Advertisment

ପଣବନ୍ଦୀଙ୍କୁ ଛାଡ଼ିବା ପାଇଁ କତାର ସାଜିଲା ମଧ୍ୟସ୍ଥି, ହମାସ ରଖିଛି ଏମିତି ସର୍ତ୍ତ

ପଣବନ୍ଦୀମାନଙ୍କୁ ମୁକୁଳାଇବା ପାଇଁ କତାର ମଧ୍ୟସ୍ଥିତି ଭୂମିକାରେ ଅବତୀର୍ଣ୍ଣ ହୋଇଛି। କତାରର ମଧ୍ୟସ୍ଥି ଟିମରେ ଥିବା ଅଧିକାରୀମାନେ ହମାସ ସଂଗଠନର ନେତାମାନଙ୍କ ସହ ଜରୁରୀ ବୈଠକ କରିଛନ୍ତି।

author-image
Hemant Lenka
‍qatar

‍qatar

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲ ପଶି ଅନେକ ଲୋକଙ୍କୁ ନିଜ ସହ ନେଇ ଯାଇଛନ୍ତି। ଇସ୍ରାଏଲ ଲୋକଙ୍କୁ ସେମାନେ ଗାଜା ଷ୍ଟ୍ରିପରେ ପଣବନ୍ଦୀ ରଖିଛନ୍ତି।

Advertisment

ଏବେ ପଣବନ୍ଦୀମାନଙ୍କୁ ମୁକୁଳାଇବା ପାଇଁ କତାର ମଧ୍ୟସ୍ଥିତି ଭୂମିକାରେ ଅବତୀର୍ଣ୍ଣ ହୋଇଛି। କତାରର ମଧ୍ୟସ୍ଥି ଟିମରେ ଥିବା ଅଧିକାରୀମାନେ ହମାସ ସଂଗଠନର ନେତାମାନଙ୍କ ସହ ଜରୁରୀ ବୈଠକ କରିଛନ୍ତି।

ଇସ୍ରାଏଲ ମହିଳା ଓ ଛୋଟ ପିଲାମାନଙ୍କୁ ଛାଡ଼ିବା ପାଇଁ ସେମାନେ ପ୍ରସ୍ତାବ ରଖିଛନ୍ତି। ତେବେ ଏହାବଦଳରେ ଇସ୍ରାଏଲ ଜେଲରେ ବନ୍ଦୀ ଜୀବନ କାଟୁଥିବା ୩୬ ଜଣ ପାଲେଷ୍ଟାଇନ ମହିଳା ଓ ଛୋଟ ପିଲାଙ୍କୁ ଛଡ଼ା ଯିବ ବୋଲି ହମାସ ପକ୍ଷରୁ ସର୍ତ୍ତ ରଖାଯାଇଛି।

Advertisment

ଆମେରିକାର ତତ୍ତ୍ୱାବଧାନରେ କତାର ପକ୍ଷରୁ ହମାସ ସହ ଆଲୋଚନା କରାଯାଉଛି। ଶନିବାର ରାତିରୁ ହିଁ ବୁଝାମଣା ପାଇଁ ଉଦ୍ୟମ ଚାଲିଥିବା ବେଳେ ହମାସ କିଛିଟା ଅଂଶରେ ପଣବନ୍ଦୀଙ୍କୁ ଛାଡ଼ିବାକୁ ରାଜି ଥିବା ଜଣାପଡ଼ିଛି। ଦୋହା ଓ ଗାଜାରେ ଥିବା ହମାସ ଅଧିକାରୀମାନଙ୍କ ସହ କତାର ଯୋଗାଯୋଗରେ ରହିଛି। ଏହାସତ୍ତ୍ୱେ ଦୁଇ ପକ୍ଷ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି।

ଶନିବାର ହମାସ ରକେଟ ଆଟାକ କରିବା ସହ ଗାଜା ଷ୍ଟ୍ରିପ ଦେଇ ଇସ୍ରାଏଲରେ ପ୍ରବେଶ କରିଥିଲା। ଏହି ସମୟରେ ହମାସ ଆତଙ୍କବାଦୀମାନେ ୭୦୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିବା ସହ ଶତାଧିକ ଲୋକଙ୍କୁ ନିଜ ସହ ଗାଜା ଷ୍ଟ୍ରିପକୁ ନେଇ ଆସିଛନ୍ତି।

ଏବେ କତାର ପଣବନ୍ଦୀ ହୋଇ ରହିଥିବା ଇସ୍ରାଏଲ ନାଗରିକଙ୍କୁ ମୁକୁଳାଇବାକୁ ଚାହୁଁଛି। କିନ୍ତୁ ସେମାନଙ୍କ ପ୍ରକୃତ ସଂଖ୍ୟା କାହା ପାଖରେ ନାହିଁ। ତଥାପି ହମାସ ଆତଙ୍କବାଦୀମାନେ ଶତାଧିକ ମହିଳା, ଛୋଟ ପିଲା, ବରିଷ୍ଠ ନାଗରିକ ଓ ସୈନ୍ୟମାନଙ୍କୁ ପଣବନ୍ଦୀ କରି ରଖିଛନ୍ତି।

ଏମାନଙ୍କୁ ଛାଡ଼ିବା ପାଇଁ ହମାସ ସର୍ତ୍ତ ରଖିଛି। ହମାସ କହିଛି ଯେ ଇସ୍ରାଏଲ ଜେଲରେ ବନ୍ଦୀ ଥିବା ୩୬ ଜଣ ପାଲେଷ୍ଟାଇନ ମହିଳା ଓ ଛୋଟ ପିଲାଙ୍କୁ ମୁକ୍ତ କରାଗଲେ, ସେମାନେ ଇସ୍ରାଏଲ ନାଗରିକମାନଙ୍କୁ ଛାଡ଼ିବେ। ଏହା ଉପରେ ଏବେ ଇସ୍ରାଏଲ ବିଚାର କରୁଥିବା ଜଣାପଡ଼ିଛି। 

Israel-Palestine Conflict War Israel-Palestine War