Advertisment

Putin mocks Trump: ଟ୍ରମ୍ପଙ୍କ ଦୋମୁହାଁ ନୀତିର ଗୁମର ଖୋଲିଲେ ପୁଟିନ, ଭାରତର ସମର୍ଥନ କଲେ

ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଠାରୁ ତେଲ କିଣୁଥିବା ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ଉପରେ ଟ୍ରମ୍ପ ଏହାକୁ ବନ୍ଦ କରିବାକୁ ଚାପ ପକାଉଛନ୍ତି। କିନ୍ତୁ ଆମେରିକା ନିଜେ ରୁଷ ଠାରୁ ନିଜର ଆଣବିକ ଶିଳ୍ପ ପାଇଁ ୟୁରାନିୟମ କିଣି ଚାଲିଛି। ଏହା ଟ୍ରମ୍ପଙ୍କ ଦୋମୁହାଁ ନୀତି ବୋଲି ପୁଟିନ ସମଗ୍ର ବିଶ୍ୱକୁ ଜଣାଇଛନ୍ତି।

Putin

ପୁଟିନ ଓ ଟ୍ରମ୍ପ (ଫାଇଲ ଫଟୋ)

Advertisment

ପୂରା ବିଶ୍ୱକୁ ଟାରିଫର ନାଲି ଆଖି ଦେଖାଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(‌Donald Trump)ଙ୍କ ଗୁମର ଖୋଲିଛନ୍ତି ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନ। ଟ୍ରମ୍ପ ପୂରା ବିଶ୍ୱ ଆଗରେ ପ୍ରଦର୍ଶନ କରୁଥିବା ଦୋମୁହାଁ ନୀତିର ପର୍ଦ୍ଦାଫାସ ହୋଇଛି। 

Advertisment

ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଠାରୁ ତେଲ କିଣୁଥିବା ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ଉପରେ ଟ୍ରମ୍ପ ଏହାକୁ ବନ୍ଦ କରିବାକୁ ଚାପ ପକାଉଛନ୍ତି। କିନ୍ତୁ ଆମେରିକା ନିଜେ ରୁଷ ଠାରୁ ନିଜର ଆଣବିକ ଶିଳ୍ପ ପାଇଁ ୟୁରାନିୟମ କିଣି ଚାଲିଛି। ଏହା ଟ୍ରମ୍ପଙ୍କ ଦୋମୁହାଁ ନୀତି ବୋଲି ପୁଟିନ(Vladimir Putin) ସମଗ୍ର ବିଶ୍ୱକୁ ଜଣାଇଛନ୍ତି। 

ସୋଚି ଠାରେ ଭ୍ଲଡାଇ ଫୋରମରେ ନିଜର ଅଭିଭାଷଣ ରଖି ପୁଟିନ ସହଯୋଗୀ ଭାରତକୁ ତେଲ କିଣିବା ପାଇଁ ସମର୍ଥନ କରିଛନ୍ତି। ନିଜ ଅଭିଭାଷଣରେ ସେ ଟ୍ରମ୍ପଙ୍କ ଦୋମୁହାଁ ନୀତିର ପର୍ଦ୍ଦାଫାସ କରିବାରେ କୌଣସି ପ୍ରକାରର ସୁଯୋଗ ହାତ ଛଡ଼ା କରି ନାହାନ୍ତି। ରୁଷ(Russia)ର ବାଣିଜ୍ୟ ସହଯୋଗୀଙ୍କ ଉପରେ ଆମେରିକା ଚାପ ପକାଇ ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ କହୁଥିଲେ ହେଁ ନିଜେ ମସ୍କୋ ସହ ବ୍ୟବସାୟ କରୁଥିବା ପୁଟିନ କହିଛନ୍ତି। 

Advertisment

ପୁଟିନଙ୍କ କହିବା କଥା ଯେ ଆମେରିକା(USA)କୁ ୟୁରାନିୟମ ରପ୍ତାନୀ କରୁଥିବା ଦ୍ୱିତୀୟ ସର୍ବବୃହତ୍ତ ରାଷ୍ଟ୍ର ହେଉଛି ରୁଷ। ୨୦୨୫ରେ ୧.୨ ବିଲିୟନ ୟୁରାନିୟମ ଆମେରିକାକୁ ରପ୍ତାନୀ କରିବାକୁ ଯୋଜନା ରହିଛି। ସେ କହିଛନ୍ତି, “ଆଣବିକ ଶକ୍ତି ପ୍ଲାଣ୍ଟ ବ୍ୟବହାର କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆମେରିକା ସର୍ବବୃହତ୍ତ। ଯେହେତୁ ଆମେରିକାରେ ଆଣବିକ ଶକ୍ତି ବେଶ ବିକଶିତ ହୋଇ ସାରିଛି, ଏହାକୁ ଚାଲୁ ରଖିବା ପାଇଁ ବିପୁଳ ପରିମାଣର ତେଲ ଆବଶ୍ୟକ। ଆମେ ସର୍ବବୃହତ୍ତ ରପ୍ତାନୀକାରୀ ରାଷ୍ଟ୍ର ନୁହଁ, କିନ୍ତୁ ଆମେରିକା ମାର୍କେଟକୁ ୟୁରାନିୟମ ରପ୍ତାନୀ କରୁଥିବା ଦ୍ୱିତୀୟ ସର୍ବବୃହତ୍ତ ରାଷ୍ଟ୍ର ହେଉଛି ରୁଷ।”

ଏପରି କହି ପୁଟିନ ଆମେରିକା ପ୍ରଦର୍ଶନ କରୁଥିବା ଦୋମୁହାଁ ନୀତିର ଗୁମର ଖୋଲି ଦେଇଛନ୍ତି। ଆମେରିକା ମାର୍କେଟରେ ବିକ୍ରି ହେଉଥିବା ମୋଟ ୟୁରାନିୟମର ୨୫% ଭାଗ ହେଉଛି ରୁଷର। ୨୦୨୪ରେ ରୁଷ ପକ୍ଷରୁ ଆମେରିକାକୁ ପ୍ରାୟ ୮୦୦ ମିଲିୟନ ଡଲାରର ୟୁରାନିୟମ ବିକ୍ରି କରାଯାଇଥିଲା। 

ଆମେରିକାର ଦୋମୁହାଁ ନୀତି 

ଭାରତୀୟ ଦ୍ରବ୍ୟଗୁଡ଼ିକ ଉପରେ ଟ୍ରମ୍ପ ଚଳିତ ବର୍ଷ ଅଗଷ୍ଟ ମାସରେ ୨୫% ଟାରିଫ ଲଗାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ରୁଷ ଠାରୁ ତେଲ କିଣୁ ଥିବାରୁ ଭାରତ(India) ଉପରେ ଆଉ ୨୫% ଅର୍ଥାତ ମୋଟ ୫୦% ଟାରିଫ ଲଗାଇଥିଲା ଆମେରିକା। ଭାରତ ତୁଳନାରେ ଚାଇନା ସର୍ବାଧିକ ତେଲ ରୁଷ ଠାରୁ କିଣୁଛି। ତଥାପି ଆମେରିକା ପକ୍ଷରୁ ଚାଇନା ତୁଳନାରେ ଭାରତ ଉପରେ ଅଧିକ ଟାରିଫ ଲାଗୁ କରିଛି। ଏପରି କି ରୁଷ ଠାରୁ ତେଲ ଓ ଗ୍ୟାସ କିଣୁଥିବା ରାଷ୍ଟ୍ରଗୁଡ଼ିକ ଉପରେ ଅଧିକ ଟାରିଫ ଲଗାଇବାକୁ ୟୁରୋପୀୟ ୟୁନିୟନକୁ ମଧ୍ୟ କହୁଛନ୍ତି।

କିନ୍ତୁ ଆମେରିକା ଅନ୍ୟମାନଙ୍କୁ ନାଲି ଆଖି ଦେଖାଉଥିବା ବେଳେ ନିଜେ ରୁଷ ଠାରୁ କେମିକାଲ, ୟୁରାନିୟମ ଓ ସାର କିଣିବାରେ ବ୍ୟସ୍ତ ରହିଛି। 

ଭାରତକୁ ସମର୍ଥନ କଲେ ପୁଟିନ 

ରୁଷ ଠାରୁ ଅଶୋଧିତ ତୈଳ କିଣୁଥିବା ଭାରତ ଉପରେ ଆମେରିକା ନିୟମିତ ଚାପ ପକାଉଥିବାରୁ ଏହାକୁ ସମାଲୋଚନା କରିଛନ୍ତି ପୁଟିନ। ଆମେରିକା ଚାପରେ ଭାରତ କେବେ ହେଲେ ମୁଣ୍ଡ ନୁଆଁଇବ ନାହିଁ ଓ କାହା ଆଗରେ ନିଜର ଏପରି ଅପମାନ ହେବାକୁ ଦେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ସନ୍ତୁଳିତ ଓ ବୁଦ୍ଧିଆ ନେତା। ରୁଷ ଓ ଭାରତ ମଧ୍ୟରେ ଗୋଟିଏ ସ୍ୱତନ୍ତ୍ର ସମ୍ପର୍କ ରହିଛି ବୋଲି ପୁଟିନ କହିଛନ୍ତି। 

ପୁଟିନ କହିଛନ୍ତି, “ଭାରତ ପକ୍ଷରୁ ରୁଷ ଠାରୁ କରାଯାଉଥିବା ଆମଦାନୀ ସଂପୂର୍ଣ୍ଣ ଭାବେ ଅର୍ଥନୀତିକ ହିସାବ ସହ ଜଡ଼ିତ। ଏଠାରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ। ଯଦି ଭାରତ ଆମ ଶକ୍ତି ରପ୍ତାନୀକୁ ମନା କରିଦେବ, ତା’ହେଲେ ନିଶ୍ଚିତ ଭାବେ କ୍ଷତି ସହିବ। ଭାରତର କ୍ଷତି ୯ରୁ ୧୦ ବିଲିୟନ ଡଲାର ରହିପାରେ। କିନ୍ତୁ ଭାରତ ଯଦି ମନା ନ କରିବ, ତା’ହେଲେ କଟକଣା ଲାଗୁ ହୋଇପାରେ। ଏହାର କ୍ଷତି ପ୍ରାୟତଃ ତେଲ ନ କିଣିବା କ୍ଷତି ସହ ସମାନ ରହିବ। ତେଣୁ ଘରୋଇ ରାଜନୀତିର ମୂଲ୍ୟ ଦେଇ କାହିଁକି ଭାରତ ଏହାକୁ ମନା କରିବ? 

ନିଶ୍ଚିତ ଭାବେ ଭାରତ ଭଳି ଦେଶର ଲୋକମାନେ ମୋ ଉପରେ ବିଶ୍ୱାସ ରଖିଛନ୍ତି। ରାଜନୀତିକ ନେତୃବୃନ୍ଦଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ଉପରେ ସେମାନଙ୍କ ନଜର ରହିଛି। ସେମାନେ କେବେ ହେଲେ କାହା ସାମ୍ନାରେ କୌଣସି ପ୍ରକାରର ଅପମାନକୁ ଅନୁମତି ଦେଇ ପାରିବେ ନାହିଁ।

 ମୁଁ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜାଣିଛି। ସେ କେବେ ହେଲେ ଏପରି ନିଷ୍ପତ୍ତି ନେଇ ପାରିବେ ନାହିଁ। ଆମେରିକା ଲଗାଇଥିବା ଟାରିଫ ଯୋଗୁ ଭାରତ ସହୁ ଥିବା କ୍ଷତିର ଭରଣା ରୁଷ ରପ୍ତାନୀରୁ ହୋଇପାରିବ। ଏଥିସହ ଭାରତ ଗୋଟିଏ ସାର୍ବଭୌମ ରାଷ୍ଟ୍ର ସମ୍ମାନ ମଧ୍ୟ ହାସଲ କରିପାରିବ।”

USA India Donald Trump Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe