Advertisment

ନିର୍ବାଚନ ପୂର୍ବରୁ ହିଂସା, ଜାଳିଦେଲେ ପୋଲିଂ ବୁଥ ଓ ସ୍କୁଲ

ସାଧାରଣ ନିର୍ବାଚନ ପୂର୍ବରୁ ଚାରେଟି ମତଦାନ କେନ୍ଦ୍ର ସମେତ ଅତି କମରେ ପାଞ୍ଚଟି ପ୍ରାଥମିକ ବିଦ୍ୟାଳୟରେ କିଛି ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ପୁଲିସ।

author-image
Madhupriya Mistry
Bangladesh on election eve

Bangladesh on election eve

ବାଂଗଲାଦେଶରେ ଥମୁନି ହିଂସା। ଟ୍ରେନ୍‌ ପରେ ଏବେ ପୋଲିଂ ବୁଥ ଓ ସ୍କୁଲରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ସାଧାରଣ ନିର୍ବାଚନ ପୂର୍ବରୁ ଚାରେଟି ମତଦାନ କେନ୍ଦ୍ର ସମେତ ଅତି କମରେ ପାଞ୍ଚଟି ପ୍ରାଥମିକ ବିଦ୍ୟାଳୟରେ କିଛି ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ପୁଲିସ।

Advertisment

ରାଜଧାନୀ ଢ଼ାକା ଉପକଣ୍ଠରେ ଥିବା ଗାଜିପୁର ଅଗ୍ନିକାଣ୍ଡ ଘଟଣାର ପୁଲିସ ତଦନ୍ତ କରୁଛି। କିନ୍ତୁ ସନ୍ଦେହ କରାଯାଉଛି ଯେ ରବିବାର ହେବାକୁ ଥିବା ନିର୍ବାଚନକୁ ରୋକିବା ଲକ୍ଷ୍ୟରେ ଅପରାଧୀମାନେ ବିଳମ୍ବିତ ରାତିରେ ସ୍କୁଲରେ ନିଆଁ ଲଗାଇ ଦେଇଛନ୍ତି। ଅପରାଧୀଙ୍କୁ ଧରିବା ପାଇଁ ଚାରିଆଡେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଏଥିସହ ଘଟଣାକୁ ନେଇ ପୂରା ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଥିବା ଗାଜିପୁର ପୁଲିସ ମୁଖ୍ୟ କହିଛନ୍ତି।

ଅଭିଯୋଗ ରହିଛି ଯେ, ଏଠାକାର ମୁଖ୍ୟ ବିରୋଧୀ ଦଳର ସମର୍ଥକ ଓ କର୍ମୀମାନେ ଭିନ୍ନ ଭିନ୍ନ ସ୍ଥାନରେ ହିଂସା ଉତ୍ପନ୍ନ କରୁଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ କାବୁ କରିବା ପାଇଁ ସେନାର ସହାୟତା ନିଆଯାଇଛି। ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ଏକ ଯାତ୍ରୀବାହୀ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ୫ଜଣଙ୍କ ମୃତ୍ୟ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ।

Advertisment

ଆସନ୍ତା ଜାନୁଆରୀ ୭ ତାରିଖରେ ବାଂଗଲାଦେଶରେ ସାଧାରଣ ନିର୍ବାଚନ ପାଇଁ ପଡିବ ଭୋଟ୍‌। ତେବେ ଏହି ନିର୍ବାଚନକୁ ଏଠାକାର ମୁଖ୍ୟ ବିରୋଧୀ ଦଳ ବାଂଗଲାଦେଶ ନ୍ୟାସନାଲ ପାର୍ଟି (BNP) ବିରୋଧ କରୁଛି। ବାଂଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଥମେ ଇସ୍ତଫା ଦିଅନ୍ତୁ। ଏକ ନିରପେକ୍ଷ କିମ୍ବା ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ତତ୍ତ୍ୱାବଧାନରେ ନିର୍ବାଚନ କରାଯାଉ ବୋଲି ବିଏନ୍‌ପି ଓ ଅନ୍ୟ ସହଯୋଗୀ ଦଳ ଦାବି କରୁଛନ୍ତି। ଶେଖ ହସିନା ପ୍ରଧାନମନ୍ତ୍ରୀ ଥିବା ବେଳେ ଦେଶରେ ନିରପେକ୍ଷ ନିର୍ବାଚନ ସମ୍ଭବ ନୁହେଁ ବୋଲି ସେମାନେ ବିରୋଧ କରୁଛନ୍ତି।

ତେବେ ବିରୋଧୀଦଳର ଦାବିକୁ ଶେଖ ହସିନା ଏବଂ ତାଙ୍କ ଦଳ ଆୱାମୀ ଲିଗ୍ ଧ୍ୟାନ ଦେଇନାହାଁନ୍ତି। ଆସନ୍ତାକାଲି ଦେଶରେ ନିର୍ବାଚନ ହେବାକୁ ଯାଉଛି। ତେବେ ଏହି ନିର୍ବାଚନକୁ ବାଂଲାଦେଶର ବିରୋଧୀ ଦଳମାନେ ବୟକଟ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Political Violence Bangladesh Bangladesh Election