Advertisment

୧୬ ମହଲାରୁ ଖସି ପୁଟିନଙ୍କ ଘନିଷ୍ଠ ସହଯୋଗୀଙ୍କ ମୃତ୍ୟୁ

ମାରିନା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ଆର୍ଥିକ ସହଯୋଗ ବିଭାଗର ମୁଖ୍ୟ ଭାବେ କାମ କରୁଥିଲେ।

Putin

Putin

Advertisment

ରୁଷର ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ମାରିନା ୟାଙ୍କିନାଙ୍କ ମୃତ୍ୟୁ ଘଟିଛି। ସେ ସେଣ୍ଟ ପିଟର୍ସବର୍ଗରେ ଥିବା ଗୋଟିଏ ୧୬ ମହଲା ବିଲଡିଂ ଉପରୁ ଖସି ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି। ମାରିନା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ଆର୍ଥିକ ସହଯୋଗ ବିଭାଗର ମୁଖ୍ୟ ଭାବେ କାମ କରୁଥିଲେ। କେଉଁ ପରିସ୍ଥିତିରେ ସେ ୧୬ ମହଲାରୁ ଖସି ପଡ଼ିଲେ, ସେକଥା ଜଣାପଡ଼ିନି। ସେହିପରି ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ନାହିଁ, ତା’ର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

Advertisment

ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ମାରିନା ୟାଙ୍କିନାଙ୍କ ମୃତଦେହକୁ ବୁଧବାର ସକାଳ ୮ଟା ପୂର୍ବରୁ ଠାବ କରାଯାଇଥିଲା। ସେଣ୍ଟ ପିଟର୍ସବର୍ଗର କାଲିନିନସ୍କାଏ ଅଞ୍ଚଳରେ ଥିବା ଗୋଟିଏ ଆବାସିକ କମ୍ପ୍ଲେକ୍ସର ପେଭମେଣ୍ଟରୁ ଜଣେ କର୍ମଚାରୀ ହିଁ ପ୍ରଥମେ ମାରିନାଙ୍କ ମୃତଦେହକୁ ଦେଖିଥିଲେ। ଏହାପରେ ସୁରକ୍ଷା ଅଧିକାରୀମାନେ ପହଞ୍ଚି ଏହାକୁ ଜବତ କରିଥିଲେ। ୫୮ ବର୍ଷୀୟ ମାରିନା ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ସମୟରେ ରୁଷ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଡ଼ କରୁଥିଲେ।

ରୁଷର ୫ଟି ଜିଓଗ୍ରାଫିକାଲ ବାଟାଲିୟନ୍ସ ମଧ୍ୟରୁ ଗୋଟିଏ ହେଉଛି ୱେଷ୍ଟର୍ଣ୍ଣ ମିଲିଟାରୀ ଡିଷ୍ଟ୍ରିକ। ଏହାର ଆର୍ଥିକ ନିର୍ଦ୍ଦେଶକ ଭାବେ କାମ କରୁଥିଲେ ମାରିନା। ସେ ସିଧାସଳଖ ପୁଟିନଙ୍କୁ ରିପୋର୍ଟ କରୁଥିଲେ।

Advertisment

୧୬ ମହଲା ବିଶିଷ୍ଟ ବିଲଡିଂର ଗୋଟିଏ ରୁମରୁ ମାରିନାଙ୍କର କିଛି ଜିନିଷ ମିଳିଛି। ଏଠାରେ ମାରିନା ରୁହନ୍ତି ନାହିଁ ଓ ପ୍ରକୃତରେ ଏହା ତାଙ୍କ ସ୍ୱାମୀଙ୍କ ଆପାର୍ଟମେଣ୍ଟ। କେଉଁ ପରିସ୍ଥିତିରେ ମାରିନା, ସେଠାକୁ ଯାଇଥିଲେ? ଏହା ହତ୍ୟା ନା ଦୁର୍ଘଟଣା, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ୱେଷ୍ଟର୍ଣ୍ଣ ମିଲିଟାରୀ ଡିଷ୍ଟ୍ରିକ ନିଶ୍ଚିତ କରିଛି ଯେ ତା’ର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ହେଲେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇନାହିଁ।

Russia-Ukraine War Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe