Advertisment

ସେନା ମୁଖ୍ୟଙ୍କ କଥାରେ ପ୍ରଧାନମନ୍ତ୍ରୀ ପଦରୁ ଓଲି ଶର୍ମାଙ୍କ ଇସ୍ତଫା, ଦୁବାଇ ଚାଲିଯିବାକୁ ଯୋଜନା

ଇସ୍ତଫା ଦେବା ପରେ ସେ ସୁରକ୍ଷିତ ଭାବେ କେମିତି ଦୁବାଇ ପଳାୟନ କରିବେ, ସେହି ଯୋଜନାରେ ରହିଛନ୍ତି। ଏଥିପାଇଁ ସେ ସେନାର ସହାୟତା ଲୋଡ଼ିଛନ୍ତି।

Oli

Oli

Advertisment

ଜେନ ଜେଡ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ନେପାଳରେ ଶାସନ ପରିବର୍ତ୍ତନ ହୋଇଛି। ବିକ୍ଷୋଭକାରୀଙ୍କ ଚାପ ଓ ସେନା ମୁଖ୍ୟଙ୍କ ନିର୍ଦ୍ଦେଶ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେପି ଓଲି ଶର୍ମା। ଦେଶରେ ହିଂସା ବଢ଼ୁଥିବାରୁ ସେ ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ସୁରକ୍ଷିତ ଭାବେ କେମିତି ଦୁବାଇ ପଳାୟନ କରିବେ, ସେହି ଯୋଜନାରେ ରହିଛନ୍ତି।

Advertisment

ଏଥିପାଇଁ ସେ ସେନାର ସହାୟତା ଲୋଡ଼ିଛନ୍ତି। ସେନା ପକ୍ଷରୁ ମଧ୍ୟ ତାଙ୍କୁ ସୁରକ୍ଷିତ ପ୍ରଧାନମନ୍ତ୍ରୀ ବାସଭବନରୁ ବାହାର କରି ତ୍ରିଭୂବନ ଏୟାରପୋର୍ଟ ଓ ସେଠାରୁ ସ୍ୱତନ୍ତ୍ର ବିମାନରେ ଦୁବାଇ ପଠାଇବାକୁ ପଦକ୍ଷେପ ନିଆଯାଉଛି। କିନ୍ତୁ ବିକ୍ଷୋଭକାରୀ ତ୍ରିଭୂବନ ଏୟାରପୋର୍ଟ ଅଭିମୁଖେ ଯିବା ସହ ସେଠାରେ ପୋଡ଼ାଜଳା ଆରମ୍ଭ କରିଛନ୍ତି।

ସେହିପରି ଲେଜର ଲାଇଟ ମାଡ଼ କରିବାରୁ ବିମାନ ଉଡ଼ାଣ ଓ ଅବତରଣରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ସେମାନେ ଏୟାରପୋର୍ଟରେ ଡ୍ରୋନ ଉଡ଼ାଇଛନ୍ତି। ଏଥିପାଇଁ ଏକାଧିକ ବିମାନ ଏୟାରପୋର୍ଟରେ ଅଟକି ରହିଥିବା ବେଳେ ଓଲି ଶର୍ମା କେମିତି ଦୁବାଇ ଯିବେ, ତାହା ମଧ୍ୟ ବଡ଼ ପ୍ରଶ୍ନ।

Advertisment

ସୋମବାର ଠାରୁ ଯୁବଗୋଷ୍ଠୀ ଭୟଙ୍କର ଢଙ୍ଗରେ ବିକ୍ଷୋଭ ଆରମ୍ଭ କରିଥିବା ବେଳେ ମଙ୍ଗଳବାର ଏହା ଆହୁରି ଭୀଷଣ ହୋଇଥିଲା। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମା ଓ ରାଷ୍ଟ୍ରପତିଙ୍କ ଘର ସମେତଏକ ଏକାଧିକ ମନ୍ତ୍ରୀ, ନେତା ଓ ସରକାରୀ ପ୍ରତିଷ୍ଠାନରେ ନିଆଁ ଲଗାଇ ଦେଇଛନ୍ତି। ସୁରକ୍ଷା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଓଲି ସେନା ଯବାନଙ୍କୁ ମତୟନ କରିଥିଲେ। ହେଲେ ସ୍ଥିତି ବେକାବୁ ହେଉଥିବାରୁ ନେପାଳର ସ୍ଥଳ ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଇସ୍ତଫା ଦେବାକୁ କହିଥିଲେ।

ଏହାପରେ ଓଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସେ ସେନା ବାହିନୀ ଆଗରେ ସୁରକ୍ଷିତ ଭାବେ ବିଦେଶ ଯିବାକୁ ନିଶ୍ଚିତ କରିବାର ସର୍ତ୍ତ ରଖିଛନ୍ତି। ଏବେ ଏହା ଉପରେ ସେନା କାମ କରୁଛି। ସେହିପରି ଦେଶର ନିୟନ୍ତ୍ରଣ କୌଣସି ରାଜନେତା ନୁହନ୍ତି, ବରଂ ସେନା ନିଜ ହାତକୁ ନେଉ ବୋଲି ମଧ୍ୟ ଓଲି ଶର୍ମା କହିଛନ୍ତି। ଆର୍ମି ମୁଖ୍ୟ ଜେନେରାଲ ଅଶୋକ ଏବେ ସବୁ ନିଷ୍ପତ୍ତି ନେଇ ଦେଶକୁ ସୁରକ୍ଷା ଦିଅନ୍ତୁ ବୋଲି ଚାହୁଁଛନ୍ତି।

ସେନା ମୁଖ୍ୟ ମଧ୍ୟ ଦାୟିତ୍ୱ ନେବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି। ଓଲି ଇସ୍ତଫା ଦେଇଥିବାରୁ ଏବେ ଜେନେରାଲ ଅଶୋକଙ୍କ ଉପରେ ଜେନ ଜେଡ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାର ସବୁ ଦାୟିତ୍ୱ ଯାଇଛି।

Nepal gen-z-protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe