ଉତ୍ତର-କେନ୍ଦ୍ରୀୟ ଜାପାନରେ ଆଜି ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଛି। ଏହା ପରେ ଜାପାନର ଉତ୍ତରପଶ୍ଚିମ ଉପକୂଳରେ ସୁନାମୀ ସମ୍ଭାବନା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି।
ଜାପାନ ପାଣିପାଗ ବିଜ୍ଞାନ ସଂସ୍ଥା (JMA)ର ସୂଚନା ଅନୁଯାୟୀ ଇଶିକାବା ଓ ଏହା ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା।
Also Read
ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ଘର ଖାଲି କରି ଉଚ୍ଚ ସ୍ଥାନକୁ ଅବା ବଡ଼ ବଡ଼ କୋଠାକୁ ଚାଲି ଯିବାକୁ କୁହାଯାଇଛି। କାରଣ ସୁନାମୀ ଆସିଲେ ସମୁଦ୍ରର ଢେଉ ୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଠିପାରେ।
ଏହି ଭୂକମ୍ପର ଝଟକା ଜାପାନର ରାଜଧାନୀ ଟୋକିଓ ଓ କାଣ୍ଟୋ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ତେବେ ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ଅବା ହତାହତ ଜନିତ ଖବର ଆସିନାହିଁ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ସିରିଆ ଉପରେ ‘ଭୂକମ୍ପ ବୋମା’ ମାଡ଼ କଲା ଇସ୍ରାଏଲ, ସାମ୍ନାକୁ ଆସିଲା ଭିଡିଓ
ଇସ୍ରାଏଲ ପକ୍ଷରୁ ସିରିଆର ୨୩ ଏୟାର ଡିଫେନ୍ସ ବ୍ରିଗେଡ ଓ ଏହାର ଆଖପାଖ ଅଞ୍ଚଳରେ ସବୁଠାରୁ ଭୟଙ୍କର ବୋମା ମାଡ଼ କରାଯାଇଛି।
International
ବିନା ହିଜାବରେ ଗାଉଥିଲେ ସିଙ୍ଗର୍, ବାନ୍ଧିଲା ପୁଲିସ
ୟୁଟ୍ୟୁବର୍ ତଥା ସିଙ୍ଗର୍ ପରସ୍ତୁ ଅହମଦି ହିଜାବ ନ ପିନ୍ଧି ଅନ୍ଲାଇନ୍ କନ୍ସର୍ଟ କରିଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
International
ପାହାଡ଼ରୁ ଖସି ପଡ଼ିଲେ Mango ଫ୍ୟାଶନ ଚେନ୍ ଫାଉଣ୍ଡର୍, ଚାଲିଗଲା ଜୀବନ
ପାହାଡ ଉପରୁ ୩୨୦ ଫୁଟ ଗଭୀର ଖାଇକୁ ଖସି ପଡି ୭୧ ବର୍ଷିୟ ଇସାକ୍ ଏଣ୍ଡିକ୍ଙ୍କ ମୃତ୍ୟୁ ହୋଇଛି।
International
ବାର୍ଷିକ ଉତ୍ସବ ପାଳନ ବେଳେ ବୋମା ବିସ୍ଫୋରଣ, ୩ ମୃତ
ଏହି ବିସ୍ଫୋରଣରେ ୩୯ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Viral
ଉପୁଡ଼ିଗଲା ବିରାଟକାୟ ଗଛ, ୨ ପର୍ଯ୍ୟଟକ ମୃତ; ଭିଡିଓ ଭାଇରାଲ
ମଙ୍କି ଫରେଷ୍ଟ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। କିନ୍ତୁ ଏହା ମଣିଷର ନିୟନ୍ତ୍ରଣ ବାହାରେ ଥିଲା।