Advertisment

ବ୍ରିଟେନର ରାଜକୁମାରୀ କେଟ ମିଡଲଟନ କ୍ୟାନସରରେ ଆକ୍ରାନ୍ତ

ପ୍ରାୟ ଦୁଇ ମାସ ହେବ କେଟ ମିଡଲଟନ ସର୍ବସାଧାରଣରେ ଦେଖା ଯାଉ ନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ନାନା ଅଟକଳ ଲଗା ଯାଉଥିଲା।

ଅଦ୍ୟତନ ହୋଇଛି
kate-middleton

kate-middleton

Advertisment

ବ୍ରିଟେନର ରାଜକୁମାରୀ କେଟ ମିଡଲଟନ କ୍ୟାନସରରେ ଆକ୍ରାନ୍ତ । ଏବେ ତାଙ୍କର କେମୋଥେରାପି ଚାଲିଛି। ପ୍ରାୟ ଦୁଇ ମାସ ହେବ କେଟ ମିଡଲଟନ ସର୍ବସାଧାରଣରେ ଦେଖା ଯାଉ ନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ନାନା ଅଟକଳ ଲଗା ଯାଉଥିଲା। ମାତ୍ର ଗତକାଲି ଏକ ଭିଡିଓ ମେସେଜ ଜରିଆରେ ଖୋଦ କେଟ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଶଂସକଙ୍କୁ ଅପଟେଡ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ଭଲ ପାଉଥିବା ଅଗଣିତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

କେଟ ମିଡଲଟନ ନିଜ ଭିଡିଓ ସନ୍ଦେଶରେ କହିଛନ୍ତି, ‘ପେଟରେ ଯନ୍ତ୍ରଣା ହେତୁ ମୁଁ ଗତ ଜାନୁୟାରୀରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି। ସେଠାରେ ସର୍ଜରୀ ପରେ ହୋଇଥିବା ପରୀକ୍ଷାରୁ ମୁଁ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସତର୍କତା ନିମନ୍ତେ କେମୋଥେରାପିର ଏକ କୋର୍ସ କରିବାକୁ ମୋ’ ମେଡିକାଲ ଟିମ୍‌ ପରାମର୍ଶ ଦେଇଥିଲେ। ସେମାନଙ୍କ ଦ୍ୱାରା ଚିକିତ୍ସିତ ହୋଇ ମୁଁ ଧୀରେ ଧୀରେ ସୁସ୍ଥ ହେଉଛି। ମେଡିକାଲ ଟିମ୍‌ ମୋ ସ୍ୱାସ୍ଥ୍ୟର ଖୁବ୍‌ ଯତ୍ନ ନେଉଛନ୍ତି। ଏବେ ମୋର କେମୋଥେରାପି ଚାଲିଛି। ମୁଁ ଏବେ ସକରାତ୍ମକ ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏହା ମୋତେ ଆରୋଗ୍ୟ ହେବାରେ ସାହାଯ୍ୟ କରୁଛି ଓ ପ୍ରତିଦିନ ମୁଁ ମଜବୁତ ହେଉଛି ।’

ଏଥିସହ ସେ କହିଛନ୍ତି, ଗତ ଦୁଇ ମାସ ଆମ ପରିବାର ପାଇଁ ଖୁବ୍‌ କଠିନ ସମୟ ଥିଲା। ମୋ’ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଜର୍ଜ, ଚାର୍ଲୋଟ ଏବଂ ଲୁଇ ଖୁବ୍‌ ଚିନ୍ତିତ ହୋଇ ପଡ଼ିଥିଲେ। ମୁଁ ସୁସ୍ଥ ଥିବା ନେଇ ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଆମକୁ ଖୁବ୍‌ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ତେଣୁ ଏପରି ସମୟରେ ଆମ ବ୍ୟକ୍ତିଗତ ଜୀବନର ଗୋପନୀୟତାକୁ ସମ୍ମାନ ଦେବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ବୋଲି କହିଛନ୍ତି କେଟ୍‌ ।

Advertisment
Familyନିଜ ପରିବାର ସହ କେଟ ମିଡଲଟନ୍‌ ।

ଗତ ବର୍ଷ କ୍ରିସମାସ ପରଠୁ କେଟ ମିଡିଲଟନଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳି ନ ଥିଲା। ଏହାପରେ ସେ ଅସୁସ୍ଥ ଥିବା ନେଇ ଖବର ପ୍ରଚାରିତ ହୋଇଥିଲା।

ଗତ ଜାନୁଆରୀରେ କେଟ ମିଡଲଟନଙ୍କ ପେଟରେ ଅସ୍ତ୍ରୋପଚାର କରାଯାଇଥିଲା। ଏହା ପରେ, ଜାନୁଆରୀ ୨୯ରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ କେଟ ପଶ୍ଚିମ ଲଣ୍ଡନର ୱିଣ୍ଡସର୍‌ ପ୍ୟାଲେସରେ ବିଶ୍ରାମ ନେଉଥିବା ଖବର ପ୍ରଚାରିତ ହୋଇଥିଲା।

kete middleton with husband ସ୍ୱାମୀ ବ୍ରିଟେନ ରାଜକୁମାର ପ୍ରିନ୍ସ ୱିଲୟମ୍ସଙ୍କ ସହ କେଟ ମିଡଲଟନ ।

ମାତୃ ଦିବସରେ କେଟଙ୍କ ଅସ୍ତ୍ରୋପଚାର ପରେ ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା, ଯେଉଁଥିରେ ୱେଲ୍ସର ରାଜକୁମାରୀ କେଟ ହସୁଥିବାର ନଜର ଆସିଛନ୍ତି। ଫଟୋରେ କେଟଙ୍କ ତିନି ସନ୍ତାନ ଜର୍ଜ, ଚାର୍ଲୋଟ ଏବଂ ଲୁଇ ମଧ୍ୟ ନଜର ଆସିଛନ୍ତି । ମାତ୍ର ପରେ ଉକ୍ତ ଫଟୋ ଏଡିଟିଂ ହୋଇଥିବା କୁହାଯାଇଥିବା ବେଳେ ବହୁ ନ୍ୟୁଜ ଏଜେନ୍ସି ନିଜ ସାଇଟ୍‌ରୁ ତାହାକୁ ହଟାଇ ଦେଇଥିଲେ।

କେଟ ମିଡଲଟନ ବ୍ରିଟେନ ରାଜକୁମାର ପ୍ରିନ୍ସ ୱିଲୟମ୍ସଙ୍କୁ ୨୦୧୧ ମସିହା ଏପ୍ରିଲ ୨୯ ତାରିଖରେ ବିବାହ କରିଥିଲେ। ଉଭୟଙ୍କ ତିନି ସନ୍ତାନ ସନ୍ତାନ ଜର୍ଜ, ଚାର୍ଲୋଟ ଏବଂ ଲୁଇ ଅଛନ୍ତି। ପ୍ରିନ୍ସ ୱିଲୟମ୍ସ ବ୍ରିଟେନର ପରବର୍ତ୍ତୀ ରାଜା ହେବେ। ଏପରି ସମୟରେ ତାଙ୍କ ପତ୍ନୀ ଗତ କିଛି ମାସ ହେବ ସାର୍ବଜନିନ କାର୍ଯ୍ୟକ୍ରମରେ ଦେଖା ଯାଉ ନ ଥିବାରୁ ଏହାକୁ ନେଇ ନାନା ଚର୍ଚ୍ଚା ଜୋର ଧରିଥିଲା।

Britain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe