Advertisment

ଦେଶବାସୀଙ୍କୁ ଇମ୍ରାନ ଖାନଙ୍କ ବାର୍ତ୍ତା- ମୁଁ ମରିଗଲେ ବି ଲଢ଼େଇ ଜାରି ରଖିବ

ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଇମ୍ରାନ ଖାନଙ୍କ ବିରୋଧରେ ଜାରି ହୋଇଥିବା ୱାରେଣ୍ଟକୁ ଇସଲାମାବାଦର କୋର୍ଟ ସ୍ଥଗିତ ରଖିଥିବା ସତ୍ତ୍ୱେ ଗତକାଲି ରାତିରେ ତାଙ୍କୁ ଗିରଫ କରିବାକୁ ପୁଲିସ୍‌ ପହଞ୍ଚିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟ ହୋଇଥିଲା। ଏପରି ସଙ୍ଗୀନ ପରିସ୍ଥିତିରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରି ସନ୍ଦେଶ ଦେଇଛନ୍ତି ଇମ୍ରାନ ଖାନ ।

imran-khan

imran-khan

Advertisment

ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇ ପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଗତ ରାତିରେ ପାକିସ୍ତାନ ପୁଲିସ୍‌ ତାଙ୍କ ଘରେ ପହଞ୍ଚିବା ପରେ ତାଙ୍କ ସମର୍ଥକଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଇମ୍ରାନ ଖାନଙ୍କ ବିରୋଧରେ ଜାରି ହୋଇଥିବା ୱାରେଣ୍ଟକୁ ଇସଲାମାବାଦର କୋର୍ଟ ସ୍ଥଗିତ ରଖିଥିବା ସତ୍ତ୍ୱେ ଗତକାଲି ରାତିରେ ତାଙ୍କୁ ଗିରଫ କରିବାକୁ ପୁଲିସ୍‌ ପହଞ୍ଚିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟ ହୋଇଥିଲା। ଇମ୍ରାନଙ୍କ ସମର୍ଥକ ପୁଲିସ୍‌ ଉପରକୁ ଟେକା ମାଡ଼ କରିଥିବା ବେଳେ ପୁଲିସ୍‌ ଭିଡ଼କୁ ଘଉଡ଼ାବାକୁ ପାଣି ସ୍ପ୍ରେ କରିଥିଲା। ଏପରି ସଙ୍ଗୀନ ପରିସ୍ଥିତିରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରି ସନ୍ଦେଶ ଦେଇଛନ୍ତି ଇମ୍ରାନ ଖାନ ।

Advertisment

ନିଜ ଟ୍ୱିଟରେ ଇମ୍ରାନ ଖାନ ଲେଖିଛନ୍ତି, ମୁଁ ଜେଲ୍‌ରେ ଥାଏ, ଅଥବା ମୋତେ ହତ୍ୟା କରାଯାଉ। ମୋର କିଛି ଯାଏଆସେ ନାହିଁ। ଆପଣମାନେ କିନ୍ତୁ ନିଜ ଅଧିକାର ପାଇଁ ଲଢନ୍ତୁ। ପୁଲିସ୍‌ ଭାବୁଛି, ଇମ୍ରାନ ଖାନ ଗିରଫ ହେଲେ ଦେଶର ଜନତା ଶୋଇଯିବ । କିନ୍ତୁ ଆପଣମାନଙ୍କୁ ପ୍ରମାଣିତ କରିବାକୁ ପଡିବ ଯେ ଜନତା ଏବେ ବି ଜୀବିତ ଅଛନ୍ତି। ନିଜ ଅଧିକାର ପାଇଁ ଆମକୁ ଲଢ଼ିବାକୁ ପଡ଼ିବ, ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିବ।

ଏଥିସହ ସେ କହିଛନ୍ତି, ଭଗବାନ ମତେ ସବୁ କିଛି ଦେଇଛନ୍ତି। କିନ୍ତୁ ମୁଁ ତୁମର ଲଢ଼େଇ ଲଢୁଛି। ତୁମମାନଙ୍କୁ ପ୍ରମାଣିତ କରିବାକୁ ପଡିବ ଯେ କେବେ ବି ଏହି ଦାସତ୍ୱକୁ ଗ୍ରହଣ କରିବେ ନାହିଁ। ରାଷ୍ଟ୍ର ନିମନ୍ତେ ତଥା ନିଜ ଅଧିକାରର ଲଢ଼େଇ ଲଢ଼ିବାକୁ ମୁଁ ସମଗ୍ର ଦେଶବାସୀଙ୍କୁ ସନ୍ଦେଶ ଦେଉଛି।

Advertisment

ମୁଁ ଜୀବନ ସାରା ସଂଘର୍ଷ କରିଛି ଆଉ ଆଗକୁ ବି କରିବି। ମୁଁ ଶେଷ ନିଶ୍ୱାସ ଯାଏ ଲଢ଼ିବି, ମାତ୍ର ମୋର କିଛି ହୋଇଗଲେ ଆପଣମାନଙ୍କୁ ଏହା ପ୍ରମାଣ କରିବାକୁ ପଡ଼ିବ ଯେ, ଆପଣମାନେ ଇମ୍ରାନ ଖାନ ବିନା ବି ଲଢ଼ି ପାରିବେ। ଆପଣଙ୍କୁ ଏହା ପ୍ରମାଣ କରିବାକୁ ପଡ଼ିବ ଯେ, ଆପଣ କେବେ ବି ଦାସତ୍ୱକୁ ସ୍ୱୀକାର କରିବେ ନାହିଁ ବୋଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଇମ୍ରାନ ।

୭୦ ବର୍ଷୀୟ ଏହି କ୍ରିକେଟ୍ କିମ୍ବଦନ୍ତୀ ଇମ୍ରାନ ଖାନ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ନିଜ ପ୍ରଧାନମନ୍ତ୍ରୀତ୍ୱ କାଳରେ ଇମ୍ରାନ ଖାନ ବିଦେଶୀ ପ୍ରତିପକ୍ଷଙ୍କଠାରୁ ପାଇଥିବା ଉପହାରକୁ ବେନିୟମ ଭାବେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ପାକିସ୍ତାନର ନିର୍ବାଚନ ଆୟୋଗ ଏହି ମାମଲାରେ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଗତ ସପ୍ତାହରେ ଜାମିନ ବୀହିନ ଗିରଫ ପରୱାନା ଜାରି ହୋଇଥିବା ବେଳେ ୧୬ ତାରିଖ ପର୍ଯ୍ୟନ୍ତ ୱାରେଣ୍ଟ ସ୍ଥଗିତ ରହିଛି।

ଗତ ବର୍ଷ ଆସ୍ଥା ଭୋଟ୍‌ ହାରିବା ପରେ ପାକିସ୍ତାନ ତେହେରିକ-ଇ-ଇନସାଫର ମୁଖ୍ୟ ଇମ୍ରାନ ଖାନଙ୍କୁ ବହିଷ୍କାର କରାଯାଇଥିଲା। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ସେ ଦାବି କରୁଥିବା ବେଳେ ଏହାକୁ ତାଙ୍କ ଉତ୍ତରାଧିକାରୀ ଶେହବାଜ ସରିଫ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ତେବେ ଇମ୍ରାନଙ୍କ ଶତାଧୀକ ସମର୍ଥକ ପୁଲିସ୍‌ ସହ ମୁହାଁମୁହିଁ ହେବାରୁ ପୁଲିସ୍‌ ତାଙ୍କୁ ଗିରଫ କରି ପାରି ନ ଥିବା ଜଣାଯାଇଛି। 

Pakistan Imran Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe