Advertisment

ଡ୍ରଗ୍ସ ଚାଲାଣ ବେଳେ ଧରା ପଡ଼ିଲେ ଫେମସ୍‌ ସିଙ୍ଗର୍‌, ବାନ୍ଧିଲା ପୁଲିସ

ଜରିମାନା ଦେବା ପରେ ପୁଲିସ ଏହି ହଲିଉଡର ଫେମସ୍‌ ରାପର୍‌ ତଥା ସିଙ୍ଗର୍‌କୁ ଛାଡି ଦେଇଛି।

Nicki-Minaj-was-detained

Nicki-Minaj-was-detained

Advertisment

ଏଣ୍ଟରଟେନ୍‌ ଇଣ୍ଡଷ୍ଟ୍ରିରୁ ପୁଣି ସାମ୍ନାକୁ ଆସିଲା ଡ୍ରଗ୍ସ ମାମଲା। ଡ୍ରଗ୍ସ ଚାଲାଣ ବେଳେ ଧରା ପଡିଲେ ହଲିଉଡର ଫେମସ୍‌ ସିଙ୍ଗର୍‌ ତଥା ରାପର୍‌ ନିକି ମିନାଜ। ତାଙ୍କୁ ବିମାନ ବନ୍ଦରରକୁ ପୁଲିସ ଗିରଫ କରିଛି।

Advertisment

ନିକି ମିନାଜ ତାଙ୍କ ମ୍ୟୁଜିକ ଆଲବମ୍‌ 'ପିଙ୍କ ଫ୍ରାଇଡେ' ଓ 'ବିଲ୍‌ବୋର୍ଡ' ନେଇ ଲାଇମ୍‌ଲାଇଟ୍‌କୁ ଆସିଥିଲେ। ସେ ନିଜର ଦମ୍‌ଦାର ଗୀତ ଓ ରାପ୍‌ ପାଇଁ ସର୍ବଦା ଲାଇମ୍‌ଲାଇଟ୍‌ରେ ରୁହନ୍ତି। କିନ୍ତୁ ଏଥର ଗୀତ ପାଇଁ ନୁହେଁ ଡ୍ରଗ୍ସ ଚାଲାଣକୁ ନେଇ ଗିରଫ ହୋଇଥିବା ଲାଗି ସେ ଚର୍ଚ୍ଚାକୁ ଆସିଛନ୍ତି।

ବିମାନ ବନ୍ଦରରୁ ଗିରଫ ବେଳର ଲାଇଭ ଭିଡିଓକୁ ନିକି ମିନାଜ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ଆମେରିକା ପୁଲିସ ତାଙ୍କୁ ଗିରଫ କରୁଥିବା ଦେଖିବାକୁ ମିଳିଛି। ଏଥିସହ ଡ୍ରଗ୍ସ ମାମଲାରେ ପୁଲିସ ତାଙ୍କୁ ବାରମ୍ବାର କାର୍‌ରେ ବସିବାକୁ ବାଧ୍ୟ କରୁଥିବା ଭିଡିଓରେ ନଜର ଆସିଛି। ତେବେ ନିକି ତାଙ୍କ ଓକିଲ ନଆସିବା ଯାଏଁ ଯିବେ ନାହିଁ କହୁଥିବା ଦେଖିବାକୁ ମିଳିଛି।

Advertisment

ହଲିଉଡ ସିଙ୍ଗର୍‌ ତଥା ରାପର୍ ନିକି ମିନାଜା ତାଙ୍କ ମ୍ୟୁଜିକ ଆଲବମ୍‌ 'ପିଙ୍କ ଫ୍ରାଇଡେ-୨ ଓ୍ୱାର୍ଲ୍ଡ ଟୁର୍‌' ପାଇଁ ଆମ୍ସଟର୍ଡାମରୁ ଇଂଲଣ୍ଡ ଯାଉଥିଲେ। ତାଙ୍କର ଏଠାରେ ଏକ କନ୍ସର୍ଟ ଥିଲା। ତେବେ ବିମାନବନ୍ଦରରେ ଡ୍ରଗ୍ସ ନେବା ଅଭିଯୋଗରେ ତାଙ୍କୁ ପୁଲିସ ଷ୍ଟେସନକୁ ନିଆଯାଇଥିଲା। ନିକିଙ୍କ ବ୍ୟାଗରୁ ମିରଜୁଆନା ତଥା ଗଞ୍ଜେଇ ଜବତ ହୋଇଥିବା ଦାବି କରାଯାଇଛି। ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ପରେ ତାଙ୍କୁ ଛାଡି ଦିଆଯାଇଛି। ନିକି ପୁଲିସ କର୍ମଚାରୀଙ୍କୁ ଜରିମାନା ଦେବା ପରେ ତାଙ୍କୁ ମୁକ୍ତ କରାଯାଇଥିବା ସୂଚନା ମିଳିଛି। ତେବେ ସେ ଫାଇନ୍‌ ବାବାଦକୁ କେତେ ଟଙ୍କା ଜରିମାନା ଦେଇଛନ୍ତି ସେ ସମ୍ବନ୍ଧରେ କୌଣସି ସୂଚନା ଉପଲବ୍ଧ ନାହିଁ।

Hollywood Drugs Smuggling Rapper Nicki Minaj Amsterdam Airport
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe