Advertisment

ଟିକସ ବୃଦ୍ଧି ବିଲ୍‌କୁ ବିରୋଧ, ସଂସଦରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ

ସ୍ଥିତି ଅଣାୟାତ୍ତ ହେବାରୁ ପୁଲିସ୍‌ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ଼ କରିବାରୁ ଇତି ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

Kenya

Kenya

Advertisment

ଟିକସ ବୃଦ୍ଧି ବିଲ୍‌କୁ ବିରୋଧ କରି କେନିୟାରେ ଘଟିଛି ଲଙ୍କାକାଣ୍ଡ। ବିକ୍ଷୋଭକାରୀ ଦେଶର ସଂସଦକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହ ନିଆଁ ଲଗାଇ ଦେଇଛନ୍ତି। ଫଳରେ ସଂସଦ ବିଲଡିଂର କିଛି ଅଂଶ ନିଆଁ ଲାଗି କ୍ଷତିଗ୍ରସ୍ତ ହୋଇଛି।

Advertisment

ସେଠାରୁ ପ୍ରବଳ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଛି। ସ୍ଥିତି ଅଣାୟାତ୍ତ ହେବାରୁ ପୁଲିସ୍‌ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ଼ କରିବାରୁ ଇତି ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଶତାଧିକ ବିକ୍ଷୋଭକାରୀ ପୁଲିସ୍‌କୁ ଚକମା ଦେଇ ସଂସଦ ଭିତରେ ଧସେଇ ପଶିବାକୁ ଚେଷ୍ଟା କରୁଛନ୍ତି। ସେହିପରି ସଂସଦ ବିଲଡିଂର ଗୋଟିଏ ପାଖ ନିଆଁରେ ହୁତହୁତ ହୋଇ ଜଳୁଛି। ପୁଲିସ୍‌ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ, ପାଣି ମାଡ଼ ଓ ଶେଷରେ ଗୁଳିମାଡ଼ କରୁଛି। ଏବେ ବି କେନିୟା ସଂସଦ ବାହାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

Advertisment

ସଂସଦ ଭିତରକୁ ଧସେଇ ପଶିବାକୁ ଚାହୁଁଥିବା ବିକ୍ଷୋଭକାରୀ ଡାଭିସ ତାଫାରି କହିଛନ୍ତି, “ଆମେ ସଂସଦକୁ ବନ୍ଦ କରିବାକୁ ଚାହୁଁଛୁ। ସବୁ ସାଂସଦ ବାହାରକୁ ଆସନ୍ତୁ ଓ ଇସ୍ତଫା ଦିଅନ୍ତୁ।”

କେବଳ ସଂସଦ ପାଖରେ ନୁହେଁ, ଦେଶର ବିଭିନ୍ନ ସହର ଓ ସ୍ଥାନରେ ସରକାରୀ ବିରୋଧୀ ଆନ୍ଦୋଳନ ତୀବ୍ର ହୋଇଛି। କେନିୟା ସଂସଦରେ ଅର୍ଥନୀତିକ ବିଲ୍‌ ପାସ୍‌ ହୋଇଛି। ରାଷ୍ଟ୍ରପତି ମୋହର ମାରିବା କ୍ଷଣି ଏହା କାର୍ଯ୍ୟକାରୀ ହେବ। ତେବେ ବିଲ୍‌ରେ ଥିବା ଟିକସ ବୃଦ୍ଧି ପ୍ରସ୍ତାବକୁ ଲୋକମାନେ ବିରୋଧ କରୁଛନ୍ତି।

ଏବେ କେନିୟା ମହଙ୍ଗା ମାଡ଼ରେ ଆଉଟପାଉଟ ହେଉଛି। ଏପରି ସ୍ଥିତିରେ ଟିକସ ବୃଦ୍ଧି ସେମାନଙ୍କ ଜୀବନ ଶୈଳୀକୁ ପ୍ରଭାବିତ କରିବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ଅନେକ ଲୋକ ରାଷ୍ଟ୍ରପତି ୱଲିୟମ ରୁଟୋଙ୍କ ଇସ୍ତଫା ମଧ୍ୟ ମାଗିଛନ୍ତି।

୨ ବର୍ଷ ତଳେ ରୁଟୋ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ସେ କେନିୟାର ଗରିବ ଲୋକଙ୍କ ପାଇଁ କାମ କରିବେ ବୋଲି କହିଥିଲେ। ହେଲେ ସେ ଦେଶର ଋଣ ଭିତରେ ଫସି ଯାଇଛନ୍ତି।

ଆଇଏମଏଫ କେନିୟାକୁ ଦେଇଥିବା ଋଣ ମାଗିବାରେ ଲାଗିଛି। କୋଭିଡ ୧୯, ୟୁକ୍ରେନ ଯୁଦ୍ଧ, ଦେଶରେ କ୍ରମାଗତ ଭାବେ ଦେଖାଯାଉଥିବା ମରୁଡ଼ି ଓ ମୁଦ୍ରା ମୂଲ୍ୟ ହ୍ରାସ ଯୋଗୁ ସୃଷ୍ଟି ହୋଇଥିବା ଆର୍ଥିକ ବୋଝରୁ ରୁଟୋ ଦେଶକୁ ମୁକୁଳାଇ ପାରି ନାହାନ୍ତି।

ଏବେ ଅର୍ଥନୀତିକ ବିଲ୍‌ରେ ୨.୭ ବିଲିୟନ ଅତିରିକ୍ତ ଟିକସ ସଂଗ୍ରହ ପାଇଁ ବ୍ୟବସ୍ଥା ରହିଛି। ତେଣୁ ଏହାକୁ ଲୋକମାନେ ବିରୋଧ କରୁଛନ୍ତି।

Kenyan News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe