Advertisment

ବାଇଡେନ୍‌ଙ୍କ କିଭ୍ ଗସ୍ତର ଇଫେକ୍ଟ, ପରମାଣୁ ଚୁକ୍ତି ବାତିଲ କଲା ରୁଷ

ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍ ଗସ୍ତରେ ଯାଇଥିଲେ। ଏହାପରେ ଚିହିଁକି ଉଠିଛି ରୁଷ।

Putin and Joe Biden

Putin and Joe Biden

Advertisment

ରୁଷ-ୟୁକ୍ରେନ୍ ମଧ୍ୟରେ ପାଖାପାଖି ବର୍ଷେ ହେବ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍ ଗସ୍ତରେ ଯାଇଥିଲେ। ଏହାପରେ ଚିହିଁକି ଉଠିଛି ରୁଷ। ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆମେରିକା ସହ ଥିବା ଶେଷ ପରମାଣୁ ଚୁକ୍ତିକୁ ବାତିଲ କରିଛନ୍ତି। 

Advertisment

ରଏଟର୍ସର ସୂଚନା ମୁତାବକ, ୟୁକ୍ରେନ ଯୁଦ୍ଧର ପ୍ରାୟ ଏକ ବର୍ଷ ପରେ ରୁଷ ସଂସଦରେ ଭାଷଣ ଦେବା ପରେ ପୁଟିନ ସାଂସଦମାନଙ୍କୁ କହିଛନ୍ତି,  ମୁଁ ଆଜି ଘୋଷଣା କରିବାକୁ ବାଧ୍ୟ। ୨୦୧୦ ରେ ପ୍ରାଗରରେ ନୂତନ ପରମାଣୁ ଚୁକ୍ତିନାମା ‘ଷ୍ଟାର୍‌’ ଉପରେ ସ୍ୱାକ୍ଷରିତ ହୋଇଥିଲା ଏବଂ ପରବର୍ତ୍ତୀ ବର୍ଷ ଏହା କାର୍ଯ୍ୟକାରୀ ହୋଇଥିଲା। ଏବେ ଏହି ଚୁକ୍ତିନାମାରେ ରୁଷ ଅଂଶଗ୍ରହଣ ସ୍ଥଗିତ କରାଯାଇଛି।

ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଏହି ପରମାଣୁ  ଚୁକ୍ତିକୁ ଆଉ ୫ ବର୍ଷ ଯାଏଁ ଆଗକୁ ବଢ଼ାଇ ଦିଆଯାଇଥିଲା। ଏହି ଚୁକ୍ତି ଆମେରିକା ଏବଂ ରୁଷ ଦ୍ୱାରା ନିୟୋଜିତ ପରମାଣୁ ଅସ୍ତ୍ର ସଂଖ୍ୟା, ସ୍ଥଳଭାଗ ଏବଂ ବୁଡ଼ାଜାହାଜ ଭିତ୍ତିକ କ୍ଷେପଣାସ୍ତ୍ର ଏବଂ ବୋମା ବିସ୍ଫୋରଣକୁ ସୀମିତ କରାଯାଇଛି।

Advertisment

ବିଶେଷଜ୍ଞଙ୍କ ଅନୁଯାୟୀ, ରୁଷ ପାଖରେ ବିଶ୍ୱର ଆଣବିକ ଅସ୍ତ୍ରଶସ୍ତ୍ରର ସର୍ବ ବୃହତ ଭଣ୍ଡାର ରହିଛି, ଆନୁମାନିକ ଏଥିରେ ପ୍ରାୟ ୬,୦୦୦ ହତିଆର ଅଛି। ରୁଷ ଏବଂ ଆମେରିକା ପାଖରେ  ମିଳିତ ଭାବେ ବିଶ୍ୱର ର ପ୍ରାୟ ୯୦% ଆଣବିକ ଅସ୍ତ୍ର ଅଛି ଯାହା ବିଶ୍ୱ କୁ ବାରମ୍ବାର ଧ୍ୱଂସ କରିବାକୁ ଯଥେଷ୍ଟ। 

Joe Biden Russia-Ukraine War Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe