Advertisment

ସିରିଆର ରାଜଧାନୀରେ ପଶିଲେ ବିଦ୍ରୋହୀ, ଦେଶ ଛାଡ଼ି ଛୁ' ମାରିଲେ ରାଷ୍ଟ୍ରପତି!

ରାଷ୍ଟ୍ରପତି ବଶର୍‌ ଅଲ୍‌ ଅସଦ ଏକ ସ୍ୱତନ୍ତ୍ର ବିମାନରେ କୌଣସି ଏକ ଅଜ୍ଞାତ ସ୍ଥାନକୁ ଚାଲି ଯାଇଥିବା ଦାବି କରାଯାଉଛି।

Syria Rebels

Syria Rebels

Advertisment

ସିରିଆରେ ଦିନକୁ ଦିନ ଭୟଙ୍କର ହେଉଛି ଗୃହଯୁଦ୍ଧ ସ୍ଥିତି। ଗୋଟିଏ ପରେ ଗୋଟିଏ ସହର କବ୍‌ଜା କରୁଛନ୍ତି ବିଦ୍ରୋହୀ। ଦୁର୍ବଳ ହେବାରେ ଲାଗିଛି ସିରିଆ ସେନା। ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ବିରୋଧରେ ଇସଲାମବାଦୀ ହୟାତ ତହରିର ଅଲ୍-ଶାମ ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଏହି ଗୃହଯୁଦ୍ଧ ଆରମ୍ଭ ହୋଇଛି।

Advertisment

ଗୋଟିଏ ସପ୍ତାହରେ ସିରିଆ ସରକାରଙ୍କ ହାତରୁ ଦେଶର ପ୍ରମୁଖ ୪ଟି ସହର ଖସି ସାରିଲାଣି। ସିରିଆର ପ୍ରମୁଖ ସହର ହୋମ୍ସ ଉପରେ ବିଦ୍ରୋହୀମାନେ କବ୍‌ଜା କରିନେଇଛନ୍ତି। କେବଳ ଏତିକି ନୁହେଁ, ବିଦ୍ରୋହୀମାନେ ଆଉ ଏକ ସହର ନିଜ ନିୟନ୍ତ୍ରଣକୁ ନେଇଥିବା ଖୁସିରେ ଫାଙ୍କା ଗୁଳି ଚାଳନା ମଧ୍ୟ କରିଛନ୍ତି। ଏଥିସହ ସହରରେ ଲାଗିଥିବା ରାଷ୍ଟ୍ରପତିଙ୍କ ପୋଷ୍ଟରଗୁଡିକୁ ଚିରି ଦେଇଛନ୍ତି। ଏବେ ଦେଶର ରାଜଧାନୀ ଡାମସକସ କାବ୍‌ଜା କରିବାକୁ ବିଦ୍ରୋହୀମାନେ ଆଗକୁ ବଢ଼ୁଛନ୍ତି। ବିଦ୍ରୋହୀମାନେ ଡାମସକସକୁ ମଧ୍ୟ କବ୍‌ଜା କରିବା ପାଇଁ ରକ୍ତର ଖେଳ ଖେଳୁଛନ୍ତି।

ଏହାରି ଭିତରେ ଭୟରେ ରାଷ୍ଟ୍ରପତି ବଶର୍‌ ଅଲ୍‌ ଅସଦ ଦେଶ ଛାଡି କୁଆଡେ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଦାବି କରିଛି ଯେ ରାଷ୍ଟ୍ରପତି ଅସଦ ଏକ ସ୍ୱତନ୍ତ୍ର ବିମାନରେ କୌଣସି ଏକ ଅଜ୍ଞାତ ସ୍ଥାନକୁ ଚାଲି ଯାଇଛନ୍ତି। ତେବେ ସିରିଆର ସରକାରୀ ମିଡିଆ ଓ ନ୍ୟାଶନାଲ ମିଡିଆ ଏହି ଖବରକୁ ଖଣ୍ଡନ କରିଛି। ଏହା ଏକ ଗୁଜବ ବୋଲି କହିଛି। ରାଷ୍ଟ୍ରପତି ବଶର୍‌ ଅଲ୍‌ ଅସଦ ରାଜଧାନୀ ଡାମସକସରେ ନିଜର ଦାୟିତ୍ୱ ତୁଲାଉଥିବା ସିରିଆ ଗଣମାଧ୍ୟମ କହିଛି।

Advertisment

ଡାମସକସର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଭୟ ଓ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ବଶର ଅଲ-ଅସାଦଙ୍କ କ୍ଷମତାଚ୍ୟୁତ ହେବା ଭୟରେ ତାଙ୍କର ବିଶ୍ୱସ୍ତମାନେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛନ୍ତି।

ସିରିଆରେ ସପ୍ତାହେ ହେବ ଲାଗି ରହିଛି ଗୃହଯୁଦ୍ଧ। ହୟାତ ତହରିର ଅଲ ଶାମ ବିଦ୍ରୋହୀ ଯୁଦ୍ଧ ଆରମ୍ଭ କରିଛନ୍ତି। ଏଥିରେ ପାଖାପାଖି ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।

Damascus Syrian Rebels President Bashar Al-Assad Flees
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe