Advertisment

ଦଳରୁ ନୁହେଁ, ସ୍ୱାଧୀନ ଭାବେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ପୁଟିନ୍‌

ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ହେଲା ପୁଟିନ ରୁଷର ଶାସନ ଗାଦିରେ ବସିଛନ୍ତି।

Putin

Putin

Advertisment

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ନିର୍ବାଚନ ଲଢ଼ିବେ। ଏଥର କିନ୍ତୁ ସେ ତାଙ୍କ ଦଳ ପକ୍ଷରୁ ପ୍ରାର୍ଥୀ ହେବେ ନାହିଁ। ପୁଟିନ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ନିର୍ବାଚନ ମୈଦାନକୁ ଓହ୍ଲାଇବେ। ତାଙ୍କ ଦଳ କିନ୍ତୁ ପୁଟିନକୁ ନିର୍ବାଚନରେ ସମର୍ଥନ କରିବ। ଦୁଇ ଜଣ ଦଳୀୟ ସାଂସଦଙ୍କ ବୟାନକୁ ଆଧାର କରି ଆରଆଇଏ ନ୍ୟୁଜ ଏଜେନ୍ସି ଏହି ଖବର ପ୍ରକାଶ କରିଛି।

Advertisment

ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ହେଲା ପୁଟିନ ରୁଷର ଶାସନ ଗାଦିରେ ବସିଛନ୍ତି। ସେ ପ୍ରଥମେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ସେ ଦୀର୍ଘ ବର୍ଷ ହେଲାଣି ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଛନ୍ତି। ଏବେ ମାର୍ଚ୍ଚ ମାସରେ ହେବାକୁ ଥିବା ନିର୍ବାଚନରେ ସେ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ। ରାଷ୍ଟ୍ରପତି ହେଲେ ସେ ଆଉ ୬ ବର୍ଷ ଶାସନ ଗାଦିରେ ରହିବେ।

ପୁଟିନ କ୍ଷମତାସୀନ ୟୁନାଇଟେଡ ରୁଷ (ୟୁଆର)ର ପ୍ରାର୍ଥୀ ହେବେ ନାହିଁ। କିନ୍ତୁ ୟୁଆର ତାଙ୍କୁ ନିର୍ବାଚନରେ ପୂରା ସମର୍ଥନ କରିବ। ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଲେ ମଧ୍ୟ ବିଜୟୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Advertisment

ଜଷ୍ଟ ରୁଷ ପାର୍ଟିର ସେରଗେଇ ମିରୋନୋଭ କହିଛନ୍ତି, ପୁଟିନ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସତ, କିନ୍ତୁ ସେ ବିଜୟୀ ହେବେ। କାରଣ ଆମେ ତାଙ୍କ ସମର୍ଥନରେ ଦସ୍ତଖତ ଅଭିଯାନ ଆରମ୍ଭ କରିବୁ।

୭୧ ବର୍ଷୀୟ ପୁଟିନଙ୍କ ପାଇଁ ଏପରି ନିର୍ବାଚନ କେବଳ ଗୋଟିଏ ଔପଚାରିକତା। କାରଣ ପୁଟିନଙ୍କ ସମର୍ଥନରେ ପୂରା ସରକାର, ମିଡିଆ ଓ ଜନସଂଖ୍ୟାର ଅଧିକାଂଶ ଭାଗ ରହିଛନ୍ତି। ତେଣୁ ପୁଟିନ ନିର୍ବାଚନ ଜିତିବା ଏକପ୍ରକାର ନିଶ୍ଚିତ ହୋଇଛି।

ପୁଟିନଙ୍କୁ ସମର୍ଥନ କରୁଥିବା ଲୋକଙ୍କ କହିବା କଥା ଯେ ସେ ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ସହ ଦେଶର ସୁରକ୍ଷା କରିଛନ୍ତି। ସୋଭିଏତ ଭୁଶୁଡ଼ିବା ପରେ ସୃଷ୍ଟି ହୋଇଥିବା କ୍ଷତଚିହ୍ନକୁ ସେ ଭରଣ କରିଛନ୍ତି। ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧକୁ ଅନେକ ଲୋକ ସମର୍ଥନ କରିବା ପୁଟିନଙ୍କ ଲୋକପ୍ରିୟତାକୁ ବଢ଼ାଇ ଦେଇଛି।

Russia-Ukraine War Russia Vladimir Putin Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe