇଛି ଆମେରିକା। ଅକସାଇ ଚୀନକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଲାଗି ରହିଛି। ଅକସାଇ ଚୀନକୁ ଚାଇନା ନିଜର ବୋଲି ଦାବି କରି ଆସୁଛି। 2023ରେ ଚୀନ ପକ୍ଷରୁ ଜାରି କରାଯାଇଥିବା ମ୍ୟାପରେ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତ ଏବଂ ଅକସାଇ ଚୀନକୁ ନିଜର ବୋଲି ଦର୍ଶାଇଥିଲା। ସେତେବେଳେ ଭାରତ ଏହାର କଡା ବିରୋଧ କରି କହିଥିଲା, ଏଭଳି ମ୍ୟାପ୍ ଜାରି କରିଦେଲେ ମିଛ ସତ ହୋଇଯାଏନି। ଏବେ ଆମେରିକା ପକ୍ଷରୁ ମ୍ୟାପ ଜାରି ପରେ ଚୀନକୁ ବି ଲାଗିଛି ଶକ୍ତ ଝଟକା।  

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe