Advertisment

ଇସ୍ରାଏଲ ବାଣିଜ୍ୟ ଦୂତାବାସ ଆଗରେ ଆତ୍ମାହୁତି ଉଦ୍ୟମ

ପାଲେଷ୍ଟାଇନ୍‌ର ପତକା ସହ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି ମହିଳା।

author-image
Madhupriya Mistry
Suicidee Attempt

Suicide Attempt

ବାଣିଜ୍ୟ ଦୂତାବାସ ଆଗରେ ଆତ୍ମାହୁତି ଉଦ୍ୟମ। ଆମେରିକାର ଆଟଲାଣ୍ଟା ସ୍ଥିତ ଇସ୍ରାଏଲ ବାଣିଜ୍ୟ ଦୂତାବାସ ଆଗରେ ଜଣେ ମହିଳା ପାଲେଷ୍ଟାଇନ୍‌ ସମର୍ଥକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପାଲେଷ୍ଟାଇନ୍‌ର ପତକା ସହ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି ଉକ୍ତ ମହିଳା। ତାଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ଏନେଇ ଟାଇମ୍ସ ଅଫ୍‌ ଇସ୍ରାଏଲ ସୂଚନା ଦେଇଛି।

Advertisment

ସୂଚନା ମୁତାବକ, ଦେହରେ ନିଆଁ ଲଗାଇବା ପରେ ଉକ୍ତ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଏଥିସହ ବଞ୍ଚାଇବାକୁ ଯାଇଥିବା ସୁରକ୍ଷାକର୍ମୀଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। କଟ୍ଟର ରାଜନୈତିକ ସମର୍ଥନ ଯୋଗୁ ଏହି ଘଟଣା ଘଟିଥିବା ଆଟଲାଣ୍ଟା ପୁଲିସ କହିଛି। ଯେଉଁ ସ୍ଥାନରେ ଇସ୍ରାଏଲ୍ ବାଣିଜ୍ୟ ଦୂତାବାସ ଅଛି ସେଠି ଅନ୍ୟାନ୍ୟ ବ୍ୟବସାୟିକ ଅଟ୍ଟାଳିକା ମଧ୍ୟ ଅଛି। ବିକ୍ଷୋଭକାରୀ ସେଠାରେ ପହଞ୍ଚି ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଦୂତାବାସ କୋଠା ସୁରକ୍ଷିତ ଥିବା ବେଳେ ଅନ୍ୟ କୌଣସି ବିପଦ ନାହିଁ ବୋଲଇ ପୁଲିସ କହିଛି।

ଉଲ୍ଲେଖଯୋଗ୍ୟ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଅସ୍ତ୍ରବିରତି ପରେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି। ଇସ୍ରାଏଲ୍ ହାମାସ ଉପରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି। ଶୁକ୍ରବାର ଦିନ ହାମାସ ଉପରେ ପୁଣିଥରେ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିଦେଇଛି। ଏହି ଆକ୍ରମଣରେ ୧୭୫ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ ବାୟୁସେନା ଗାଜାର ଦକ୍ଷିଣ ଭାଗରେ ଥିବା କିଛି ଅଞ୍ଚଳ ଉପରେ ଆଖିବୁଜା ଆକ୍ରମଣ କରିଛି। ଏହି ଅଞ୍ଚଳରେ ଥିବା ସମସ୍ତ ଲୋକଙ୍କୁ ଖାନ୍‌ ୟୁନିସ ସହର ଛାଡିବାକୁ କୁହାଯାଇଛି।

Advertisment
Israel Israel-Palestine Conflict