Advertisment

ମୋଦିଙ୍କ ପ୍ରସ୍ତାବରେ ପୁଟିନ ରାଜି; ସ୍ୱଦେଶ ଫେରିବେ ରୁଷ ସେନାରେ କାର୍ଯ୍ୟରତ ଭାରତୀୟ

ମୋଦିଙ୍କ ରୁଷ ଗସ୍ତ ସମୟରେ ଭାରତକୁ ମିଳିଛି ଏକ ବଡ଼ କୁଟନୈତିକ ବିଜୟ। ସ୍ୱଦେଶ ଫେରିବେ ରୁଷ ସେନାରେ କାର୍ଯ୍ୟରତ ଭାରତୀୟ।

Putin & Modi

Putin & Modi

Advertisment

ମୋଦିଙ୍କ ରୁଷ ଗସ୍ତ ସମୟରେ ଭାରତକୁ ମିଳିଛି ଏକ ବଡ଼ କୁଟନୈତିକ ବିଜୟ। ସ୍ୱଦେଶ ଫେରିବେ ରୁଷ ସେନାରେ କାର୍ଯ୍ୟରତ ଭାରତୀୟ। ପୁଟିନଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ପ୍ରସ୍ତାବରେ ପୁଟିନ ରାଜି ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Advertisment

କୁହାଯାଉଛି, ୟୁକ୍ରେନ୍ ବିରୋଧୀ ଯୁଦ୍ଧରେ ରୁଷ ସେନାରେ କିଛି ଭାରତୀୟଙ୍କୁ ଲଢ଼ିବାକୁ ପ୍ରବର୍ତ୍ତାଯାଇଛି। ସେମାନଙ୍କୁ ଅଧିକ ଦରମାର ଲୋଭ ଦେଖାଇ ଏଜେଣ୍ଟମାନେ ସେନାରେ ସାମିଲ କରିଛନ୍ତି। ଏପରିକି ଯୁଦ୍ଧରେ ଅକାଳରେ ୨ ଜଣଙ୍କ ଜୀବନ ବି ଚାଲି ଯାଇଛି ।

ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି ବିରୋଧୀ। ଏବେ ରୁଷ ଗସ୍ତରେ ପୁଟିନଙ୍କୁ ଭେଟି ଏହି ପ୍ରସଙ୍ଗ ମୋଦି ଉଠାଇଥିବା ଚର୍ଚ୍ଚା ହେଉଛି। ଆଜି ମସ୍କୋରେ ୨୨ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ସାମିଲ ହେବେ ପୁଟିନ୍ ଓ ମୋଦି। ତା’ପୂର୍ବରୁ ଗତକାଲି ଦୁଇ ନେତା ଓନୌପଚାରିକ ଭାବରେ ସାକ୍ଷାତ ଆଲୋଚନା କରିଥିଲେ।

Advertisment

କ୍ରେମଲିନ ଭଳି ନୋଭୋ ଓଗାରିୟୋଭୋ ହେଉଛି ରୁଷ ରାଷ୍ଟ୍ରପତିଙ୍କର ଆଉ ଏକ ସରକାରୀ ବାସଭବନ। ମସ୍କୋ ଉପକଣ୍ଠରେ ଥିବା ଏହି ବାସଭବନରେ ମୋଦି ପହଞ୍ଚିବା ପରେ ନିଜେ ପୁଟିନ ଆସି ତାଙ୍କୁ ସ୍ୱାଗତ କରିଥିଲେ । ସେମାନେ ପରସ୍ପରକୁ ଆଲିଙ୍ଗନ କରିବା ସହିତ ହାତ ମିଳାଇଥିଲେ।

ଏହାପରେ ଉଭୟ ନେତା ପ୍ରାଇଭେଟ୍ ଡିନର କରିବା ସହିତ ଅନୌପଚାରିକ ଭାବେ କିଛି ସମୟ ଆଲୋଚନା କରିଥିଲେ। ଏହି ଅବସରରେ ମୋଦିଙ୍କୁ ଇଲେକ୍ଟ୍ରିକ୍ କାର୍ରେ ବସାଇ ନୋଭୋ ଓଗାରିୟୋଭୋ ପରିସର ବୁଲାଇଥିଲେ ପୁଟିନ୍। ନିଜେ ପୁଟିନ୍ ଡ୍ରାଇଭ୍ କରୁଥିବା ଦେଖିବାକୁ ମିଳିଥିଲା ।

ସେପଟେ ଆଜି ମସ୍କୋରେ ବସିବ ୨୨ ତମ ଭାରତ-ରୁଷ ଶିଖର ସମ୍ମିଳନୀ । ଏହି ବୈଠକରେ ଭାରତ ଓ ରୁଷ ସଂପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ହେବ ଆଲୋଚନା । ସେଠାରେ ବିଧିବଦ୍ଧ ଭାବେ ମୋଦି ଓ ପୁଟିନଙ୍କ ମଧ୍ୟରେ ବୈଠକ ହେବ। ଏହାପରେ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନର କାର୍ଯ୍ୟକ୍ରମ ରହିଛି ।

ରୁଷ ୟୁକ୍ରେନ୍ ଯୁଦ୍ଧ ଭିତରେ ପ୍ରଥମ ଥର ପାଇଁ ରୁଷ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ। ଗତକାଲି ବିମାନବନ୍ଦରରେ ପହଞ୍ଚିବା ପରେ, ମୋଦିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ମୋଦିଙ୍କ ଗସ୍ତକୁ ନେଇ ଋଷରେ ରହୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ରୁଷ ପରେ ଅଷ୍ଟ୍ରୀୟା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ।

India Russia Vladimir Putin Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe