Advertisment

କାନାଡା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ: ମାଷ୍ଟରମାଇଣ୍ଡ ଗିରଫ, ରହିଛି ପନ୍ନୁ ସହ ସମ୍ପର୍କ

ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂହ ପନ୍ନୁର ରାଇଟ୍‌ ହ୍ୟାଣ୍ଡ।

Canada Temple Attack case

Canada Temple Attack case

Advertisment

ନିକଟରେ କାନାଡାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଥିଲେ। ଏହି ମାମଲାରେ ଏବେ ପୁଲିସ ୪ର୍ଥ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବ୍ରାମ୍ପଟନ୍‌ର ଇନ୍ଦ୍ରଜିତ ଗୋଶାଲ। ମନ୍ଦିର ଉପରେ କରାଯାଇଥିବା ଆକ୍ରମଣ ସେ ହେଉଛନ୍ତି ମାଷ୍ଟରମାଇଣ୍ଡ। କେବଳ ସେତିକି ନୁହେଁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂହ ପନ୍ନୁର ସେ ନିକଟତର ମଧ୍ୟ।

Advertisment

ଶନିବାର ଏକ ବିଜ୍ଞପ୍ତି ଜାରି କରି ପିଲ ଆଞ୍ଚଳିକ ପୁଲିସ (ପିଆରପି) ଘୋଷଣା କରିଛି ଯେ ବ୍ରମ୍ପଟନର ୩୫ ବର୍ଷିୟ ଇନ୍ଦ୍ରଜିତ ଗୋଶାଲଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଗ୍ରେଟର ଟରୋଣ୍ଟରେ ହିନ୍ଦୁ ମନ୍ଦିର ଉପରେ ଅକ୍ରମଣ ଯୋଜନା ଇନ୍ଦ୍ରଜିତ ଗୋଶାଲ ହିଁ କରିଥିଲେ। ତେବେ ଗିରଫ କରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇ କିଛି ସର୍ତ୍ତ ଅନୁଯାୟୀ ତାଙ୍କୁ ଛାଡ଼ି ଦିଆଯାଇଛି। ଏହାପୂର୍ବରୁ ଏହି ମାମଲରେ ପୁଲିସ ତିନି ଜଣଙ୍କୁ ଗିରଫ କରିଆିଲା।

ଇନ୍ଦ୍ରଜିତ ଗୋଶାଲ ସିଖ ଫର୍‌ ଜଷ୍ଟିସ୍‌ର ମୁଖ୍ୟ ଗୁରୁପତବନ୍ତ ସିଂହ ପନ୍ନୁର ରାଇଟ୍‌ ହ୍ୟାଣ୍ଡ। ହରଦୀପ ସିଂହ ନିଜ୍ଜରର ହତ୍ୟା ପରେ ସେ ହିଁ ପନ୍ନୁର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାମ କରୁଛନ୍ତି। ପୁଲିସ କହିବା ମୁତାବକ, ଗୋଶାଲଙ୍କୁ ନଭେମ୍ବର ୮ ତାରିଖରେ ଗିରଫ କରାଯାଇଥିଲା। କିନ୍ତୁ ପରେ ଜାମିନରେ ତାଙ୍କୁ ମୁକ୍ତ କରାଯାଇଛି।

Advertisment

କହିରଖୁ ଯେ, ନଭେମ୍ବର ୪ ତାରିଖରେ ଖଲିସ୍ତାନୀମାନେ ପତକା ଧରି କାନାଡାରେ ଥିବା ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍‌ କରିଥିଲେ। ମନ୍ଦିର ଭିତରେ ପଶି ସେଠାରେ ଥିବା ଭକ୍ତଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏହି ପୂରା ଘଟଣା ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଡ଼ା ନିନ୍ଦା କରିଥିଲେ। ସେହିପରି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Khalistani Attacked On Hindu Temple Canada Gurpatwant Pannun Pro-Khalistani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe