Advertisment

ବଢୁଛି ବିଦେଶିନୀଙ୍କ ସହ ଅନଲାଇନ୍ ପ୍ରେମ, ପୋଲାଣ୍ଡ ମହିଳା ସାଜିଲେ ଭାରତ ବୋହୂ

ପ୍ରେମ ପାଇଁ 6 ବର୍ଷର ଝିଅକୁ ନେଇ ଭାରତ ଚାଲି ଆସିଲେ ପୋଲାଣ୍ଡ ମହିଳା। ମିଡିଏଟର ସାଜିଲା ଇନଷ୍ଟାଗ୍ରାମ।

ଅଦ୍ୟତନ ହୋଇଛି
Polish Woman Love Indian Man

Polish Woman Love Indian Man

Advertisment

ପ୍ରେମ ମାନେନି ବନ୍ଧ-ବାଡ... ପାର୍ କରିଯାଏ ସବୁ ସୀମା ସରହଦ। କୁହାଯାଏ, ପ୍ରେମ ହେଲେ କୁଆଡେ ତେର ନଈ ସାତ ଦରିଆ ବି ଦୂର ଲାଗେନି। ନିକଟରେ ଜଣେ ପାକିସ୍ତାନ ଝିଅ ପ୍ରେମିକକୁ ବିବାହ କରିବା ପାଇଁ ଭାରତ ଚାଲି ଆସିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ଅନଲାଇନ୍ ଗେମ୍ PUBG ମାଧ୍ୟମରେ ପରିଚିତ ହୋଇଥିଲେ। ସେହିପରି ଲୁଡୋ ଗେମ୍ ଜରିଆରେ ପାକିସ୍ତାନର ଇକ୍ରାଙ୍କର ବେଙ୍ଗାଲୁର ଯୁବକଙ୍କ ସହ ପ୍ରେମ ହୋଇଥିଲା ଏବଂ ସେ ସବୁ ପ୍ରତିବନ୍ଧକକୁ ଭାଙ୍ଗି ଭାରତ ଚାଲି ଆସିଥିଲେ।

Advertisment

ଆଉ ଏବେ ଇନଷ୍ଟାଗ୍ରାମ ପୋଲାଣ୍ଡର ମହିଳାଙ୍କୁ ସଜାଇ ଦେଇଛି ଭାରତର ବୋହୂ। ପୋଲାଣ୍ଡର ବାରବାରା ପୋଲାକ(49)ଙ୍କର ଝାଡ଼ଖଣ୍ଡ ହଜାରିବାଗର ଶାଦବ ମଲିକଙ୍କ ସହ ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲେ। ଦୁହେଁ ପ୍ରଥମେ 2021 ରେ ଇନଷ୍ଟାଗ୍ରାମରେ ସାକ୍ଷାତ ହୋଇଥିଲେ ଏବଂ ଖୁବ୍ ଶୀଘ୍ର ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ବାରବାରା, ଶାଦବଙ୍କ ପ୍ରେମରେ ପଡି ଏକ ଟୁରିଷ୍ଟ ଭିସା ନେଇ ଭାରତ ଆସିଯାଇଛନ୍ତି, ଯାହା 2027 ପର୍ଯ୍ୟନ୍ତ ବୈଧ ଅଟେ।

Shadab Malik, Barbara Polak and her daughterଶାଦବ ମଲିକ, ବରବାର ପୋଲାକ ଏବଂ ତାଙ୍କ ଝିଅ

ଉଭୟ ବର୍ତ୍ତମାନ ହଜାରିବାଗ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍(SDM) କୋର୍ଟରେ ବିବାହ ପାଇଁ ଆବେଦନ କରିଥିବା କୁହାଯାଉଛି। ବାରବାରାଙ୍କର ପ୍ରଥମ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ହୋଇସାରିଛି। ସେ ତାଙ୍କର 6 ବର୍ଷର ଝିଅକୁ ନେଇ ଭାରତ ଚାଲି ଆସିଛନ୍ତି। ଉଭୟଙ୍କ ବିବାହ ପାଇଁ ଗାଁରେ ପ୍ରସ୍ତୁତି ଚାଲିଛି। ବାରବାରା କହିଛନ୍ତି, ଶାଦବ ଜଣେ ଉତ୍ତମ ବ୍ୟକ୍ତି। ସେ ଭାରତକୁ ପ୍ରଶଂସା କରି କହିଛନ୍ତି, ଏହା ଏକ ସୁନ୍ଦର ଦେଶ। ଯେତେବେଳେ ହଜାରିବାଗ ବିଷୟରେ ପଚରାଗଲା, ବରବାର କହିଥିଲେ ଏହା ଏକ ଛୋଟ ସହର ଏବଂ ରହିବା ପାଇଁ ଖୁବ୍ ଭଲ ସ୍ଥାନ।

Advertisment

ବାରବାରା କହିଛନ୍ତି, "ଯେତେବେଳେ ମୁଁ ହଜାରିବାଗରେ ପହଞ୍ଚିଲି, ସେତେବେଳେ ଅନେକ ଲୋକ ମୋତେ ଦେଖା କରିବାକୁ ଆସିଥିଲେ ଏବଂ ମୋତେ ଜଣେ ସେଲିବ୍ରିଟି ଭଳି ଲାଗୁଥିଲା। ମୋର ନିଜ ଘର, କାର୍ ଏବଂ ଭଲ ଚାକିରି ଅଛି। ଶାଦବଙ୍କ ପାଇଁ ମୁଁ ପୋଲାଣ୍ଡରୁ ଭାରତ ଆସିଛି। ମୁଁ ତାଙ୍କ ସହ ବହୁତ ଖୁସି। ଆମେ ଖୁବ୍ ଶୀଘ୍ର ପରସ୍ପରକୁ ବିବାହ କରିବାକୁ ଯାଉଛୁ।"

କାହିଁକି ଚର୍ଚ୍ଚାରେ ଅନଲାଇନ ପ୍ରେମ
ନିକଟରେ ପାକିସ୍ତାନୀ ମହିଳା ସୀମା ହାଇଦର ତାଙ୍କ ଚାରି ସନ୍ତାନଙ୍କ ସହ ନେପାଳ ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ। ସେ ପ୍ରେମ କରୁଥିବା ଭାରତୀୟ ପ୍ରେମିକ ସଚୀନ ମୀନାଙ୍କୁ ବିବାହ କରିବାକୁ ଆସିଥିବା ପରବର୍ତ୍ତୀ ସମୟରେ ଜଣା ପଡିଥିଲା। ଉଭୟ ଅନଲାଇନ୍ ଗେମ୍ PUBG ଖେଳିବାବେଳେ ପରିଚିତ ହୋଇଥିଲେ।

ସେହିପରି ଗତ ବର୍ଷ ଜାନୁଆରୀରେ ନକଲି ପ୍ରମାଣ ଦେଇ ଭାରତ ପ୍ରବେଶ କରିଥିବା ଜଣେ 19 ବର୍ଷ ପାକିସ୍ତାନୀ ଯୁବତୀଙ୍କୁ ଗିରଫ କରିଥିଲା ପୁଲିସ। ପରେ ଜଣାପଡିଥିଲା ଯେ, ସେ ତାଙ୍କ ପ୍ରେମିକଙ୍କୁ ବିବାହ କରିବା ପାଇଁ ଭାରତ ଆସିଛନ୍ତି। ବେଙ୍ଗାଲୁରର ଏହି ଯୁବକ ଏବଂ ପାକିସ୍ତାନର ଇକ୍ରା ଅନଲାଇନ୍ ଗେମ୍ ଲୁଡୋ ମାଧ୍ୟମରେ ପରିଚିତ ହୋଇଥିଲେ। ବର୍ତ୍ତମାନ ଇନଷ୍ଟାଗ୍ରାମ ପୋଲାଣ୍ଡର ଝିଅକୁ ଭାରତର ବୋହୂ ସଜାଇ ଦେଇଛି। 

Jharkhand Man Polish Woman Love Story Online Love
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe