Advertisment

କାଲି ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବ, ଖୁବଶୀଘ୍ର ପୁଟିନଙ୍କୁ ଭେଟିବେ ଜିନପିଙ୍ଗ

ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଖୁବଶୀଘ୍ର ଭେଟିବେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ।

Putin

Putin

Advertisment

ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଖୁବଶୀଘ୍ର ଭେଟିବେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ। ସେ ଆସନ୍ତା ମାସରେ ମସ୍କୋ ଆସିବାର ସମ୍ଭାବନା ଥିବା ନିଜେ ପୁଟିନ ସଙ୍କେତ ଦେଇଛନ୍ତି। ଚାଇନାର ବରିଷ୍ଠ ଡିପ୍ଲୋମାଟ ୱାଙ୍ଗ ୟିଙ୍କୁ କ୍ରେମଲିନଙ୍କୁ ସ୍ୱାଗତ କରି ପୁଟିନ କହିଛନ୍ତି ଯେ ଜିନପିଙ୍ଗଙ୍କ ଗସ୍ତକୁ ଅପେକ୍ଷା କରାଯାଇଛି ଓ ଏନେଇ ଦୁଇ ଦେଶ ମଧ୍ୟରେ ବୁଝାମଣା ମଧ୍ୟ ହୋଇଛି। 

Advertisment

ସବୁ କିଛି ଆଗକୁ ବଢ଼ି ଚାଲିଛି। ବିକାଶ ମଧ୍ୟ ହେଉଛି। ଆମେ ଏବେ ନୂଆ ଫ୍ରଣ୍ଟିନର୍ସରେ ପହଞ୍ଚିବାକୁ ଯାଉଛି ବୋଲି ସେ କହିଛନ୍ତି। ଫେବୃଆରୀ ୨୪ ଅର୍ଥାତ ଆସନ୍ତାକାଲି ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରିବ। ଏହାପୂର୍ବରୁ ହିଁ ଚାଇନାର ବରିଷ୍ଠ ଅଧିକାରୀ ରୁଷରେ ପହଞ୍ଚିଛନ୍ତି। ସେହିପରି ପୁଟିନ ମଧ୍ୟ ଜିନପିଙ୍ଗଙ୍କ ସହ ବୈଠକ ହେବ ବୋଲି ସଙ୍କେତ ଦେଇଛନ୍ତି।

ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ଜିନପିଙ୍ଗଙ୍କ ଘନିଷ୍ଠ ସୂତ୍ରରୁ ତଥ୍ୟ ହାସଲ କରି ରିପୋର୍ଟ ପ୍ରକାଶ କରିଛି ଯେ ଜିନପିଙ୍ଗ ରୁଷ ଗସ୍ତ ପାଇଁ ଯୋଜନା ରହିଛି। ମଲ୍ଟିପାର୍ଟି ଶାନ୍ତି ଆଲୋଚନା ଉପରେ ଜିନପିଙ୍ଗ ଗୁରୁତ୍ୱ ଦେଉଛନ୍ତି। ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରେ ବିରାମ ଲଗାଇବାକୁ ମଧ୍ୟ ଜିନପିଙ୍ଗ ଚାହାନ୍ତି। ଏସବୁ ଉପରେ ପୁଟିନଙ୍କ ସହ ଆଲୋଚନା ହେବାର ଅଛି। ତଥାପି ଜିନପିଙ୍ଗ ରୁଷ ଗସ୍ତ ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଏଥିପାଇଁ କୌଣସି ଦିନ କିମ୍ବା ସମୟ ଧାର୍ଯ୍ୟ ହୋଇନି ବୋଲି ଏହି ସୂତ୍ରରେ କୁହାଯାଇଛି।

Advertisment

ଆଉ ଏକ ସୂତ୍ରରେ କୁହାଯାଇଛି ଯେ ଜିନପିଙ୍ଗ ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ରୁଷ ଯାଇ ପାରନ୍ତି। ରୁଷ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଜୟ ଉତ୍ସବ ପାଳନ କରିବାକୁ ଯାଉଥିବାରୁ ଜିନପିଙ୍ଗ ସେହି ସମୟରେ ପୁଟିନଙ୍କ ସହ ଉପସ୍ଥିତ ରହିବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଜିନପିଙ୍ଗ ରୁଷ ଗସ୍ତ ଆମେରିକାର ଚିନ୍ତା ବଢ଼ାଇଛି। ଆମେରିକାର ବୈଦଶିକ ମନ୍ତ୍ରଣାଳୟ କହିଛି ଯେ ରୁଷ ଓ ଚାଇନାର ଏପରି ଭେଟଘାଟ ବେଶ ଚିନ୍ତାର ବିଷୟ। ଏହା ଉପରେ ଆମର ନଜର ରହିଛି। ୱାଶିଂଟନ ପୂର୍ବରୁ କହି ସାରିଛି ଯେ ୟୁକ୍ରେନ ସହ ଯୁଦ୍ଧ ସମୟରେ ଚାଇନା ପକ୍ଷରୁ ରୁଷକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି। ତେଣୁ ଜିନପିଙ୍ଗ ରୁଷ ଗଲେ ଆମେରିକା କେମତି ଏହାକୁ କାଉଣ୍ଟର କରିବ, ତା’ ଉପରେ ସମସ୍ତଙ୍କ ନଜର।

Russia-Ukraine War China Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe