Advertisment

୫ମ ଥର ପାଇଁ ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ, ବୟକଟ କଲେ ପଶ୍ଚିମ ଦେଶ

ରୁଷର ରାଷ୍ଟ୍ରପତି ଭାବେ ୫ମ ଥର ପାଇଁ ଶପଥ ନେଇଛନ୍ତି ଭ୍ଲାଦିମିର ପୁଟିନ।

Putin

Putin

Advertisment

ରୁଷର ରାଷ୍ଟ୍ରପତି ଭାବେ ୫ମ ଥର ପାଇଁ ଶପଥ ନେଇଛନ୍ତି ଭ୍ଲାଦିମିର ପୁଟିନ। ନିଜ ଇଚ୍ଛା ଅନୁସାରେ ସମ୍ବିଧାନକୁ ବଦଳାଇ ଦେଇଥିବା ପୁଟିନ ରୁଷ ତଥା ବିଶ୍ୱର ପ୍ରଥମ ନେତା ଭାବେ ୫ମ ଥର ପାଇଁ ରାଷ୍ଟ୍ରପତି ହୋଇଛନ୍ତି।

Advertisment

ଆଜିକୁ ଠିକ ୨୪ ବର୍ଷୟ ତଳେ ପୁଟିନ ପ୍ରଥମଥର ପାଇଁ ରୁଷର ରାଷ୍ଟ୍ରପତି ହୋଇଥିଲେ। ଏବେ ସେ ଆଉ ୫ ବର୍ଷ ପାଇଁ ପୁଣି ରାଷ୍ଟ୍ରପତି ଗାଦିରେ ବସିଛନ୍ତି। ତାଙ୍କ ନେତୃତ୍ୱକୁ କ୍ରେମଲିନ ପକ୍ଷରୁ ପ୍ରଶଂସା କରାଯାଇଛି। ମାର୍ଚ୍ଚ ମାସରେ ହୋଇଥିବା ରୁଷର ନିର୍ବାଚନରେ ପୁଟିନ ୮୭% ଭୋଟ ପାଇଥିଲେ। ତାଙ୍କ ବିରୋଧରେ ଥିବା ପ୍ରାର୍ଥୀମାନେ ମଧ୍ୟ ପୁଟିନକୁ ସମର୍ଥନ କରିଥିଲେ। 

ତେବେ ପୁଟିନଙ୍କ ଶପଥ ପାଠ ଉତ୍ସବରେ ପଶ୍ଚିମ ଦେଶଗୁଡ଼ିକର କୌଣସି ପ୍ରତିନିଧି ସାମିଲ ନ ହେବାକୁ ପୂରା ବିଶ୍ୱକୁ ଚକିତ କରିଛି। ରୁଷ ୨୭ ମାସ ହେଲା ୟୁକ୍ରେନ ସହ ଯୁଦ୍ଧ କରୁଥିବା ପଶ୍ଚିମ ଦେଶଗୁଡ଼ିକ ଶପଥପାଠ କାର୍ଯ୍ୟକ୍ରମକୁ ବୟକଟ କରିଥିଲେ।

Advertisment

ଶପଥ ପାଠ ଉତ୍ସବ ପରେ ରୁଷ ସରକାରର ସବୁ ସଦସ୍ୟ ଇସ୍ତଫା ଦେବେ। ଏହାପରେ ପୁଟିନ ନିଜ ଇଚ୍ଛାରେ ସରକାର ଗଠନ କରିବେ। ଆସନ୍ତା କିଛି ଦିନ କିମ୍ବା ସପ୍ତାହ ମଧ୍ୟ ରୁଷରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବ। ଦୀର୍ଘ ବର୍ଷ ହେଲା ପୁଟିନଙ୍କ ସହ କାମ କରି ଆସୁଥିବା ନେତାମାନଙ୍କୁ ସେମାନଙ୍କ ପଦରେ ରଖାଯାଉଛି କି ନାହିଁ, ତା’ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

ରେକର୍ଡ ୫ମଥର ପାଇଁ ରୁଷର ରାଷ୍ଟ୍ରପତି ହୋଇଥିବା ପୁଟିନ ନିଜର ଅଧିକାରୀମାନଙ୍କୁ କହିଛନ୍ତି ଯେ ମସ୍କୋ କେବେ ହେଲେ ପଶ୍ଚିମ ଦେଶଗୁଡ଼ିକ ସହ ଆଲୋଚନା ବନ୍ଦ କରିବ ନାହିଁ। କିନ୍ତୁ ୱେଷ୍ଟର୍ଣ୍ଣ ଦେଶଗୁଡ଼ିକ ସେମାନଙ୍କ ସହଯୋଗୀ ଦେଶକୁ ବାଛିବାକୁ ପଡ଼ିବ।

୨୦୩୦ ଯାଏ ରାଷ୍ଟ୍ରପତି ପଦରେ କାର୍ଯ୍ୟ କରିବାକୁ ଥିବା ପୁଟିନ ଆଜି ଶପଥ ନେବା ପରେ କହିଛନ୍ତି, ରୁଷ ସବୁବେଳେ ଅନ୍ୟ ଦେଶଗୁଡ଼ିକ ସହ ସୁସମ୍ପର୍କ ସ୍ଥାପନ କରିବାକୁ ଚାହେଁ। ରଣନୀତିଗତ ସ୍ଥିରତା ପାଇଁ ଆଲୋଚନା ସମ୍ଭବ। କିନ୍ତୁ ପରସ୍ପର ସହଯୋଗରେ ଏହି ଆଲୋଚନା ହେବା ଉଚିତ।

ଏବେ ରୁଷର ପ୍ରଧାନମନ୍ତ୍ରୀ ଭାବେ ମିଖାଇଲ ମିଶୁଷ୍ଟିନ ରହିଛନ୍ତି। ସେ ଆଗକୁ ଏ ପଦରେ ରହିବେ କି ନାହିଁ, ସେକଥା ମଧ୍ୟ ସ୍ପଷ୍ଟ ହୋଇନି।

Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe