Advertisment

ଦେଶ ଛାଡ଼ି ଯାଉଥିବା ବେଳେ ସିରିଆ ରାଷ୍ଟ୍ରପତିଙ୍କ ବିମାନକୁ ଖସାଇଦେଲେ ବିଦ୍ରୋହୀ!

ସେ ତାଙ୍କ ପରିବାର ସହ ଦେଶ ଛାଡୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଦ୍ରୋହୀମାନେ ତାଙ୍କ ବିମାନକୁ ଗୁଳି କରି ଖସାଇ ଦେଇଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Syria President

Syria President

Advertisment

ସିରିଆରେ ଘୋର ରାଜନୈତିକ ସଙ୍କଟ ଦେଖାଦେଇଛି। ଏହି ସମୟରେ ଦେଶ ଛାଡି ପଳାଉଥିବା ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ବିଦ୍ରୋହୀଙ୍କ ଆକ୍ରମଣ ପରେ ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦ ଏବଂ ତାଙ୍କ ପରିବାର ରାଜଧାନୀ ଡାମସକସ ଛାଡ଼ି ପଳାୟନ କରିଛନ୍ତି। ସେମାନେ ବିମାନରେ ଚଢ଼ୁଥିଲେ, କିନ୍ତୁ ବିଦ୍ରୋହୀମାନେ ସେମାନଙ୍କ ବିମାନକୁ ଗୁଳି କରି ଖସାଇ ଦେଇଥିବା କୁହାଯାଉଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ବିମାନ ଆକାଶରେ ୫୦୦ ମିଟର ଉଚ୍ଚରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହାର ଭଗ୍ନାବଶେଷ ମଧ୍ୟ ଉଦ୍ଧାର କରାଯାଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ରାଡାରରୁ ନିଖୋଜ ହୋଇଯାଇଥିଲା। କୁହାଯାଉଛି ଯେ ସେ ତାଙ୍କ ପରିବାର ସହ ଦେଶ ଛାଡୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଗତ ୧୨ ବର୍ଷ ହେବ ସିରିଆରେ ଗୃହଯୁଦ୍ଧ ଜାରି ରହିଛି। ଏବେ ସିରିଆ ବିଦ୍ରୋହୀଙ୍କ ଆକ୍ରମଣ ତୀବ୍ର ହେବାରେ ଲାଗିଛି। ଆଲେପ୍ପୋ ଓ ହୋମ୍ସ ଭଳି ପ୍ରମୁଖ ସହରକୁ ଦଖଲ କରିବା ପରେ ବିଦ୍ରୋହୀମାନେ ରାଜଧାନୀ ଡାମସକସ ଅଭିମୁଖେ ଯାତ୍ରା କରିଥିଲେ। ବିଦ୍ରୋହୀମାନେ ପୂର୍ବଦିନ ଡାମସକସରେ ଆକ୍ରମଣ କରି ରାଷ୍ଟ୍ରପତିଙ୍କୁ ରାଜଧାନୀ ଛାଡ଼ିବାକୁ ବାଧ୍ୟ କରିଥିଲେ। ସେମାନେ ରାଜଧାନୀକୁ କବ୍‌ଜା କରିଥିବା ଦାବି କରିଛନ୍ତି। 

Advertisment

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ବିଦ୍ରୋହୀମାନେ ହୋମ୍ସ ସହରକୁ ଦଖଲ କରିଛନ୍ତି। ହୋମ୍ସରେ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ପିତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭଙ୍ଗାଯାଇଛି। ଲୋକଙ୍କୁ ସୁରକ୍ଷା ଦେବାରେ ସିରିଆ ସେନା ବିଫଳ ହୋଇଛି। ସେପଟେ ସିରିଆକୁ ସମର୍ଥନ କରୁଥିବା ଦେଶ ରୁଷିଆ, ଇରାନ ଓ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟ ସିରିଆକୁ ସାହାଯ୍ୟ କରିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି। ସେନା ମଧ୍ୟ ଦେଶରୁ ସ୍ଥାନାନ୍ତରିତ ହେବା ଆରମ୍ଭ କରିଛି।

ମିଡ଼ିଆ ରିପୋର୍ଟ ଅନୁଯାୟୀ ବିଦ୍ରୋହୀ ସଂଗଠନ ହୟାତ୍ ତାହିର ଅଲ୍ ଶାମ୍ ଏବେ ସିରିଆକୁ ଦଖଲ କରିଛି। ଏହି ସଙ୍ଗଠନ ସିରିଆ ଏବଂ ରାଜଧାନୀ ଡାମସକସକୁ ଏକଛତ୍ରବାଦୀ ବସର ଅଲ-ଅସଦଙ୍କ କବଳରୁ ମୁକ୍ତ କରିବାକୁ ଘୋଷଣା କରିଛି। ଏହା ସହ ଏକ ନୂଆ ଯୁଗ ଆରମ୍ଭ କରିବାକୁ ଘୋଷଣା କରିଛି। ଏହି ବିଦ୍ରୋହୀ ଗୋଷ୍ଠୀ ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ଏକ ଶାଖା ଥିଲା, କିନ୍ତୁ ୨୦୧୬ରେ ଏହି ଗୋଷ୍ଠୀ ଅଲ୍ କାଏଦାଠାରୁ ନିଜକୁ ଅଲଗା କରିଥିଲା। 

ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜି ଜାଲାଲୀ କହିଛନ୍ତି ଯେ ସେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧୀଙ୍କୁ ଶାସନ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ମୋର ବାସଭବନରେ ଅଛି ଏବଂ କୌଣସି ସ୍ଥାନକୁ ଯାଇ ନାହିଁ, ଏବଂ ଏହା ମୋର ଦେଶକୁ ଭଲ ପାଏ ବୋଲି ସେ କହିଛନ୍ତି। କାମ କରିବାକୁ ସେ ତାଙ୍କ କାର୍ଯ୍ୟାଳୟକୁ ଯିବେ ଏବଂ ସିରିଆ ନାଗରିକମାନଙ୍କୁ ସର୍ବସାଧାରଣର ସମ୍ପତ୍ତି ନଷ୍ଟ ନ କରିବାକୁ ଅନୁରୋଧ କରିଛନ୍ତି। 

Syrian President Syrian Rebels Bashar Al-Assad Flees Syria Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe