Advertisment

ଜାପାନାରେ ଶକ୍ତିଶାଳୀ ଭୂକମ୍ପ ଝଟକା, ସୁନାମୀ ୱାର୍ଣ୍ଣିଂ ଜାରି

ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ଘର ଖାଲି କରି ଉଚ୍ଚ ସ୍ଥାନକୁ ଅବା ବଡ଼ ବଡ଼ କୋଠାକୁ ଚାଲି ଯିବାକୁ କୁହାଯାଇଛି।

ଅଦ୍ୟତନ ହୋଇଛି
Sunami

Sunami

Advertisment

ଉତ୍ତର-କେନ୍ଦ୍ରୀୟ ଜାପାନରେ ଆଜି ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଛି। ଏହା ପରେ ଜାପାନର ଉତ୍ତରପଶ୍ଚିମ ଉପକୂଳରେ ସୁନାମୀ ସମ୍ଭାବନା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ଜାପାନ ପାଣିପାଗ ବିଜ୍ଞାନ ସଂସ୍ଥା (JMA)ର ସୂଚନା ଅନୁଯାୟୀ ଇଶିକାବା ଓ ଏହା ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା।

ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ଘର ଖାଲି କରି ଉଚ୍ଚ ସ୍ଥାନକୁ ଅବା ବଡ଼ ବଡ଼ କୋଠାକୁ ଚାଲି ଯିବାକୁ କୁହାଯାଇଛି। କାରଣ ସୁନାମୀ ଆସିଲେ ସମୁଦ୍ରର ଢେଉ ୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଠିପାରେ।

Advertisment

ଏହି ଭୂକମ୍ପର ଝଟକା ଜାପାନର ରାଜଧାନୀ ଟୋକିଓ ଓ କାଣ୍ଟୋ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ତେବେ ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ଅବା ହତାହତ ଜନିତ ଖବର ଆସିନାହିଁ।

Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe