Advertisment

ବିଦେଶରେ ବି ଶୁଭିଲା 'ଜୟ ଶ୍ରୀ ରାମ' ନାରା, ଟାଇମ୍ସ ସ୍କୋୟାର୍‌ରେ ଲାଗିଲା ରାମଙ୍କ ଫଟୋ

ସେହିପରି ବ୍ରିଟେନ୍‌ରେ ମଧ୍ୟ କଳଶ ଶୋଭାଯାତ୍ରା ବାହାରିଛି। ଏଥିସହ ଅଖଣ୍ଡ ରାମାୟଣ ପାଠ କରାଯାଉଛି।

Times square

Times square

Advertisment

ଦୀର୍ଘ ୫୦୦ ବର୍ଷର ଅପେକ୍ଷା ପରେ ଶେଷରେ ଆଜି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ବିରାଜମାନ କରିବେ ରାମଲଲା। ଆଉ କିଛି ସମୟ ପରେ ହେବ ରାମଲଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା। ଏଥିପାଇଁ ପୂରା ଉତ୍ସବ ମୁଖର ହୋଇପଡିଛି। ଦେଶ ସମେତ ବିଦେଶରେ ମଧ୍ୟ ଉତ୍ସବର ମାହୋଲ ରହିଛି। ଜୟ ଶ୍ରୀ ରାମ ନାରାରେ କମ୍ପିଛି ଆମେରିକା। ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଭଗବାନ ରାମ ଓ ମନ୍ଦିର ଥ୍ରୀଡି ଫଟୋ ଲଗାଯାଇଛି।

Advertisment

ଅଯୋଧ୍ୟାରେ ରାମ ଲଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାରତୀୟ ବଂଶୋଦ୍ଭବମାନେ ନ୍ୟୁୟର୍କର ଟାଇମ୍ସ ସ୍କୋୟାର୍‌ରେ ପ୍ରଭୁ ରାମଙ୍କର ଫଟୋ ପ୍ରଦର୍ଶନ କରି ଉତ୍ସବ ପାଳନ କରିଛନ୍ତି। ଉତ୍ସବ ପାଳନ ବେଳର ଫଟୋ ଓ ଭିଡିଓ ସେୟାର୍‌ କରି ନ୍ୟୁୟର୍କସ୍ଥିତ ଭାରତର କନ୍‌ସୁଲେଟ୍‌ ଜେନେରାଲ୍‌ କହିଛନ୍ତି, ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ଟାଇମ୍‌ସ୍ ସ୍କୋୟାର୍‌ରେ ଭାରତୀୟ ବଂଶୋଦ୍ଭବମାନେ ଜୋରସୋର୍‌ରେ ଉତ୍ସବ ପାଳନ କରିଛନ୍ତି।

ପାରମ୍ପରିକ ଭାରତୀୟ ବେଶପୋଷାକ ପିନ୍ଧି ସେମାନେ ରାମ ଭଜନ ଓ ଜଣାଣ ଗାୟନ କରିବା ସହିତ ଭାରତୀୟ ସାଂସ୍କୃତିକ ଐତିହ୍ୟ, ଚମତ୍କାରିତା ଓ ଏକତା ପ୍ରଦର୍ଶନ କରିଛନ୍ତି। ଭାରତୀୟ ବଂଶୋଦ୍ଭବମାନେ ନ୍ୟୁୟର୍କର ଟାଇମ୍‌ସ୍‌ ସ୍କୋୟାର୍‌ରେ ଏକତ୍ର ହୋଇ ‘ଜୟ ଶ୍ରୀରାମ’ ଲେଖାଥିବା ଗେରୁଆ ବାନା ଉଡ଼ାଉଛନ୍ତି।

Advertisment
spectacular celebrationଭାରତୀୟ ବଂଶୋଦ୍ଭବମାନେ ବିଦେଶ ଉତ୍ସବ ପାଳନ କରିଛନ୍ତି।

ଆମେରିକାର ଅନେକ ସହରରେ ଶୋଭାଯାତ୍ରା ବାହାର କରାଯିବା ସହ ଭଜନ କିର୍ତ୍ତନ ସାଙ୍ଗ ମିଠେଇ ବଣ୍ଟନ ଚାଲିଛି। ୱାଶିଂଟନ୍, ଡିସି, LA, ସାନ ଫ୍ରାନ୍ସିସ୍କୋ, ଇଲିନୋଇସ୍, ନ୍ୟୁ ଜର୍ସି, ଜର୍ଜିଆ ଏବଂ ବୋଷ୍ଟନ୍ ସହିତ ଆମେରିକାରେ ଉତ୍ସବର ମାହୋଲ ରହିଛି। ଏହା ବ୍ୟତୀତ ଆମେରିକାର ବିଶ୍ୱ ହିନ୍ଦୁ ପରିଷଦ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଗୋଲଡେନ୍ ଗେଟ୍ ବ୍ରିଜ୍ ଉପରେ ଏକ କାର୍ ରାଲିର ଆୟୋଜନ କରିଛି।

ସେହିପରି ବ୍ରିଟେନ୍‌ରେ ମଧ୍ୟ କଳଶ ଯାତ୍ରା ବାହାରିଛି। ଏଥିସହ ଅଖଣ୍ଡ ରାମାୟଣ ପାଠ କରାଯାଉଛି। ମରିସସରେ ରାସ୍ତାଗୁଡିକୁ ବେଶ୍‌ ସୁନ୍ଦର ଭାବେ ସଜାଯାଇଛି ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଶୋଭାଯାତ୍ରା କରାଯାଉଛି।

USA Ayodhya Ram Mandir Times Square New Yorks
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe