Advertisment

ଗୋଟିଏ ବୋତଲ ମଦର ଦାମ ୨୨ କୋଟି ଟଙ୍କା

ଅକ୍ସନ ୱେବସାଇଟରେ ଦାବି କରାଯାଇଛି ଯେ ମାକାଲାନ ୧୯୨୬ ହ୍ୱିସ୍କିର ଗୋଟିଏ ବୋତଲ ୨୦୧୧ ଜାପାନ ଭୂକମ୍ପରେ ଭାଙ୍ଗି ଯାଇଛି।

Wickey

Wickey

Advertisment

ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। ସତରେ କ’ଣ ଏତେ ଦାମୀ ମଦ ରହିଛି? ଆଶ୍ଚର୍ଯ୍ୟ ହେଲେ ମଧ୍ୟ କଥାଟି ସତ। ନିକଟରେ ଏମିତି ଏକ ବିରଳ ହ୍ୱିସ୍କି ପାଇଁ ବଡ଼ଧରଣର ନିଲାମ ହୋଇଛି। ଗୋଟିଏ ବୋତଲ ହ୍ୱିସ୍କି ନେବାକୁ ସମସ୍ତେ ଆଗ୍ରହ ଦେଖାଇଥିଲେ। ଶେଷରେ ଏହା ୨୨ କୋଟି ଟଙ୍କାରେ ନିଲାମ ହୋଇଛି।

Advertisment

ଲଣ୍ଡନର ସୋଥେବ ଠାରେ ହୋଇଥିବା ନିଲାମ ବେଳେ ଗୋଟିଏ ବୋତଲ ହ୍ୱିସ୍କିର ଦାମ ନୂଆ ରେକର୍ଡ କରିଛି। ଭାଲେରିଓ ଆଡାମି ଲେବଲ ୧୯୨୬ ମସିହା ମାକାଲାନ୍ ସିଙ୍ଗଲ୍-ମାଲ୍ଟ୍ ହ୍ୱିସ୍କି ସବୁ ରେକର୍ଡ ଭାଙ୍ଗିଛି। ଏହି ମାକାଲାନ ମାଲ୍ଟ ହ୍ୱିସ୍କି ବିଡିଂ ପ୍ରକ୍ରିୟା ପରେ ୨.୭ ମିଲିୟନ୍ ଡଲାର୍ ବା ପ୍ରାୟ ୨୨ କୋଟି ଟଙ୍କାରେ ବିକ୍ରି ହୋଇଛି।

ବିଶେଷଜ୍ଞଙ୍କ ଦ୍ୱାରା ଏହାକୁ ସ୍ୱତନ୍ତ୍ର ହ୍ୱିସ୍କିର ମାନ୍ୟତା ମିଳିଛି। ଅନେକ ରିସର୍ଚ୍ଚ ପରେ ୪୦ଟି ବୋତଲ ରହିଥିବା ଜଣାପଡ଼ିଛି। ୧୯୨୬ ମସିରେ ଏହାକୁ ପ୍ରସ୍ତୁତ କରି ବ୍ୟାରେଲରେ ରଖାଯାଇଥିଲା। ଏଗୁଡ଼ିକୁ ୧୯୮୬ରେ ବୋତଲରେ ଭର୍ତ୍ତି କରାଯାଇଥିଲା। ଏହାର ଅର୍ଥ ୬୦ ବର୍ଷ ଧରି ଏହି ମଦ ବ୍ୟାରେଲରେ ଥିଲା। ତେଣୁ ଏହା ବିରଳ ଓ ସ୍ୱତନ୍ତ୍ର ହ୍ୱିସ୍କିର ମାନ୍ୟତା ପାଇଛି।

Advertisment

୪୦ଟି ବୋତଲ ମଧ୍ୟରୁ ୧୪ଟି Fine ଓ Rare ଲେବଲର ମାନ୍ୟତା ପାଇଛି। ୨ଟିରେ କୌଣସି ଲେବଲ ନାହିଁ। ସେହିପରି ଆଉ ଗୋଟିଏକୁ ଆୟର୍ଲ୍ୟାଣ୍ଡ କଳାକାର ମାଇକେଲ ଡିଲ୍ଲନ ହାତରେ ପେଣ୍ଟ କରିଥିଲେ। ରିସର୍ଚ୍ଚ ପରେ ଏହି ବୋତଲଗୁଡ଼ିକୁ ଠାବ କରାଯାଇଛି।

ପ୍ରଥମଥର ପାଇଁ ମାକାଲାନ ୧୯୨୬ର କୌଣସି ବୋତଲ ଏପରି ଚର୍ଚ୍ଚାକୁ ଆସିନାହିଁ। ଏହାପୂର୍ବରୁ ୨୦୧୯ରେ ଏହି ବୋତଲଗୁଡିକ ମଧ୍ୟରୁ ଗୋଟିଏ ଆଶ୍ଚର୍ଯ୍ୟଜନକ ଭାବେ ୧.୮୬ ମିଲିୟନ ଡଲାରରେ ନିଲାମ ହୋଇଥିଲା। ଏଯାଏ ଏହାଠାରୁ ଅଧିକ ଦାମରେ କୌଣସି ହ୍ୱିସ୍କି ବିକ୍ରି ହୋଇନଥିଲା। ହେଲେ ଏବେ ମାକାଲାନ ୧୯୨୬ ସବୁ ରେକର୍ଡକୁ ଭାଙ୍ଗି ୨୨ କୋଟି ଟଙ୍କାରେ ବିକ୍ରି ନିଲାମ ହୋଇଛି।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୋଥେବର ଗ୍ଲୋବାଲ ହେଡ ସ୍ପିରିଟ୍ସ ​​ଜନି ଫାଉଲେ କହିଛନ୍ତି, “ମାକାଲାନ୍ ୧୯୨୬ ହେଉଛି ଏକମାତ୍ର ହ୍ୱିସ୍କି ଯାହାକୁ ପ୍ରତ୍ୟେକ ନିଲାମଧାରୀ ବିକ୍ରୟ କରିବାକୁ ଚାହାନ୍ତି ଓ ପ୍ରତ୍ୟେକ କଲେକ୍ଟର ଏହାକୁ ନେବାକୁ ଚାହାନ୍ତି। ସୋଥେବ ଅକ୍ସନକୁ ପ୍ରଥମ ଥର ପାଇଁ ଗୋଟିଏ ବୋତଲ ଆଣିବାକୁ ସକ୍ଷମ ହୋଇଥିବାରୁ ମୁଁ ଉତ୍ସାହିତ ଅନୁଭବ କରୁଛି। ମାକାଲାନ ଆଡାମି ପାଇଁ ଏହା ନୂଆ ରେକର୍ଡ। ମୁଁ ମଧ୍ୟ ଏହାର ଅଂଶବିଶେଷ। ତେଣୁ ମୋ ପାଇଁ ଅଧିକ ଭାବପ୍ରବଣର ସମୟ।”

ଅକ୍ସନ ୱେବସାଇଟରେ ଦାବି କରାଯାଇଛି ଯେ ମାକାଲାନ ୧୯୨୬ ହ୍ୱିସ୍କିର ଗୋଟିଏ ବୋତଲ ୨୦୧୧ ଜାପାନ ଭୂକମ୍ପରେ ଭାଙ୍ଗି ଯାଇଛି। କିନ୍ତୁ ଅନ୍ୟ ବୋତଲଗୁଡ଼ିକ କେଉଁଠି ଅଛି, ସେକଥା କେହି ଜାଣି ନାହାନ୍ତି। କୁହାଯାଉଛି ଯେ ୪୦ଟି ବୋତଲ ମଧ୍ୟରୁ ଗୋଟିଏକୁ ଖୋଲା ହୋଇ ସାରିଛି ଓ ଏହାକୁ ଲୋକେ ପିଇଛନ୍ତି।

London Wickey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe