Advertisment

ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଲା, ରୁଜୁ ହେଲା ଆତଙ୍କାବଦ ମାମଲା

ତୋଷଖାନା ମାମଲାରେ ଇମ୍ରାନ ଖାନ ଶନିବାର ଲାହୋରରୁ କୋର୍ଟ ଶୁଣାଣି ପାଇଁ ଇସଲାମାବାଦ ଆସିଥିଲେ। ତାଙ୍କ ସହ ପିଟିଆଇର ଶତାଧିକ କର୍ମୀ ମଧ୍ୟ ଇସଲାମାବାଦ ନ୍ୟାୟିକ କମ୍ପ୍ଲେକ୍ସ ବାହାରେ ଉପସ୍ଥିତ ରହିଥିଲେ।

author-image
Hemant Lenka
Imran Khan

Imran Khan

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ପାକିସ୍ତାନ ପୁଲିସ ଆଜି ଇମ୍ରାନ ଖାନଙ୍କ ନାଁରେ ଆତଙ୍କବାଦ ମାମଲା ରୁଜୁ କରିଛି। ଇମ୍ରାନ ଖାନ ଓ ତାଙ୍କ ଦଳ ପିଟିଆଇର କର୍ମକର୍ତ୍ତାମାନେ ଇସଲାମାବାଦ ନ୍ୟାୟିକ କମ୍ପ୍ଲେକ୍ସ ବାହାରେ ଭାଙ୍ଗା ରୁଜା କରିବା ସହ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ।

Advertisment

ଏଥିସହ ପ୍ରବଳ ବିଶୃଙ୍ଖଳା ମଧ୍ୟ କରିଥିଲେ। ଇମ୍ରାନ ଖାନଙ୍କ ନାଁରେ ରୁଜୁ ଦୁର୍ନୀତି ମାମାଲର ଶୁଣାଣି ଚାଲିଥିବା ବେଳେ ବାହାରେ ଏପରି ଘଟଣା ଘଟିଥିଲା। ଏଥିପାଇଁ ଆଜି ପୁଲିସ୍‌ ଇମ୍ରାନ ଓ ପିଟିଆଇର ଅନେକ କର୍ମକର୍ତ୍ତାଙ୍କ ବିରୋଧରେ ଆତଙ୍କବାଦ ମାମଲା ରୁଜୁ କରିଛି।

ତୋଷଖାନା ମାମଲାରେ ଇମ୍ରାନ ଖାନ ଶନିବାର ଲାହୋରରୁ କୋର୍ଟ ଶୁଣାଣି ପାଇଁ ଇସଲାମାବାଦ ଆସିଥିଲେ। ତାଙ୍କ ସହ ପିଟିଆଇର ଶତାଧିକ କର୍ମୀ ମଧ୍ୟ ଇସଲାମାବାଦ ନ୍ୟାୟିକ କମ୍ପ୍ଲେକ୍ସ ବାହାରେ ଉପସ୍ଥିତ ରହିଥିଲେ। ଏତିକି ବେଳେ ପିଟିଆଇ କର୍ମୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ୨୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ସଂଘର୍ଷ ଭୟଙ୍କର ରୂପ ନେବାରୁ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ ଜାଫର ଇକବାଲ ମାମଲାର ଶୁଣାଣିକୁ ମାର୍ଚ୍ଚ ୩୦ ଯାଏ ଘୁଞ୍ଚାଇବାକୁ ବାଧ୍ୟ ହୋଇଥିଲେ।

Advertisment

ଆଜି ପୁଲିସ ଶନିବାର ଗିରଫ ହୋଇଥିବା ପିଟିଆଇ କର୍ମକର୍ତ୍ତା ଓ ଫେରାର ଥିବା ଦଳୀୟ ନେତାଙ୍କ ନାଁରେ ମାମଲା କରିଛି। ଇସଲାମାବାଦ ପୁଲିସ୍‌ ରୁଜୁ କରିଥିବା ଏଫଆଇଆରରେ ୧୭ ଜଣ ପିଟିଆଇ ନେତାଙ୍କ ନାଁ ରହିଛି। ପିଟିଆଇ କର୍ମକର୍ତ୍ତାମାନେ ପୁଲିସ୍‌ ଚେକପୋଷ୍ଟ ଓ ନ୍ୟାୟିକ କମ୍ପ୍ଲେକ୍ସର ମୁଖ୍ୟ ଫାଟକକୁ ଭାଙ୍ଗି ଦେଇଛନ୍ତି। ଏହି ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାରେ ୧୮ ଜଣଙ୍କୁ ଗିରଫ କରାଯାଇଛି।

ସଂଘର୍ଷ ବେଳେ ଆନ୍ଦୋଳନକାରୀମାନେ ନ୍ୟାୟିକ କମ୍ପ୍ଲେକ୍ସକୁ ପଥର ମାଡ଼ କରିଥିଲେ। ସେମାନେ ଦୁଇଟି ପୁଲିସ୍‌ ଗାଡ଼ି ସହ ୭ଟି ବାଇକ ପୋଡ଼ିଛନ୍ତି। ଏସଏଚ୍‌ଓଙ୍କ ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ବୋଲି ଏଫଆଇଆରରେ ଉଲ୍ଲେଖ କରାଯାଇଛି।

୭୦ ବର୍ଷୀୟ ଇମ୍ରାନ ଖାନ ତୋଷଖାନା ମାମଲାରେ ଶନିବାର ନିଜର ସମର୍ଥକଙ୍କ ସହ ଲାହୋରରୁ ଇସଲାମାବାଦ ଆସିଥିଲେ। ସେ କୋର୍ଟରେ ହାଜର ହେବାକୁ ଆସିଥିବା ବେଳେ ପଞ୍ଜାବ ପୁଲିସ୍‌ର ପ୍ରାୟ ୧୦ ହଜାର ସଶସ୍ତ୍ର ଯବାନ ତାଙ୍କ ଘରର ଗେଟ ଭାଙ୍ଗି ଭିତରେ ପଶିଥିଲେ ଓ ପିଟିଆଇର ୧୨ରୁ ଅଧିକ କର୍ମକର୍ତ୍ତାଙ୍କୁ ଗିରଫ କରିଥିଲେ।

Pakistan Imran Khan