Advertisment

Epstein Scandal: ଏପଷ୍ଟିନ ଫାଇଲ୍ସ: ବନ୍ଧା ହେଲେ ବ୍ରିଟେନର ପୂର୍ବତନ ଯୁବରାଜ

ଆମେରିକାର ଯୌନ ଅପରାଧୀ ଜେଫ୍ରୀ ଏପଷ୍ଟିନ ସହ ତାଙ୍କର ଲିଙ୍କ ଥିବା କିଛି ଦିନ ପୂର୍ବରୁ ଅଭିଯୋଗ ହୋଇଥିଲା। ଜଣେ ଯୁବତୀ ଚଟଣାରେ ଶୋଇଥିବା ବେଳେ ଆଣ୍ଡ୍ର୍ୟୁ ତାଙ୍କ ଉପରେ ରହିଥିବା ଛବି ସାମ୍ନାକୁ ଆସିବା ପରେ ପୂରା ବିଶ୍ୱରେ ହଇଚଇ ଦେଖିବାକୁ ମିଳିଥିଲା।

Prince

ଯୁବତୀଙ୍କ ସହ ଆଣ୍ଡ୍ର୍ୟୁ

Advertisment

ପୂର୍ବତନ ଯୁବରାଜ ତଥା ରାଜା ଚାର୍ଲସଙ୍କ ସାନ ଭାଇ ଆଣ୍ଡ୍ର୍ୟୁ ମାଉଣ୍ଟବିଟେନ- ୱିଣ୍ଡସନର ଗିରଫ। ଗୁରୁବାର ତାଙ୍କୁ ବ୍ରିଟେନ(UK)ରେ ଗିରଫ କରାଯାଇଛି। ନିଜ କ୍ଷମତାର ଅପବ୍ୟବହାର ସନ୍ଦେହରେ ସେ ଗିରଫ ହୋଇଥିବା ଜଣାପଡ଼ିଛି। ଆଣ୍ଡ୍ର୍ୟୁ ମାଉଣ୍ଟବିଟେନ ନିଜର ୬୬ତମ ଜନ୍ମ ଦିନ ପୂର୍ବରୁ ଗିରଫ ହେବା ପୂରା ରାଜ ପରିବାରର ଛବିକୁ ବଦନାମ କରିଛି। ବ୍ରିଟେନର କୌଣସି ଯୁବରାଜ ଗିରଫ ହେବା ମଧ୍ୟ ପ୍ରଥମ ଘଟଣା।

Advertisment

ଆମେରିକାର ଯୌନ ଅପରାଧୀ ଜେଫ୍ରୀ ଏପଷ୍ଟିନ ସହ ତାଙ୍କର ଲିଙ୍କ ଥିବା କିଛି ଦିନ ପୂର୍ବରୁ ଅଭିଯୋଗ ହୋଇଥିଲା। ଜଣେ ଯୁବତୀ ଚଟଣାରେ ଶୋଇଥିବା ବେଳେ ଆଣ୍ଡ୍ର୍ୟୁ ତାଙ୍କ ଉପରେ ରହିଥିବା ଛବି ସାମ୍ନାକୁ ଆସିବା ପରେ ପୂରା ବିଶ୍ୱରେ ହଇଚଇ ଦେଖିବାକୁ ମିଳିଥିଲା। ଏହାପରେ ଏବେ ଆଣ୍ଡ୍ର୍ୟୁଙ୍କୁ ନିଜ ପଦର ଅପବ୍ୟବହାର ସନ୍ଦେହରେ ଗିରଫ ହେବାକୁ ପଡ଼ିଛି। 

ଥାମେସ ଭ୍ୟାଲି ପୁଲିସ୍‌ ଗିରଫଦାରୀକୁ ନଶ୍ଚିତ କରିଥିବା ବେଳେ ଅଭିଯୁକ୍ତଙ୍କ ନାଁ ସାର୍ବଜନୀନ କରିନି। କିନ୍ତୁ ପୂରା ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି। ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ତଦନ୍ତର ଅଂଶବିଶେଷ ଭାବେ ଆଜି(୧୯/୨) ନୋରଫ୍ଲୋକରୁ ଜଣେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ସାର୍ବଜନୀନ ପଦର ଅପବ୍ୟବହାର କରିବା ସନ୍ଦେହରେ ଗିରଫ କରାଯାଇଛି।

Advertisment

ଏବେ ତାଙ୍କର Berkshire ଓ Norfolk ଠିକଣାରେ ସର୍ଚ୍ଚ ଅପରେସନ କରାଯାଉଛି। ବ୍ୟକ୍ତି ଜଣଙ୍କ ଏବେ ପୁଲିସ ହେପାଜତରେ ରହିଛନ୍ତି। ରାଷ୍ଟ୍ରୀୟ ଗାଇଡଲାଇନ ଅନୁସାରେ ଆମେ ଗିରଫ ବ୍ୟକ୍ତିଙ୍କ ନାଁ କହିବୁ ନାହିଁ। ଦୟା କରି ଏହା ମନେରଖନ୍ତୁ ଯେ ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲିଛି। ଏଥିପାଇଁ ଏହା ସହ ଜଡ଼ିତ ଯେକୌଣସି ତଥ୍ୟର ପ୍ରକାଶ ସମୟରେ ସାବଧାନ ରୁହନ୍ତୁ। ଫଳରେ ପ୍ରକାଶନ ସଂସ୍ଥା ଅଦାଲତ ଅବମାନନାରୁ ବର୍ତ୍ତି ପାରିବେ ବୋଲି ପୁଲିସ ସତର୍କ କରାଇଛି। 

ଆସିସଷ୍ଟାଣ୍ଟ ମୁଖ୍ୟ କନଷ୍ଟେବଲ ଓଲିଭର ରାଇଟ କହିଛନ୍ତି, “ବିସ୍ତୃତ ସମୀକ୍ଷା ପରେ ଆମେ ଗୋଟିଏ ତଦନ୍ତ ଆରମ୍ଭ କରିଛୁ। ପବ୍ଲିକ ଅଫିସର ଅପବ୍ୟବହାର ସଂକ୍ରାନ୍ତ ଘଟଣାର ତଦନ୍ତ ଚାଲିଛି। ତଦନ୍ତର ପବିତ୍ରା ଓ ଉଦ୍ଦେଶ୍ୟକୁ ସୁରକ୍ଷିତ ରଖିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେ ଆମେ ସହଯୋଗୀ ସଂସ୍ଥାଗୁଡ଼ିକ ସହ ଅଭିଯୋଗର ଯାଞ୍ଚ ଜାରି ରଖିଛୁ। ଆମେ ଏହି ମାମଲାରେ ଲୋକଙ୍କ ଉତ୍ସୁକତା ବୁଝିପାରୁଛୁ। ଆମେ ସବୁ କିଛି ଠିକଣା ସମୟରେ କହିବୁ।” 

ମାଉଣ୍ଟବିଟେନ ୱିଣ୍ଡସର ରହୁଥିବା ପୂର୍ବ ଇଂଲଣ୍ଡର ସାଣ୍ଡ୍ରିଙ୍ଗହାମ ଇଷ୍ଟେଟକୁ ୬ଟି କାରରରେ ୮ ଜଣ ପୁଲିସ୍‌ ଅଧିକାରୀ ସାଦା ପୋଷାକରେ ଆସିଥିଲେ। ଏହାପରେ ଆଣ୍ଡ୍ର୍ୟୁଙ୍କୁ ଗିରଫ କରାଯାଇଥିଲା। ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମରଙ୍କ କହିବା କଥା ଯେ ମୂଳ ନୀତି ହେଲା କେହି ବି ଆଇନରୁ ଉପରେ ନୁହନ୍ତି। ଏହାକୁ ନିଶ୍ଚିତ ଭାବେ ଅନୁପାଳନ କରାଯିବ। 

ମାଉଣ୍ଟବିଟେନ-ୱିଣ୍ଡସର ବିଶ୍ୱସ୍ତ ସରକାରୀ ଦସ୍ତାବିଜକୁ ଏପଷ୍ଟିନକୁ ଦେଇଥିବା ଅଭିଯୋଗର ବିଚାର ଚଳିତ ମାସରୁ ଆରମ୍ଭ କରିଥିଲା ଥାମେଲ ଭ୍ୟାଲି ପୁଲିସ୍‌। ଆମେରିକା ସରକାର ନିକଟରେ ସାର୍ବଜନୀନ କରିଥିବା ଏପଷ୍ଟିନ ଫାଇଲ୍ସରେ ଥିବା ତଥ୍ୟର ଯାଞ୍ଚ ମଧ୍ୟ ପୁଲିସ୍ ଆରମ୍ଭ କରିଥିଲା।

ଦସ୍ତାବିଜରେ ସାଂଘାତିକ ତଥ୍ୟ ସବୁ ରହିଥିଲେ ହେଁ ଏହାକୁ ସବୁବେଳେ ରାଣୀ ଏଲିଜାବେଥ ୨ଙ୍କ ଦ୍ୱିତୀୟ ପୁଅ ଆଣ୍ଡ୍ର୍ୟୁ ସବୁବେଳେ ଖଣ୍ଡନ କରି ଆସିଥିଲେ। ଏପଷ୍ଟିନ ସହ ମିଶି ସେ କିଛି ଖରାପ କାମ କରି ନଥିବା ସଫେଇ ଦେଇଥିଲେ ହେଁ ତା’ ସହ ବନ୍ଧୁତା ଥିବା କଥାକୁ ସ୍ୱୀକାର କରି ଅନୁତାପ କରିଥିଲେ। ହେଲେ ଦସ୍ତାବିଜରେ ସେ ଜଣେ ଯୁବତୀଙ୍କ ପାଖରେ ରହିଥିବା ଦାବି ସମ୍ପର୍କରେ ମୁହଁ ଖୋଲି ନଥିଲେ। 

ଉକ୍ତ ଯୁବତୀଙ୍କୁ ଏପଷ୍ଟିନ ବିଦେଶରୁ ଆଣ୍ଡ୍ର୍ୟୁଙ୍କ ପାଇଁ ବ୍ରିଟେନକୁ ଚାଲାଣ କରିଥିବା ଅଭିଯୋଗ ହୋଇଛି। ଏବେ ଏହାର ଯାଞ୍ଚ ଚାଲିଥିବା ବେଳେ ଗିରଫଦାରୀ ପରେ ଆଣ୍ଡ୍ର୍ୟୁଙ୍କ ଅଡ଼ୁଆ ବଢ଼ିଛି। ଏତେ ସବୁ ବିବାଦ ପରେ ମଧ୍ୟ ବକିଂହାମ ପ୍ୟାଲେନ ପକ୍ଷରୁ କୌଣସି ବିବୃତି ଜାରି କରାଯାଇ ନାହିଁ।  

UK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe