Advertisment

ଆମେରିକାରେ ଭାରତର ସଂସଦ ଓ ସେନଗୋଲକୁ ଅପମାନିତ କଲେ ରାହୁଳ ଗାନ୍ଧି

ଗତକାଲିଠୁ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଥିବା ରାହୁଲ ଗାନ୍ଧି ସାନ ଫ୍ରାନସିକୋରେ ‘ମୋହବତ କି ଦୁକାନ’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୋଦି ସରକାରଙ୍କୁ ଏପରି ଆକ୍ରାମଣାତ୍ମକ ଢଙ୍ଗରେ ସମାଲୋଚନା କରିଛନ୍ତି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ବିଦେଶ ମାଟିରେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ନୂଆ ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନକୁ ନେଇ କରିଛନ୍ତି କଡ଼ା ସମାଲୋଚନା। ଏଥିସହ ନୂଆ ସଂସଦ ଭବନରେ ସେଙ୍ଗୋଲ୍ ବା ରାଜଦଣ୍ଡ ସ୍ଥାପନକୁ ସମାଲୋଚନା କରି ଏହା ଏକ ଡ୍ରାମା ବୋଲି କହିବାକୁ ପଛାଇ ନାହାନ୍ତି ରାହୁଲ ଗାନ୍ଧି। ପ୍ରକୃତ ସମସ୍ୟାକୁ ନଜର ହଟାଇବାକୁ ବିଜେପି ଏପରି ଚାଲ ରଚିଥିବା ସେ ଖୁଲମଖୁଲା କହିଛନ୍ତି।

Advertisment

ଗତକାଲିଠୁ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଥିବା ରାହୁଲ ଗାନ୍ଧି ସାନ ଫ୍ରାନସିକୋରେ ‘ମୋହବତ କି ଦୁକାନ’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୋଦି ସରକାରଙ୍କୁ ଏପରି ଆକ୍ରମଣାତ୍ମକ ଢଙ୍ଗରେ ସମାଲୋଚନା କରିଛନ୍ତି। ଏଥିସହ କହିଛନ୍ତି ବିଜେପି ଶାସିତ କେନ୍ଦ୍ର ସରକାର ସବୁବେଳେ ଦେଶର ପ୍ରକୃତ ସମସ୍ୟାକୁ ଏଡ଼ାଇ ଦେବାକୁ ଚେଷ୍ଟା କରୁଛି।

ଦେଶବାସୀ ଏବେ ବେରୋଜଗାରୀ ସହ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି  ସହ ସଂଘର୍ଷ କରୁଛନ୍ତି। ଦେଶରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଯାଇଥିବା ବେଳେ ସଂଖ୍ୟାଲଘୁମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। କାରଣ ସମାଜରେ ସେମାନଙ୍କ ପ୍ରତି ଘୃଣା ଭାବ ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ରାହୁଲ ଗାନ୍ଧି।

Advertisment

ଏଥିସହ ପରୋକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଦେଶରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ସବୁ ଜାଣିଛନ୍ତି ବୋଲି ଭୁଲ୍‌ ଧାରଣାକୁ ନେଇ ବଞ୍ଚିଛନ୍ତି। ସେମାନେ କାହାଠୁ କିଛି ଶୁଣିବାକୁ, ଉପଦେଶ ଗ୍ରହଣ କରିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଭାବନ୍ତି ସେମାନେ ଐତିହାସିକଙ୍କୁ ଇତିହାସ, ବୈଜ୍ଞାନିକଙ୍କୁ ବିଜ୍ଞାନ ତଥା ସୈନ୍ୟଙ୍କୁ ଯୁଦ୍ଧ ବିଷୟରେ ପଢ଼ାଇ ପାରିବେ।

ଭାରତ ଏବେ ବହୁ ସମସ୍ୟା ଦେଇ ଗତି କରୁଥିବା ବେଳେ ଦେଶର ପ୍ରକୃତ ଚିତ୍ର କିନ୍ତୁ ଗଣମାଧ୍ୟମ ସାମନାକୁ ଆସୁନି ବୋଲି କହିଛନ୍ତି ରାହୁଲ ଗାନ୍ଧି। ଗଣମାଧ୍ୟମ କେବଳ ବିଜେପିକୁ ସୁହାଇଲା ଭଳି ଖବର ପରିବେଷଣ କରୁଛି। ତେଣୁ ଏହାକୁ ସହଜେ ବିଶ୍ୱାସ କରନ୍ତୁ ନାହିଁ।

ଗତ ମଙ୍ଗଳବାରଠାରୁ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯାଇଥିବା ରାହୁଲ ଗାନ୍ଧି ଏବେ ସାନ ଫ୍ରାନସିକୋରେ ଥିବା ବେଳେ ଏହାପରେ ସେ ୱାଶିଂଟନ ଡିସି ଓ ପରେ ନ୍ୟୁୟର୍କ ଯିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନକୁ ଲୋକାର୍ପିତ କରିବା ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଏହି ଅବସରରେ ସେ ‘ସେଙ୍ଗୋଲ’କୁ ଲୋକସଭା ବାଚସ୍ପତିଙ୍କ ଚୌକି ପାଖରେ ସ୍ଥାପିତ କରିଥିଲେ।

Bjp Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe