Advertisment

ମୁଣ୍ଡରେ ବନ୍ଧୁକ ରଖି ଭିଡିଓ କରୁଥିଲେ ରାପର୍; ଗୁଳି ଫୁଟି ଚାଲିଗଲା ଜୀବନ

ମୁଣ୍ଡରେ ବନ୍ଧୁକ ରଖି ଅଭିନୟ କରିବା ବେଳେ ହଠାତ୍ ଟ୍ରିଗରକୁ ଦବାଇ ଦେଇଥିଲେ।

Representative Image

Representative Image

Advertisment

ସୋଶାଲ ମିଡିଆରେ ରିଲ୍ସ ନିଶା ଜଣେ ନାବଳକଙ୍କ ଜୀବନ ନେଇଯାଇଛି। ମୁଣ୍ଡରେ ବନ୍ଧୁକ ଲଗାଇ ରିଲ୍ସ କରିବା ସମୟରେ ଭୁଲବଶତଃ ଫୁଟାଇଦେବାରୁ ତାଙ୍କର ମୃତ୍ୟୁ ଘଟିଛି। 

Advertisment

ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ମୃତ୍ୟୁ ଘଟିଥିବା 17 ବର୍ଷୀୟ ନାବାଳକ ଜଣେ ରାପର୍। ଭର୍ଜିନିଆ ସ୍ଥିତ ତାଙ୍କ ଘରେ ଭିଡିଓ ରେକର୍ଡିଂ କରୁଥିଲେ। ଏହି ସମୟରେ ମୁଣ୍ଡରେ ବନ୍ଧୁକ ରଖି ଅଭିନୟ କରିବା ବେଳେ ହଠାତ୍ ଟ୍ରିଗରକୁ ଦବାଇ ଦେଇଥିଲେ। ଫଳରେ ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

ପୁଲିସ ମୃତ ନାବାଳକାଙ୍କ ନାମ ପ୍ରକାଶ କରିନଥିଲେ ମଧ୍ୟ ସୋଶାଲ ମିଡିଆରେ ପ୍ରସାରିତ ଫୁଟେଜ ଅନୁସାରେ ରାପର୍ ଜଣକ ହେଉଛନ୍ତି ରିଲୋ ହୁଞ୍ଚୋ। 

Advertisment

ରିଲ୍ସ ଓ ସେଲଫି ନେବା ବେଳେ ପ୍ରଥମେ ନିଜ ସୁରକ୍ଷାକୁ ଧ୍ୟାନ ଦେବାକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ କିଛି ପିଲା ଏଥି ପ୍ରତି ଆଦୌ ଖାତିର କରୁନାହାନ୍ତି। ସର୍ବଦା ନିଜ ସୁରକ୍ଷାକୁ ଧ୍ୟାନରେ ରଖିବା ଉଚିତ୍। ନଚେତ୍ ଅକାରଣେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। 

Rapper Accidental Firing Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe