Advertisment

ପୁଲୱାମା ହମଲାର ଷଡ଼ଯନ୍ତ୍ରକାରୀକୁ ଉଠାଇ ନେଲା କିଏ?

୨୦୨୨ ଏପ୍ରିଲ ମାସରେ ଭାରତ ସରକାର ଆଲମଗିରକୁ ଆତଙ୍କବାଦୀ ଘୋଷଣା କରିଥିଲେ। ସେ ଜୈଶ ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ସାମିଲ ଥିଲା।

author-image
Hemant Lenka
Pulwama

Pulwama

ଦେଶକୁ ଦୋହଲାଇ ଦେଇଥିବା ୨୦୧୯ ମସିହା ପୁଲୱାମା ହମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମୋହିଉଦ୍ଦିନ ଔରଙ୍ଗଜେବ ଆଲମଗିରକୁ କିଛି ଲୋକ ଉଠାଇ ନେଇଛନ୍ତି। ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ବରିଷ୍ଠ କମାଣ୍ଡର ଭାବେ ପରିଚିତ ଆଲଗିର ଓ ତା’ର ଜଣେ ସମ୍ପର୍କୀୟଙ୍କୁ ପାକିସ୍ତାନରୁ ଅପହରଣ କରି ନିଆଯାଇଥିବା ଖବର ପ୍ରକାଶ ପାଇଛି।

Advertisment

ଗୋଟିଏ କାର୍‌ରେ କିଛି ଅଜଣା ଲୋକ ଉଭୟଙ୍କୁ ବଳପୂର୍ବକ ପାକିସ୍ତାନର ହାଫିଜାବାଦରୁ ଉଠାଇ ନେଇଛନ୍ତି। ଆଲମଗିର ଓ ତା’ ସମ୍ପର୍କୀୟ ଡେରା ହାଜି ଗୁଲାମକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। କିନ୍ତୁ କିଏ ଓ କାହିଁକି ଆଲମଗିରକୁ ଅପହରଣ କରିଛନ୍ତି, ସେ ସମ୍ପର୍କରେ କିଛି ବି ଖବର ମିଳିନି।

ଆଲମଗିର ପୁଲୱାମା ହମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା। ୨୦୧୯ ଫେବୃଆରୀ ୧୪ରେ ସିଆରପିଏଫ ଯବାନଙ୍କ କନଭୟକୁ ଟାର୍ଗେଟ କରି ଆତ୍ମଘାତୀ ହମଲା କରାଯାଇଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଖବର ବିଶ୍ୱକୁ ସ୍ତବ୍ଧ କରି ଦେଇଥିବା ବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା।

Advertisment

ଭାରତ ଆଲମଗିରର ଭୂମିକା ସମ୍ପର୍କରେ ଆରମ୍ଭରୁ କହି ଆସୁଥିବା ବେଳେ ସେ ପାକିସ୍ତାନରେ ବେଶ ସୁରକ୍ଷିତ ଭାବେ ଲୁଚି ରହିଥିଲା। ଏବେ ହାଫିଜାବାଦରୁ ତାକୁ ଅପହରଣ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।

ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରେ କୁହାଯାଇଛି ଯେ ଆଲମଗିର ଗୋଟିଏ ପାରିବାରିକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କିଛି ଲୋକ ତାକୁ କାରରେ ପିଛା କରିଥିଲେ। କିଛି ବାଟ ପିଛା କରିବା ପରେ ସେମାନେ ବଳପୂର୍ବକରୁ ଆଲମଗିର ଓ ତା’ ସମ୍ପର୍କୀୟକୁ କାରରେ ବସାଇ ଅଜଣା ସ୍ଥାନକୁ ନେଇ ଯାଇଛନ୍ତି।

ଖବର ପ୍ରକାଶ ପାଇବା ପରେ ପାକିସ୍ତାନ ପୁଲିସ୍‌, ଆଇଏସଆଇ ଓ ପାକିସ୍ତାନ ଆର୍ମି ହାଫିଜାବାଦର ବିଭିନ୍ନ ସ୍ଥାନରେ ରେଡ କରିଛନ୍ତି। ତଥାପି ରହସ୍ୟମୟ ଅପହରଣ ସମ୍ପର୍କରେ କୌଣସି ସୁରାକ ମିଳିନି। ଏବେ ଆଲମଗିର ଓ ତା’ ସମ୍ପର୍କୀୟ କେଉଁଠି, ସେଖବର କାହା ପାଖରେ ନାହିଁ। ପୁଲିସ୍‌ କେବଳ ଆଲମଗିରର ବାଇକୁ ଠାକ କରିବାକୁ ସକ୍ଷମ ହୋଇଛି।

୨୦୨୨ ଏପ୍ରିଲ ମାସରେ ଭାରତ ସରକାର ଆଲମଗିରକୁ ଆତଙ୍କବାଦୀ ଘୋଷଣା କରିଥିଲେ। ସେ ଜୈଶ ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ସାମିଲ ଥିଲା। ପାଣ୍ଠି ସଂଗ୍ରହ କରିବା ପରେ ସେଗୁଡ଼ିକୁ କଶ୍ମୀରକୁ ପଠାଉଥିଲା। ଭାରତୀୟ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହମଲା ହିଁ ତା’ର ଏକମାତ୍ର ଲକ୍ଷ୍ୟ ଥିଲା।

୧୯୮୩ ମସିହା ଜାନୁଆରୀ ୧ ତାରିଖରେ ପାକିସ୍ତାନର ବାହାବଲପୁରରେ ଜନ୍ମ ଗ୍ରହଣ କରିଥିବା ଆଲମଗିର କେବଳ ପୁଲୱାମା ନୁହେଁ, କଶ୍ମୀରରେ ଘଟିଥିବା ଅନେକ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲା।

Terror Attack Jammu Kashmir Pulwama Attack