Advertisment

Protest in POK: ଅଶାନ୍ତି ପିଓକେରେ ପାକିସ୍ତାନ ସେନାର ଦମନଲୀଲା, ଗଲାଣି ୨୦ ଜୀବନ

ପିଓକେରେ ମଙ୍ଗଳବାର ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଆଜି ଦଦୟାଲ ଠାରେ ବିକ୍ଷୋଭକାରୀ ଓ ସେନା ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ଏହି ସମୟରେ ବିକ୍ଷୋଭକାରୀଙ୍କୁ ଦମନ କରିବା ପାଇଁ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଛି।

author-image
Hemant Lenka
Pok

ପିଓକେରେ ବିକ୍ଷୋଭ

ନିଜର ହକ ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ସାଧାରଣ ନାଗରିକଙ୍କ ଉପରେ ଆଖିବୁଜା ଗୁଳି ମାଡ଼ କରି ଚାଲିଛି ପାକିସ୍ତାନୀ ସେନା। ବେଶ କିଛି ଦିନ ହେବ ପିଓକେରେ ବିକ୍ଷୋଭ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ସେନା ଓ ପୁଲିସ୍‌ର ଗୁଳି ମାଡ଼ରେ ୨୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

Advertisment

ଏବେ ବି ଅନେକ ଲୋକ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ସ୍ୱରକୁ ଚାପି ଦେବା ପାଇଁ ପାକିସ୍ତାନ ସେନା ଉଦ୍ୟମ ଜାରି ରଖିଛି। ପଓକେ(POK)ର ଲୋକମାନେ ଦୀର୍ଘ ୭୦ ବର୍ଷ ହେଲା ସରକାରୀ ଅବହେଳାର ଶିକାର ହୋଇ ଚାଲିଥିବା ବେଳେ ଏବେ ସେମାନେ ୩୮ଟି ଦାବି ଉପସ୍ଥାପନ କରିଛନ୍ତି। ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବା ପରିବର୍ତ୍ତେ ପାକିସ୍ତାନର ଶେହବାଜ ଶରିଫ ସରକାର ଏବେ ସେନା ସହାୟତାରେ ଦମନଲୀଳା ଜାରି ରଖିଛି। 

ପିଓକେରେ ମଙ୍ଗଳବାର ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ଆଜି ଦଦୟାଲ ଠାରେ ବିକ୍ଷୋଭକାରୀ ଓ ସେନା ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ଏହି ସମୟରେ ବିକ୍ଷୋଭକାରୀଙ୍କୁ ଦମନ କରିବା ପାଇଁ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଛି। ଦଦୟାଲ ବ୍ୟତୀତ ମୁଜାଫରବାଦ, ରାୱାଲାକୋଟ, ନୀଲମ ଭ୍ୟାଲୀ ଓ କୋଟଲିରେ ମଧ୍ୟ ବଡ଼ଧରଣର ବିକ୍ଷୋଭ ଦେଖିବାକୁ ମିଳିଛି। 

Advertisment

ରିପୋର୍ଟ ଅନୁସାରେ, ଆଜି ମୁଜାଫରବାଦରେ ୫ ଜଣ, ଧୀରକୋଟରେ ୫ ଜଣ, ଦଦୟାଲରେ ୨ ଜଣ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ବିକ୍ଷୋଭକାରୀଙ୍କ ପାଲଟା ଆକ୍ରମଣରେ ୩ ଜଣ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଅତିରିକ୍ତ ଭାବେ ଆଉ ୨୦୦ରୁ ଅଧିକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିକ୍ଷୋଭକାରୀ ଗୁଳିମାଡ଼ରେ ଆହତ ହୋଇଥିବା ଜଣାପଡ଼ିଛି।

ବୁଧବାର ସୁଦ୍ଧା  ବାଗ ଜିଲ୍ଲାର ଧୀରକୋଟରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୁଜଫରାବାଦ ଓ ମୀରପୁରରେ ୨ ଜଣ ଲେଖାଏଙ୍କ ମୃତ୍ୟୁ ଥିଲା। ମଙ୍ଗଳବାର ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇ ଖବର ମିଳିଥିଲା। 

ପାକିସ୍ତାନ(Pakistan) ସରକାର ପାକ୍‌ ଅଧିକୃତ କଶ୍ମୀରର ନାଗରିକମାନଙ୍କୁ ସେମାନଙ୍କ ମୌଳିକ ଅଧିକାର ପ୍ରଦାନ କରୁ ନଥିବା ଅଭିଯୋଗ କରି ‘ଯୁଗ୍ମ ଆୱାମୀ ଆକ୍ସନ କମିଟି’ ନେତୃତ୍ୱରେ ୩ ଦିନ ହେଲାଣି ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନ ଯୋଗୁ ପାକ୍ ଅଧିକୃତ କଶ୍ମୀରରେ ସମସ୍ତ ଦୋକାନ, ବଜାର ବନ୍ଦ ରହିଛି।

ତା’ସହିତ ଗମନାଗମନ ସେବା ଠକ ହୋଇଯାଇଛି। ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ‘ଯୁଗ୍ମ ଆୱାମୀ ଆକ୍ସନ କମିଟି’ ପାକିସ୍ତାନ ରେଞ୍ଜର୍ସ ଓ ପାକିସ୍ତାନ ସେନା ସହିତ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସୀଗୁଡ଼ିକୁ ଦାୟୀ କରିଛି। 


ଯୁଗ୍ମ ଆୱାମୀ ଆକ୍ସନ କମିଟି ମୋଟ ୩୮ଟି ଦାବି ରହିଛି। ପାକ୍‌ ଅଧିକୃତ କଶ୍ମୀର ବିଧାନସଭାରେ ୧୨ଟି ଆସନ ପାକିସ୍ତାନରେ ବସବାସ କରୁଥିବା କଶ୍ମୀରୀ ଶରଣାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଏହାକୁ ସଂପୂର୍ଣ୍ଣ ଭାବେ ହଟାଇବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ।

‘ଯୁଗ୍ମ ଆୱାମୀ ଆକ୍ସନ କମିଟି’ କହିଛି, ମୌଳିକ ଅଧିକାର ପାଇଁ ଆମେ ଅଭିଯାନ ଆରମ୍ଭ କରିଛୁ। ୭୦ ବର୍ଷ ହେଲାଣି ଆମକୁ ଆମ ମୌଳିକ ଅଧିକାରଗୁଡ଼ିକରୁ ବଞ୍ଚିତ କରାଯାଇଛି। ସେମାନଙ୍କୁ (ପାକିସ୍ତାନ ସରକାରଙ୍କୁ) ଏବେ ଆମକୁ ଆମ ମୌଳିକ ଅଧିକାର ପ୍ରଦାନ କରିବାକୁ ହେବ ନହେଲେ ନାଗରିକଙ୍କ ରାଗକୁ ସାମ୍ନା କରିବାକୁ ପଡ଼ିବ। 

ଅନ୍ୟପକ୍ଷରେ ସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ପାକ୍‌ ଅଧିକୃତ କଶ୍ମୀରରେ ଥିବା ସହରଗୁଡ଼ିକୁ ଅଧିକ ସଂଖ୍ୟାରେ ଫୋର୍ସକୁ ମୁତୟନ କରାଯାଇଛି। ପଞ୍ଜାବ ପ୍ରଦେଶରୁ ହଜାରେ ସୁରକ୍ଷା କର୍ମୀଙ୍କୁ ସେଠାକୁ ପଠାଯାଇଥିବା ବେଳେ ଇସ୍‌ଲାମବାଦ ଅତିରିକ୍ତ ଏକ ହଜାର ଫୋର୍ସ ସେଠାକୁ ଯାଇଛନ୍ତି ବୋଲି ସ୍ଥାନୀୟ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

Pakistan POK