Advertisment

Pakistan: ପାକିସ୍ତାନରେ ବାହା ହୋଇଯାଇଛନ୍ତି ନିଖୋଜ ଭାରତୀୟ ମହିଳା

ସରବଜୀତ ପାକିସ୍ତାନରେ ଇସଲାମ ଧର୍ମ ଗ୍ରହଣ କରି ସେଠାରେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ବିବାହ କରିନେଇଛନ୍ତି। ସେମାନଙ୍କ ନିକାନାମା ବା ଇସଲାମିକ ମ୍ୟାରେଜ କଣ୍ଟ୍ରାକ୍ଟ ଏବେ ସାମ୍ନାକୁ ଆସିଛି।

author-image
Hemant Lenka
kaur

ସରବଜୀତ କୌର

ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବ ପାଇଁ ଶିଖ ଧର୍ମର ଲୋକଙ୍କ ସହ ପାକିସ୍ତାନ ଗସ୍ତ କରିଥିବା ଭାରତୀୟ ଶିଖ(Punjab)  ମହିଳା ସରବଜୀତ କୌରଙ୍କ ସମ୍ପର୍କରେ ନୂଆ ତଥ୍ୟ ଆସିଛି। ପାକିସ୍ତାନ ଯାଇଥିବା ବେଳେ ହଠାତ୍‌ ସେ ନିଖୋଜ ହୋଇଯାଇଥିଲେ। ଏହାକୁ ନେଇ ଅନେକ ଆଶାଆଶଙ୍କା ଦେଖାଯାଇଥିଲା। କିନ୍ତୁ ଏବେ ଜଣପଡ଼ିଛି ଯେ ସରବଜୀତ ପାକିସ୍ତାନରେ ଇସଲାମ ଧର୍ମ ଗ୍ରହଣ କରି ସେଠାରେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ବିବାହ କରିନେଇଛନ୍ତି। ସେମାନଙ୍କ ନିକାନାମା ବା ଇସଲାମିକ ମ୍ୟାରେଜ କଣ୍ଟ୍ରାକ୍ଟ ଏବେ ସାମ୍ନାକୁ ଆସିଛି। 

Advertisment

ଏଥିରେ କୁହାଯାଇଛି ଯେ ସରବଜୀତ କୌରଙ୍କ ଘର ପଞ୍ଜାବର କପୁରଥାଲରେ। ସେ ଲାହୋର ନିକଟସ୍ଥ ଶେଖୁପୁରାର ନସିର ହୁସେନ ନାମକ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ବାହାଘର ପୂର୍ବରୁ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ ଓ ନିଜ ନାଁକୁ ନୁରକୁ ବଦଳାଇଥିଲେ। ଏବେ ସେ ନୁର ଭାବେ ପରିଚିତ। 

ନଭେମ୍ବର ୪ରେ ଅନ୍ୟ ଶିଖ ଶ୍ରଦ୍ଧାଳୁଙ୍କ ସହ ୱାଘା-ଅଟ୍ଟାରୀ ସୀମା ଦେଇ ପାକିସ୍ତାନ ଯାଇଥିଲେ ସରବଜୀତ। ଗୁରୁ ନାନକ ଦେବଙ୍କ ୫୫୫ତମ ଜନ୍ମ ଉତ୍ସବରେ ସାମିଲ ହେବାକୁ ଶ୍ରଦ୍ଧାଳୁମାନେ ପାକିସ୍ତାନ ଯାଇଥିଲେ। ନଭେମ୍ବର ୧୩ରେ ପାକିସ୍ତାନ ଯାଇଥିବା ୧୯୦୦ରୁ ଅଧିକ ଶ୍ରଦ୍ଧାଳୁ ଫେରିଥିଲେ। କିନ୍ତୁ ପ୍ରତ୍ୟାବର୍ତ୍ତନ କରିଥିବା ଗ୍ରୁପରେ କୌର ନଥିଲେ। 

Advertisment

ଏହାପରେ ପାକିସ୍ତାନୀ(Pakistan) ଇମଗ୍ରେସନର ଅଧିକାରୀମାନେ ଭାରତୀୟ କର୍ତ୍ତୃପକ୍ଷଙ୍କୁ କୌର ପ୍ରତ୍ୟାବର୍ତ୍ତନ ପାଇଁ ରିପୋର୍ଟ କରିନଥିବା ଜଣାଇ ଦେଇଥିଲେ। ପୁଲିସ୍‌ ମଧ୍ୟ ଗୋଟିଏ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। 

ଏସବୁ ଭିତରେ କୌରଙ୍କ ସମ୍ପର୍କରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏବେ ଭାରତୀୟ ଅଧିକାରୀମାନେ କୌର ଓ ତାଙ୍କ ପରିବାର ସମ୍ପର୍କରେ ଅଧିକ ହାସଲ କରିବାକୁ ଉଦ୍ୟମ କରୁଛନ୍ତି। ୫୨ ବର୍ଷୀୟ ସରବଜୀତ କୌର ପୂର୍ବରୁ ଭାରତରେ ବିବାହ କରିଥିଲେ। କର୍ଣ୍ଣାଲ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ସେ ବାହା ହୋଇଥିଲେ ଓ ତାଙ୍କର ୨ ଜଣ ପୁଅ ମଧ୍ୟ ରହିଛନ୍ତି। ଶ୍ରୀ ସିଂହ ପ୍ରାୟ ୩୦ ବର୍ଷ ହେବ ଇଂଲଣ୍ଡରେ ରହୁଛନ୍ତି।  

Pakistan Punjab