Advertisment

ପ୍ରଧାନମନ୍ତ୍ରୀଙ୍କ ପରେ ନେପାଳ ରାଷ୍ଟ୍ରପତିଙ୍କ ଇସ୍ତଫା

ଏବେ ବି ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଓ ସର୍ବସାଧାରଣରେ ପୋଡ଼ାଜଳା ଜାରି ରହିଛି। ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁ ହୋଇଥିଲେ ହେଁ ଏହାକୁ ବିକ୍ଷୋଭକାରୀ ଖାତିର କରି ନାହାନ୍ତି।

author-image
Hemant Lenka
Nepal

Nepal

ନେପାଳରେ ଦେଖାଯାଇଥିବା ଭୟଙ୍କର ହିଂସାତ୍ମକ ପରିସ୍ଥିତି ଯୋଗୁ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପୂର୍ବରୁ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଧ୍ୟ ଇସ୍ତଫା ଦେଇଥିଲେ। ଓଲିଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପରେ ରାଷ୍ଟ୍ରପତି ରାମଚନ୍ଦ୍ର ନିଜ ପଦ ଛାଡ଼ିଛନ୍ତି।

Advertisment

ଇସ୍ତଫା ଦେବା ପୂର୍ବରୁ ଆଜି ଜେନ ଜେଡ ବିକ୍ଷୋଭକାରୀମାନେ ରାମଚନ୍ଦ୍ରଙ୍କ ଘରେ ପ୍ରବେଶ କରିଥିଲେ। ସେମାନେ ଘରେ ଭଙ୍ଗାରୁଜା କରିବା ସହ ସେଠାରେ ନିଆଁ ଲଗାଇ ଦେଇଥିଲେ। ଓଲିଙ୍କ ଘରେ ମଧ୍ୟ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି। ଦେଶର ସଂସଦ ବିଲଡିଂ ମଧ୍ୟ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି।

ସେନା ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ଓ ଜେନ ଜେଡ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଦସ୍ୟମାନେ ବିକ୍ଷୋଭକାରୀଙ୍କୁ ଘରକୁ ଫେରି ଯିବାକୁ ଅନୁରୋଧ କରିଛନ୍ତି। ସରକାରୀ ସମ୍ପତ୍ତି ନଷ୍ଟ ନ କରିବାକୁ ଅନୁରୋଧ କରାଯାଇଥିଲେ ହେଁ କିଛି ବି ଲାଭ ମିଳିନି। ଏବେ ବି ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଓ ସର୍ବସାଧାରଣରେ ପୋଡ଼ାଜଳା ଜାରି ରହିଛି। ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁ ହୋଇଥିଲେ ହେଁ ଏହାକୁ ବିକ୍ଷୋଭକାରୀ ଖାତିର କରି ନାହାନ୍ତି।

Advertisment

ନେତା-ମନ୍ତ୍ରୀଙ୍କୁ ସେମାନେ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି। ଇସ୍ତଫା ଦେବା ପରେ ଓଲି ଦେଶ ଛାଡ଼ିବାକୁ ଚେଷ୍ଟା କରିଛନ୍ତି। ହେଲେ ତ୍ରିଭୂବନ ଏୟାରପୋର୍ଟ ବନ୍ଦ ରହିଥିବାରୁ ସେ ନିଜ ଚିକିତ୍ସା ପାଇଁ ମଧ୍ୟ ଦୁବାଇ ଯାଇ ପାରିନାହାନ୍ତି। ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ରାମଚନ୍ଦ୍ର ମଧ୍ୟ ଦେଶ ଛାଡ଼ିବାକୁ ଚାହୁଁଥିବା ଜଣାପଡ଼ିଛି।

Nepal gen-z-protest