Advertisment

ରୁଷ-ୟୁକ୍ରେନ ଯୁଦ୍ଧରେ ପଡ଼ିବ କି ପୂର୍ଣ୍ଣଚ୍ଛେଦ?

ଜେଲେନସ୍କିଙ୍କୁ ଭେଟିବା ପାଇଁ ପୁଟିନଙ୍କ ସହମତି ଏକ ସକାରାତ୍ମକ ସଙ୍କେତ ଦେଇଛି। ଏପରି ପ୍ରସ୍ତାବ ୟୁକ୍ରେନ ଯୁଦ୍ଧକୁ ଶେଷ କରିବାରେ ସହାୟକ ହୋଇପାରେ।

Putin

Putin

Advertisment

ଦୀର୍ଘ ୩ ବର୍ଷ ଧରି ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛ ଯୁଦ୍ଧ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ବିଶ୍ୱ ୩ ବର୍ଷ ହେଲା ପ୍ରଭାବିତ ହେବାରେ ଲାଗିଛି। ଯୁଦ୍ଧ ଯୋଗୁ ଦୁଇ ଦେଶର ହଜାର ହଜାର ଲୋକ ପ୍ରାଣ ହରାଇ ସାରିଲେଣି। ରୁଷ ଅପେକ୍ଷେ ୟୁକ୍ରେନ ଅଧିକ କ୍ଷତି ସହିଛି। ଦେଶର ଭିତ୍ତିଭୂମି ଠାରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଗୁଡ଼ିକ ରୁଷର ମିସାଇଲ ମାଡ଼ରେ ଛନଛତ୍ର ହୋଇଯାଇଛି।

Advertisment

ରୁଷ ମଧ୍ୟ କମ କ୍ଷତି ସହିନି। ଦୁଇ ଦେଶ ମଧ୍ୟରେ ୩ ବର୍ଷ ହେଲା ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ ସମର୍ଥନରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ରୁଷକୁ ଏକଘରକିଆ କରିଛନ୍ତି। ପୂର୍ବରୁ ଆମେରିକା ଯୁଦ୍ଧକୁ ପ୍ରୋତ୍ସାହିତ କରି ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଚାଲିଥିଲା। କିନ୍ତୁ ଆମେରିକାରେ ଡୋନାଲ୍ଟ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ରୁଷ ଓ ୟୁକ୍ରେନ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି।

କାରଣ ସାଉଦି ଆରମ୍ଭରେ ଯୁଦ୍ଧରେ ବିରାମ ଲଗାଇବା ପାଇଁ ଆମେରିକା ପ୍ରୟାସରେ ଆଲୋଚନା ଆରମ୍ଭ ହୋଇଛି। ଏଥିରେ ଆମେରିକା ଓ ରୁଷ କୁଟନୀତିଜ୍ଞମାନେ ଯୋଗ ଦେଇଛନ୍ତି। ବୈଠକରେ ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧକୁ ଶେଷ କରିବା ପାଇଁ ଆଲୋଚନା ହେବ। ଯୁଦ୍ଧର ଅନ୍ତ ପାଇଁ ଗୋଟିଏ ଚୁକ୍ତି ନାମା ମଧ୍ୟ କରାଯିବାର ସମ୍ଭାବନା ରହିଛି। କିନ୍ତୁ ଉକ୍ତ ବୈଠକରେ ୟୁକ୍ରେନର ପ୍ରତିନିଧି ଯୋଗ ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ଆମେରିକା ଓ ରୁଷ ମଧ୍ୟରେ ଯୁଦ୍ଧ ଶେଷ କରିବାକୁ ହେବା ପାଇଁ ଥିବା ଚୁକ୍ତିକୁ ୟୁକ୍ରେନ ଗ୍ରହଣ କରିବ କି ନାହିଁ, ତା’ ମଧ୍ୟ ବଡ଼ ପ୍ରଶ୍ନ।

Advertisment

ଏସବୁ ଭିତରେ କ୍ରେମଲିନ୍ ନିଶ୍ଚିତ କରିଛି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କର ୟୁକ୍ରେନ ପ୍ରତିପକ୍ଷ ଭୋଲଡମିର ଜେଲେନସ୍କିଙ୍କ ସହ ଆବଶ୍ୟକ ପଡ଼ିଲେ ଯୁଦ୍ଧ ଶେଷ କରିବା ପାଇଁ ଆଲୋଚନା କରିବାକୁ ରାଜି ଅଛନ୍ତି। ପ୍ରଥମଥର ପାଇଁ ପୁଟିନ ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଜେଲେନସ୍କିଙ୍କ ସହ କଥା ହେବାକୁ ଚାହିଁଥିବାରୁ ୩ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।

ସେହିପରି ୟୁକ୍ରେନ ଯୁଦ୍ଧକୁ ମୁଖ୍ୟ ପ୍ରସଙ୍ଗ କରି ସାଉଦି ଆରବରେ ରୁଷ-ଆମେରିକା ବୈଠକ ବସିଛି। କିନ୍ତୁ ଏହି ବୈଠକରେ ୟୁକ୍ରେନୀୟ କୂଟନୀତିଜ୍ଞଙ୍କ ସ୍ଥାନ ନଥିବାରୁ ସମସ୍ତେ ଚକିତ ହୋଇଛନ୍ତି। ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ "ଆମ ବିନା ଆମ ବିଷୟରେ ଆଲୋଚନା ହୋଇଥିବା କୌଣସି ଚୁକ୍ତି କିମ୍ବା ବିଷୟକୁ କିଭ୍‌ ସ୍ୱୀକୃତି ଦେଇପାରିବେ ନାହିଁ।” ୟୁକ୍ରେନର ରାଜଧାନୀ ହେଉଛି କିଭ୍‌।

ରାଷ୍ଟ୍ରପତି ଜେଲେନସ୍କି ସାଉଦି ଆରବ ମଧ୍ୟ ଗସ୍ତ କରିବେ। କିନ୍ତୁ ରୁଷ ଓ ଆମେରିକାର ଶୀର୍ଷ କୂଟନୀତିଜ୍ଞଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହେବାର ଗୋଟିଏ ଦିନ ପରେ ସେ ସାଉଦି ଆରବ ଯିବେ। ରାଷ୍ଟ୍ରପତି ଜେଲେନସ୍କିଙ୍କ ମୁଖପାତ୍ର ସେର୍ଗି ନିକିଫୋରୋଭ କହିଛନ୍ତି ଯେ ରାଷ୍ଟ୍ରପତି ଜେଲେନସ୍କି ତାଙ୍କ ସାଉଦି ଗସ୍ତ ସମୟରେ ରୁଷ କିମ୍ବା ଆମେରିକାର କୌଣସି ଅଧିକାରୀଙ୍କୁ ଭେଟିବେ ନାହିଁ। ରାଷ୍ଟ୍ରପତି ଜେଲେନସ୍କି ଓ ତାଙ୍କ ପତ୍ନୀ ଓଲେନା ୟୁଏଇ ଓ ତୁର୍କୀ ଯିବା ପୂର୍ବରୁ ସରକାରୀ ଗସ୍ତର ଅଂଶବିଶେଷ ଭାବେ ସାଉଦି ଆରବରେ ରହିବେ। ଏହାପରେ ସେମାନେ ୟୁଏଇ ଓ ତୁର୍କୀ ଯିବେ।

ଅନ୍ୟପକ୍ଷରେ ମସ୍କୋ ପ୍ରତି ଆମେରିକାର ଆଭିମୁଖ୍ୟ ବଦଳିବା ୟୁରୋପୀୟ ରାଷ୍ଟ୍ର ଓ ନାଟୋ ସହଯୋଗୀମାନଙ୍କୁ ଚିନ୍ତିତ କରିଛି। ପୂର୍ବରୁ ରୁଷକୁ କଡ଼ା ବିରୋଧ କରୁଥିବା ଆମେରିକା ହଠାତ୍‌ ତା’ର ନୀତିକୁ ବଦଳାଇ ଆଲୋଚନା ପାଇଁ ଆଗେଇ ଆସିଛି। ୱାଶିଂଟନ ଏବଂ ମସ୍କୋ ମଧ୍ୟରେ ଥିବା ଫାଟକୁ ଯୋଡ଼ିବା ପାଇଁ ଭବଷ୍ୟତରେ ଡୋନାଲ୍ଡ ଟ୍ରମ୍ପ ଓ ଭ୍ଲାଦିମିର ପୁଟିନ ଆଲୋଚନାର କରିବାର ସମ୍ଭାବନା ଅଛି କି ନାହିଁ, ସେକଥା ରିୟାଦରେ ଅନୁଷ୍ଠିତ ବୈଠକ ପରେ ସ୍ପଷ୍ଟ ହେବ।

କିନ୍ତୁ ଜେଲେନସ୍କିଙ୍କୁ ଭେଟିବା ପାଇଁ ପୁଟିନଙ୍କ ସହମତି ଏକ ସକାରାତ୍ମକ ସଙ୍କେତ ଦେଇଛି। ଏପରି ପ୍ରସ୍ତାବ ୟୁକ୍ରେନ ଯୁଦ୍ଧକୁ ଶେଷ କରିବାରେ ସହାୟକ ହୋଇପାରେ।

ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧ ଯୋଗୁ ବ୍ୟାପକ କ୍ଷତି ହେବାରେ ଲାଗିଛି। ବିଶ୍ୱ ଅର୍ଥନୀତି ଉପରେ ଯୁଦ୍ଧର ଚାପ ପଡ଼ିଛି। ମସ୍କୋ ମଧ୍ୟ ଯୁଦ୍ଧର ମୂଲ୍ୟ ଦେଇଛି ଓ ପଶ୍ଚିମ ଦେଶଗୁଡ଼ିକ ଦ୍ୱାରା ଲାଗୁ ହୋଇଥିବା ପ୍ରତିବନ୍ଧକ ଯୋଗୁ ଏହାର ଅର୍ଥନୀତି ପ୍ରଭାବିତ ହୋଇଛି। ଏବେ ଚାପ ବଢ଼ିବାରୁ ରୁଷ ସାମାଧାନର ରାସ୍ତା ଖୋଜିବା ପାଇଁ ସଙ୍କେତ ଦେଇଛି।

Ukraine President Russia-Ukraine War Russia USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe