Advertisment

ବାଂଲାଦେଶରେ ସାଂଘାତିକ ହିଂସା; ଗଲାଣି ୩୯ ଜୀବନ, ରାସ୍ତାରେ ବୁଲୁଛି ସେନା

ସ୍ଥିତି ଦିନକୁ ଦିନ ବିଗିଡ଼ିବାକୁ ଲାଗିଥିବା ବେଳେ ହିଂସାକାଣ୍ଡରେ ଏଯାବତ ୩୯  ଜଣ ଆଖି ବୁଜି ସାରିଲେଣି। ଏଥିରେ ପ୍ରାୟ ୨୫୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

protest-in-bangladesh

protest-in-bangladesh

Advertisment

ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ସ୍ଥିତି ଦିନକୁ ଦିନ ବିଗିଡ଼ିବାକୁ ଲାଗିଥିବା ବେଳେ ହିଂସାକାଣ୍ଡରେ ଏଯାବତ ୩୯  ଜଣ ଆଖି ବୁଜି ସାରିଲେଣି। ଏଥିରେ ପ୍ରାୟ ୨୫୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରମଣ ଘଟଣାରେ ଜଣେ ସାମ୍ବାଦିକାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

Advertisment

ୟୁନିଭରସିଟିରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଏବେ ସାରା ବାଂଲାଦେଶରେ ପଡ଼ିଛି । ହାତରେ ଠେଙ୍ଗା ବାଡ଼ି, ପଥର ଧରି ବୁଲୁଥିବା ବିକ୍ଷୋଭ ପ୍ରଦର୍ଶନକାରୀ ରାସ୍ତା ଉପରେ ଥିବା ବସ୍‌ ସମେତ ବିଭିନ୍ନ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଏହାକୁ ଦେଖି ବାଂଲାଦେଶରେ ବସ୍‌, ଟ୍ରେନ୍‌ ଓ ମେଟ୍ରୋ ସେବାକୁ ବନ୍ଦ କରି ଦିଆଯାଇଛି।

ହିଂସାତ୍ମକ ଘଟଣା ଯେପରି ଅଧିକ ନ ବ୍ୟାପେ ସେଥିନିମନ୍ତେ ସମଗ୍ର ଦେଶରେ ମୋବାଇଲ, ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଦେଶରେ ଥିବା ସମସ୍ତ ସରକାରୀ, ବେସରକାରୀ, ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି ଏପରି ସମୟରେ ବହୁ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଦେଶର ବିଭିନ୍ନ ସ୍ଥାନରେ ରାସ୍ତାରେ ସେନାର ଯବାନମାନେ ପଇଁତରା ମାରୁଛନ୍ତି।

Advertisment

ଦେଶରେ ସ୍ଥିତି ଅଣାୟତ୍ତ ହେବା ସହ ହିଂସାକାଣ୍ଡ ବଢ଼ିବାକୁ ଲାଗିବା ଘଟଣା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶେଖ ହସିନା ଗତକାଲି ନ୍ୟାସନାଲ ଟେଲିଭିଜନରେ ଦେଶବାସୀଙ୍କୁ ଅପିଲ୍‌ କରିଥିଲେ।

ମାତ୍ର ଏହା ଦେଖି ବିକ୍ଷୋଭକାରୀଙ୍କ ଆକ୍ରୋଶ ଅଧିକ ବଢ଼ିବାରୁ ସେମାନେ ନ୍ୟାସନାଲ ଟେଲିଭିଜନ ବିଲ୍ଡିଂରେ ନିଆଁ ଲଗାଇ ଦେଇଥିଲେ। ବିଲିଂଟି ହୁହୁ ହୋଇ ଜଳୁଥିବା ବେଳେ ଭିତରେ ୧୨ଶହ କର୍ମଚାରୀ ରହି ଯାଇଥିଲେ। ପୁଲିସ୍‌ , ପ୍ରଶାସନ ଓ ଅଗ୍ନିଶମ ବାହିନୀ ପକ୍ଷରୁ କଠିନ ପରିଶ୍ରମ ପରେ ସମସ୍ତଙ୍କୁ ନିଆଁ କବଳରୁ ରକ୍ଷା କରାଯାଇଛି।

ଆନ୍ଦୋଳନକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍‌ ଭିଡ଼ ଉପରକୁ ରବର ଗୁଳି ଓ ଲୁହବୁହା ଗ୍ୟାସ ଛାଡ଼ୁଛି। ଏଥିଯୋଗୁ ବହୁ ବିକ୍ଷୋଭକାରୀ ଗୁରୁତର ରୂପେ ଆହତ ହୋଇଛନ୍ତି।

ଢାକାରେ ବିକ୍ଷୋଭ ଘଟଣାକୁ କଭର କରୁଥିବା ସମୟରେ ମେହେନ୍ଦୀ ହସନ ନାମକ ରିପୋର୍ଟରଙ୍କର ମୃତ୍ୟୁ ହୋଇଛି। ପ୍ରଦର୍ଶନକାରୀ ଢାକାସ୍ଥିତ ଏକ ୟୁନିଭରସିଟି କ୍ୟାମ୍ପସ୍‌ରେ ବ୍ୟାପକ ହିଂସାକାଣ୍ଡ ଘଟାଉଥିବା ବେଳେ ଏହାକୁ ପ୍ରଶମିତ କରିବାକୁ ସେଠାକୁ ୬୦ ପୁଲିସ୍‌ ଯାଇଥିଲେ। ମାତ୍ର ଛାତ୍ରଙ୍କ ଉଗ୍ର ପ୍ରଦର୍ଶନ ଦେଖି ସେମାନେ କଲେଜର ଏକ ବିଲ୍ଡିଂର ଛାତ ଉପରେ ଫସି ଯାଇଥିଲେ। ପରେ ହେଲିକପ୍ଟର ଯୋଗେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି।

ଏପରି ସ୍ଥିତିରେ ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜାରୀ ଜାରି କରାଯାଇ ଯାତ୍ରା କରିବାକୁ ବାରଣ କରାଯାଇଛି। ଏଥିସହ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ହେଲପଲାଇନ୍‌କୁ ଯୋଗାଯୋଗ କରିବାକୁ କୁହାଯାଇଛି।

ବାଂଲାଦେଶରେ ସରକାରୀ ଚାକିରିରେ ୩୦ % ସଂରକ୍ଷଣ ୧୯୭୧ ଯୁଦ୍ଧର ସହିଦଙ୍କ ପରିବାର ସଦସ୍ୟଙ୍କୁ ପାଇଁ ରହିଥିବାରୁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଏହି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ସେମାନଙ୍କ ଦାବି ସହିଦଙ୍କ ନାତି, ଅଣନାତିଙ୍କୁ ବି ଏହି ସୁବିଧା ମିଳୁଥିବାରୁ ପ୍ରକୃତ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରିରୁ ବଞ୍ଚିତ ରହୁଛନ୍ତି ।

Protest Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe