Advertisment

ପୁଟିନ ବର୍ଷକରୁ ଅଧିକ ଦିନ ବଞ୍ଚିବେ ନାହିଁ: ରୁଷର ପୂର୍ବତନ ସାଂସଦ

ପୋନୋମାରେଭ କହିଛନ୍ତି, “ରୁଷ ୨୦୧୪ରେ ୟୁକ୍ରେନ ଠାରୁ କ୍ରିମେଆ ଛଡ଼ା ଆଣିଥିଲା। ଯେଉଁଦିନ ପୁଣିଥରେ ୟୁକ୍ରେନ ଏହାକୁ ଦଖଲ କରିନେବ, ସେହି ଦିନ ଠାରୁ ପୁଟିନ ଅଧପତନ ଆରମ୍ଭ ହେବ।”

ଅଦ୍ୟତନ ହୋଇଛି
Vladimir Putin

Vladimir Putin

Advertisment

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅତି ବେଶୀରେ ଆଉ ବର୍ଷେ ବଞ୍ଚିବେ। ତା’ଠାରୁ ଅଧିକ ଦିନ ସେ ବଞ୍ଚିପାରିବେ ନାହିଁ। ଆମେ ଅକ୍ଟୋବର ୭ରେ ପଡ଼ୁଥିବା ତାଙ୍କର ଆଗାମୀ ଜନ୍ମ ଦିନ ବେଳେ ତାଙ୍କୁ ଦେଖିବାକୁ ପାଇବା ନାହିଁ। ଜନ୍ମ ଦିନ ପୂର୍ବରୁ ହିଁ ସେ ଚାଲି ଯାଇଥିବେ ବୋଲି ରୁଷର ପୂର୍ବତନ ସାଂସଦ ଲୟା ପୋନୋମାରେଭ ଦାବି କରିଛନ୍ତି।

Advertisment

ପୂର୍ବରୁ ଅନେକ ଥର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ସେ କ୍ୟାନସର ଠାରୁ ଆରମ୍ଭ କରି ବିଭିନ୍ନ ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ମଧ୍ୟ କୁହାଯାଇଥିଲା। ଏହି ରିପୋର୍ଟରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନାହିଁ। କିନ୍ତୁ ଏବେ ପୂର୍ବତନ ସାଂସଦ ପୋନୋମାରେଭ ଦେଇଥିବା ବୟାନ ପୁଣି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ତୀବ୍ର କରିଛି।

ବ୍ରିଟେନର ନ୍ୟୁଜ ଏଜେନ୍ସି ଏକ୍ସପ୍ରେସକୁ ସାକ୍ଷାତକାର ଦେଇ ପୋନୋମାରେଭ କହିଛନ୍ତି, “ରୁଷ ୨୦୧୪ରେ ୟୁକ୍ରେନ ଠାରୁ କ୍ରିମେଆ ଛଡ଼ା ଆଣିଥିଲା। ଯେଉଁଦିନ ପୁଣିଥରେ ୟୁକ୍ରେନ ଏହାକୁ ଦଖଲ କରିନେବ, ସେହି ଦିନ ଠାରୁ ପୁଟିନ ଅଧପତନ ଆରମ୍ଭ ହେବ।”

Advertisment

ପୋନୋମାରେଭ ଜଣେ ମାତ୍ର ସାଂସଦ ଯିଏ କ୍ରିମେଆର ପୃଥକୀକରଣ ବିରୋଧରେ ଭୋଟ ଦେଇଥିଲେ। ସେ ଖୋଲାଖୋଲି ଭାବେ ପୁଟିନ ନିର୍ବାଚନରେ ହେରଫେର କରିଥିବା ଅଭିଯୋଗ କରିଥିଲେ। ସେ ପୁଟିନକୁ ବିରୋଧ କରୁଥିବାରୁ ଦେଶ ଭିତରେ ତାଙ୍କୁ ବିରୋଧ ଆରମ୍ଭ ହୋଇଥିଲା। ଏଥିପାଇଁ ସେ ୨୦୧୬ରୁ ୟୁକ୍ରେନରେ ନିର୍ବାସିତ ଜୀବନ ବିତାଉଛନ୍ତି। ପୁଟିନଙ୍କୁ ଯୋଗୁ ତାଙ୍କୁ କାର୍ଯ୍ୟାନ୍ତର ହେବାକୁ ପଡ଼ିଥିଲା। ସେବେଠାରୁ ସେ ରୁଷ ବାହାରେ ରହୁଛନ୍ତି।

ପୋନୋମେରେଭ କହିଛନ୍ତି, “ୟୁକ୍ରେନର ଆର୍ମି ଦିନେ ନା ଦିନେ କ୍ରିମେଆ ଭିତରେ ପଶିବେ। ସେହିଦିନ ପୁଟିନ ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ପୁଟିନ ନିଜକୁ ଯେମିତି ସ୍ଥିତିରେ ରଖିଛନ୍ତି, ସେ କେବେ ହେଲେ ଏଭଳି ପ୍ରତିରକ୍ଷା କ୍ଷେତ୍ରରେ ପରାସ୍ତ ହେବେ ବୋଲି ଭାବି ନଥିଲେ। ପୁଟିନଙ୍କୁ ମାତ ଦେବାର ଆଉ ଗୋଟିଏ ବିକଳ୍ପ ହେଲା, ତୃଣମୂଳସ୍ତରେ ବୈପ୍ଲବ କିମ୍ବା ତାଙ୍କ ଆଖପାଖରେ ରହୁଥିବା ଲୋକଙ୍କ ବିଦ୍ରୋହ।

ପୁଟିନ ହଟିଲେ, ତାଙ୍କ ସ୍ଥାନରେ ଆଉ କିଏ ବସିବେ। କିନ୍ତୁ ସେ ପୁଟିନଙ୍କ କାର୍ବନ କପି ଯେମିତି ହୋଇ ନଥିବେ, ସେକଥା ନିଶ୍ଚିତ କରିବାକୁ ପଡ଼ିବ। ପଶ୍ଚିମ ଦେଶଗୁଡ଼ିକ ମନେ ରଖିବା ଦରକାର ଯେ ହିଟଲରଙ୍କୁ ହଟାଇ ହିମଲେର(ଅନ୍ୟତମ ନାଜି ନେତା)ଙ୍କୁ ଶାସନ ଗାଦିରେ ବସାଇବାର କୌଣସି ମାନେ ନାହିଁ। ଯଦି ସେମିତି ହେବ, ତା’ହେଲେ ପୁଣି ଏକଛତ୍ରବାଦୀ ସାମ୍ରାଜ୍ୟ ଗଢ଼ି ଉଠିବ।”

ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ସେ କହିଛନ୍ତି ଯେ ପୁଟିନ ଯୁଦ୍ଧ ହାରିବାରେ ଲାଗିଛନ୍ତି। କିନ୍ତୁ ସେ ଆଶା ରଖିଛନ୍ତି ଯେ ତାଙ୍କ ସୁରକ୍ଷାବଳ ଗୋଟିଏ ଦିନ ତାଙ୍କୁ ବିଜୟ ଭେଟି ଦେବ।

Russia-Ukraine War Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe