Advertisment

ନ୍ୟୁୟର୍କରେ ଥିବା ବାଂଲାଦେଶ ଦୂତାବାସରେ ଭଙ୍ଗାରୁଜା

କିଛି ବିକ୍ଷୋଭକାରୀ ନ୍ୟୁୟର୍କର ବାଂଲାଦେଶ ଦୂତାବାସକୁ ପଶି ଭଙ୍ଗାରୁଜା କରିବା ସହ ସେଠାରେ ଥିବା ଶେଖ୍ ହସିନାଙ୍କ ବାପା ଶେଖ୍ ମୁଜିବୁରଙ୍କ ଫଟୋ କାଢ଼ି ନେଇଛନ୍ତି।

Sheikh Mujibur's portrait

Sheikh Mujibur's portrait

Advertisment

ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଆମେରିକାରେ ଥିବା ଦେଶର ଦୂତାବାସ ଉପରେ ଆକ୍ରମଣ କରାଯାଇଛି। କିଛି ବିକ୍ଷୋଭକାରୀ ନ୍ୟୁୟର୍କର ବାଂଲାଦେଶ ଦୂତାବାସକୁ ପଶି ଭଙ୍ଗାରୁଜା କରିବା ସହ ସେଠାରେ ଥିବା ଶେଖ୍ ହସିନାଙ୍କ ବାପା ଶେଖ୍ ମୁଜିବୁରଙ୍କ ଫଟୋ କାଢ଼ି ନେଇଛନ୍ତି।

Advertisment

ଦୂତାବାସରେ ଭଙ୍ଗାରୁଜା କରାଯିବା ସମୟର କିଛି ଦୃଶ୍ୟ ସୋଶାଲ ମିଡିଆରେ ଅପଲୋଡ କରାଯାଇଛି। ଏଥିରେ ଦେଖାଯାଉଛି ଯେ, କିଛି ଭିକ୍ଷୋଭକାରୀ ଦୂତାବାସରେ ଭଙ୍ଗାରୁଜା କରିବା ସହ ବାଂଲାଦେଶ ପ୍ରତିଷ୍ଠାତା ତଥା ପୂର୍ବତନ ରାଷ୍ଟ୍ରପତି ଶେଖ୍ ମୁଜିବୁରଙ୍କ ଫଟୋକୁ ବାହାର କରି କାଢି ନେଉଛନ୍ତି। 

ଜୁଲାଇରୁ ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ହିଂସା ସୃଷ୍ଟି ହୋଇଥିଲା। ଏହି ବ୍ୟବସ୍ଥା ହଟାଯିବା ସତ୍ତ୍ୱେ ହାଇକୋର୍ଟ କମ୍ ପ୍ରତିଶତ ସଂରକ୍ଷଣ ସହ ପୁନଃ ଲାଗୁ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ, ଏହାକୁ ନେଇ ସରକାରଙ୍କୁ ଘେରିଥିଲେ କିଛି ଛାତ୍ର ସଂଗଠନ।

Advertisment

ଧୀରେ ଧୀରେ ହିଂସା ଉଗ୍ର ରୂପ ନେଇଥିଲା। ଏଥିରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏହାରି ମଧ୍ୟରେ ଗତକାଲି ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇ ଯାଇଛନ୍ତି। 

ମାତ୍ର ଏବେ ମଧ୍ୟ ଦେଶରେ ସ୍ଥିତି ଶାନ୍ତ ପଡ଼ି ନାହିଁ। ଶେଖ୍ ହସିନା ସରକାରୀ ବାସ ଭବନ ଛାଡ଼ିବା ପରେ କିଛି ଆନ୍ଦୋଳନକାରୀ ସେଠାରେ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏପରିକି ତାଙ୍କ ବାପା ତଥା ପୂର୍ବତନ ରାଷ୍ଟ୍ରପତି ଶେଖ୍ ମୁଜିବୁରଙ୍କ ପ୍ରତିମୂର୍ତ୍ତୀକୁ କାଢି ନେଇଛନ୍ତି।

ସେହିପରି ଦେଶରେ ଥିବା କିଛି ହିନ୍ଦୁ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଇସ୍କନ ମନ୍ଦିରରେ ଭଙ୍ଗାରୁଜା ସହ ପୋଡ଼ାଜଳା କରାଯାଇଥିବା ଖବର ସାମ୍ନାକୁ ଆସିଛି। ଏହାରି ମଧ୍ୟରେ ଆମେରିକାର ନ୍ୟୁୟର୍କ ସହରରେ ଥିବା ବାଂଲାଦେଶ ଦୂତାବାସରେ ମଧ୍ୟ ଭଙ୍ଗାରୁଜା କରାଯାଇଛି।

ତେବେ ଦେଶଠାରୁ ବହୁଦୂରରେ ଥିବା ଦୂତାବାସ ଉପରେ ଆକ୍ରମଣ କରାଯିବାର ପ୍ରକୃତ କାରଣ କଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।  

Bangladesh Violence Bangladesh Consul General Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe