Advertisment

ଚର୍ଚ୍ଚାରେ ପୁଟିନଙ୍କ ମଳ ସଂଗ୍ରହ ଆଟାଚି, ଟ୍ରମ୍ପଙ୍କୁ ଭେଟିବା ବେଳେ ବଡିଗାର୍ଡଙ୍କ ପାଖରେ ଥିଲା

ବଡିଗାର୍ଡ ବା ଅଙ୍ଗରକ୍ଷୀଙ୍କ ପାଖରେ ଥିଲା ସ୍ୱତନ୍ତ୍ର ପପ ସୁଟକେସ୍‌। ଏଥିରେ ପୁଟିନଙ୍କ ମଳ ବା ଶରୀରରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ରଖାଯାଉଥିଲା। ଆମେରିକା ବଦଳରେ ସେସବୁ ମଇଳା ମସ୍କୋକୁ ସୁଟକେସ ଦ୍ୱାରା ଅଣାଯାଇଥିଲା।

author-image
Hemant Lenka
Putin

Putin

ନିକଟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଆମେରିକା ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲାସ୍କାରେ ବୈଠକ କରିଥିଲେ। ଏହି ବୈଠକ ଉପରେ ନଜର ପୂରା ବିଶ୍ୱର ରହିଥିଲା। ଯଦିଓ ୟୁକ୍ରେନ ଯୁଦ୍ଧକୁ ନେଇ ୩ ଘଣ୍ଟା ଧରି ଚାଲିଥିବା ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ, କିନ୍ତୁ ପୁଟିନଙ୍କ ବଡିଗାର୍ଡମାନଙ୍କୁ ଆଲାସ୍କା ବୈଠକ ବେଳେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା।

Advertisment

ବଡିଗାର୍ଡ ବା ଅଙ୍ଗରକ୍ଷୀଙ୍କ ପାଖରେ ଥିଲା ସ୍ୱତନ୍ତ୍ର ପପ ସୁଟକେସ୍‌। ଏଥିରେ ପୁଟିନଙ୍କ ମଳ ବା ଶରୀରରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ରଖାଯାଉଥିଲା। ଆମେରିକା ବଦଳରେ ସେସବୁ ମଇଳା ମସ୍କୋକୁ ସୁଟକେସ ଦ୍ୱାରା ଅଣାଯାଇଥିଲା।

ଏହା ଶୁଣିବାକୁ ବେଶ ଅଲଗା ଓ ବିରଳ ଲାଗିପାରେ। କିନ୍ତୁ ପୁଟିନଙ୍କ ସୁରକ୍ଷା ପ୍ରୋଟକଲ ମଧ୍ୟରେ ବେଶ କିଛି ବର୍ଷ ହେଲା ଏହାକୁ ସାମିଲ କରାଯାଇଛି। ବିଦେଶ ଗସ୍ତରେ ଯିବା ସମୟରେ ପୁଟିନଙ୍କ ବଡିଗାର୍ଡମାନେ ୨୦୧୭ରୁ ପପ ସୁଟକେସ୍‌ର ବ୍ୟବହାର କରୁଛନ୍ତି। ବିଦେଶ ରାଷ୍ଟ୍ରଗୁଡ଼ିକ କାଳେ ପୁଟିନଙ୍କ ମଳ ବା ଶରୀରରୁ ବାହାରୁ ଥିବା କୌଣସି ଜିନିଷରୁ ନମୁନା ହାସଲ କରି ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତଥ୍ୟ ହାସଲ କରିଦେବ, ସେଥିପାଇଁ ବଡିଗାର୍ଡମାନେ ପପ ସୁଟକେସର ବ୍ୟବହାର କରୁଛନ୍ତି। ସମସ୍ତ ମଇଳାକୁ ସବୁବେଳେ ମସ୍କୋକକୁ ହିଁ ଅଣାଯାଇ ଏଠାରେ ଫିଙ୍ଗା ଯାଏ।

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଇନଭେଷ୍ଟିଗେଟିଭ ସାମ୍ବାଦିକ ମିଖାଇଲ ରୁବିନ ଓ ରେଗିସ ଜେଣ୍ଟେଙ୍କ ତଥ୍ୟକୁ ଉପସ୍ଥାପନ କରାଯାଇଛି। ଏଥିରେ କୁହାଯାଇଛି ଯେ ରୁଷ ରାଷ୍ଟ୍ରପତିଙ୍କ ଫେଡେରାଲ ପ୍ରୋଟେକସନ ସର୍ଭିସ(ଏଫପିଏସ୍‌) ପୁଟିନଙ୍କ ମଳ ସମେତ ଶରୀରରୁ ବାହାରୁ ଥିବା ବର୍ଜ୍ୟବସ୍ତୁକୁ ସଂଗ୍ରହ କରିଥାଏ। ଏହାକୁ ଗୋଟିଏ ସ୍ୱତନ୍ତ୍ର ବ୍ୟାଗରେ ରଖାଯାଏ। ଶେଷରେ ଏହାକୁ ସୁଟକେସ୍‌ରେ ଭର୍ତ୍ତି କରି ମସ୍କୋ ଅଣାଯାଇଥାଏ।

ଏହି ବ୍ୟବସ୍ଥା ୨୦୧୭ ମେ’ ମାସରେ ପୁଟିନ ଫ୍ରାନ୍ସ ଗସ୍ତରେ ଯିବା ବେଳ ଠାରୁ କାର୍ଯ୍ୟକାରୀ କରାଯାଇଛି। ନିକଟରେ ଟ୍ରମ୍ପଙ୍କ ସହ ଭେଟଘାଟ ବେଳେ ଏହାକୁ ଆପଣା ଯାଇଥିଲା। ଫରିଡା ରୁଷ୍ଟାମୋଭା ନାମକ ଆଉ ଜଣେ ସାମ୍ବାଦିକ କହିଛନ୍ତି ଯେ ପୁଟିନଙ୍କ ୨୦୧୮ ଭିଏନା ଗସ୍ତ ସମୟରେ ମଧ୍ୟ ଏହି ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିଥିଲା। ଗୋଟିଏ ସୂତ୍ରକୁ ଆଧାର କରି ସେ ଖୁଲାସା କରିଛନ୍ତି ଯେ ରୁଷ ରାଷ୍ଟ୍ରପତି ୧୯୯୯ରୁ ନେତୃତ୍ୱ ନେବା ଦିନଠାରୁ ଏହି ଅଭ୍ୟାସକୁ ଅନୁସରଣ କରୁଛନ୍ତି।

ବେଶ କିଛି ବର୍ଷ ହେଲାଣି ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଖବର ପ୍ରକାଶ ପାଇବାରେ ଲାଗିଛି। ବିଶେଷ କରି ୨୦୨୪ ନଭେମ୍ବର ମାସରେ ୭୨ ବର୍ଷୀୟ ପୁଟିନ କାଜାଖସ୍ତାନରେ ସାମ୍ବାଦିକ ସମ୍ମିଳନୀ କରିବାକୁ ଆସୁଥିବା ବେଳେ ତାଙ୍କ ଗୋଡ଼ ଥରିବାକୁ ଲାଗିଥିଲା। ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଇଥିଲା। ପୁଟିନ ଗୁରୁତର ଅସୁସ୍ଥତା ଥିବା ଖବର ପ୍ରକାଶ ପାଉଥିଲେ ହେଁ ଏହାକୁ ରୁଷ ପକ୍ଷରୁ ଖଣ୍ଡନ କରାଯାଇଛି।

Donald Trump Vladimir Putin