Advertisment

Blast In Delhi: ପାକ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ବାହାସ୍ଫୋଟ: ଭାରତ-ଆଫଗାନିସ୍ତାନ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ

ମଙ୍ଗଳବାର ଇସଲାମାବାଦରେ କାର୍‌ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୨ ଜଣ ପ୍ରାଣ ହରାଇଥିବେ ବେଳେ ୩୬ ଜଣ ଆହତ ହୋଇଛନ୍ତି। ପାକିସ୍ତାନ ତାଲିବାନ(ଟିଟିପି) ଏହି ଆତ୍ମଘାତୀ କାର ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଟିଟିପିର ଦାବି ପରେ ଆସିଫ ଏପରି ବୟାନ ଦେଇଛନ୍ତି।

asif

ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ

Advertisment

ଉସକାଇବା ଭଳି ବୟାନ ଦେଇଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ। ପାକିସ୍ତାନ ଗୋଟିଏ ସମୟରେ ଉଭୟ ଭାରତ ଓ ଆଫଗାନିସ୍ତାନ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ସେ ବାହାସ୍ଫୋଟ ମାରିଛନ୍ତି। ପାକିସ୍ତାନ ଦୁଇ ପାର୍ଶ୍ୱରେ ଯୁଦ୍ଧ କରିବାକୁ ପୂରା ସକ୍ଷମ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। 

Advertisment

ଦିଲ୍ଲୀ ଆତଙ୍କବାଦୀ ହମଲା ପରେ ଭାରତରେ ହଇଚଇ ସୃଷ୍ଟି ହୋଇଛି। କାଳେ ଭାରତ ଏଥିପାଇଁ କୌଣସି ବଡ଼ ପଦକ୍ଷେପ ନେବେ ସେହି ଭୟରେ ବୟାନବାଜୀ ଆରମ୍ଭ କରି ଦେଇଛନ୍ତି ଆସିଫ। ସେ ଗୋଟିଏ ସାଧାରଣ ସଭାରେ କହିଛନ୍ତି ଯେ “ଆମେ ଦୁଇ ପାର୍ଶ୍ୱରେ ଯୁଦ୍ଧ କରିବାକୁ ପ୍ରସ୍ତୁତ। ଆମେ ପ୍ରସ୍ତୁତ, ଆମେ ଉଭୟ ଇଷ୍ଟର୍ଣ୍ଣ(ଭାରତ) ଓ ୱେଷ୍ଟର୍ଣ୍ଣ ସୀମା(ଆଫଗାନିସ୍ତାନ) ସହ ଲଢ଼ିବାକୁ ସକ୍ଷମ ଅଛୁ। ଆଲ୍ଲା ଆମକୁ ପ୍ରଥମ ରାଉଣ୍ଡରେ ସହାୟତା କରିଥିଲେ। ସେ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଆମକୁ ସହାୟକ ହେବେ।” 

ମଙ୍ଗଳବାର ଇସଲାମାବାଦରେ କାର୍‌ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୨ ଜଣ ପ୍ରାଣ ହରାଇଥିବେ ବେଳେ ୩୬ ଜଣ ଆହତ ହୋଇଛନ୍ତି। ପାକିସ୍ତାନ ତାଲିବାନ(ଟିଟିପି) ଏହି ଆତ୍ମଘାତୀ କାର ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଟିଟିପିର ଦାବି ପରେ ଆସିଫ ଏପରି ବୟାନ ଦେଇଛନ୍ତି। 

Advertisment

ଦିଲ୍ଳୀ ଲାଲକିଲ୍ଲାରେ ହୋଇଥିବା ଆତ୍ମଘାତୀ କାର ବିସ୍ଫୋରଣ(Blast In Delhi)କୁ ମଧ୍ୟ ସେ ସିଲିଣ୍ଡର ବିସ୍ଫୋରଣ ଭାବେ ଚିତ୍ରଣ କରିଛନ୍ତି। ଆସିଫ କହିଛନ୍ତି, “ଗତକାଲି ଯାଏ, ଏହା କେବଳ ଗୋଟିଏ ସିଲିଣ୍ଡର ବିସ୍ଫୋରଣ ରହିଥିଲା। ଏବେ ସେମାନେ ଏହାକୁ ଗୋଟିଏ ବିଦେଶୀ ଷଡ଼ଯନ୍ତ୍ର ଭାବେ ଚିତ୍ରଣ କରୁଛନ୍ତି। ଭାରତ ଖୁବଶୀଘ୍ର ଘଟଣା ପାଇଁ ପାକିସ୍ତାନକୁ ମଧ୍ୟ ଦାୟୀ କରିପାରେ।” 

ଅନ୍ୟପକ୍ଷରେ ଇସଲାମାବାଦ ବିସ୍ଫୋରଣ( ପାଇଁ ଟିଟିପି ନିଜକୁ ଦାୟୀ କରିଥିଲେ ହେଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତକୁ ଦୋଷ ଦେଇଛନ୍ତି। ଭାରତ ସମର୍ଥନରେ କାର୍ଯ୍ୟ କରୁଥିବା ସଂଗଠନ ହମଲା କରିଥିବା ଶରିଫ ଦାବି କରିଛନ୍ତି। ଆସିଫଙ୍କ କହିବା କଥା ଯେ ତାଲିବାନ ବୋମା ବିସ୍ଫୋରଣ କରି ବଡ଼ ବାର୍ତ୍ତା ଦେଇଛନ୍ତି। 

ସେ ଏକ୍ସରେ କହଛନ୍ତି, “କାବୁଲର ଶାସକ ପାକିସ୍ତାନରେ ଆତଙ୍କବାଦକୁ ବନ୍ଦ କରିପାରିବେ। କିନ୍ତୁ ଇସଲାମାବାଦକୁ ଏହି ଯୁଦ୍ଧ ଆଣି କାବୁଲ ପକ୍ଷରୁ ବଡ଼ ବାର୍ତ୍ତା ଦିଆଯାଇଛି। ପାକିସ୍ତାନ ଏହାର ଦୃଢ଼ ଜବାବ ଦେବାକୁ ପ୍ରସ୍ତୁତ।”   

Delhi Blast Blast In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe