Advertisment

ହୃଦଘାତରେ ଅଷ୍ଟାଙ୍ଗ ଯୋଗଗୁରୁଙ୍କ ନିଧନ

ଅଷ୍ଟାଙ୍ଗ ଯୋଗଶିକ୍ଷାକୁ ନେଇ ଆମେରିକାରେ ପ୍ରସିଦ୍ଧି ଅର୍ଜନ କରିଥିଲେ ନ।

author-image
Debibandita Barick
Sharath Jois

Sharath Jois

ଶରୀର ଆଉ ମନର ସୁସ୍ଥତା ପାଇଁ ଯୋଗଶିକ୍ଷା ଦେଉଥିବା ଜଣେ ଯୋଗଗୁରୁଙ୍କ ମୃତ୍ୟୁ, ତାହା ପୁଣି ହୃଦଘାତରେ। ମୃତକ ଜଣକ ହେଉଛନ୍ତି ଆମେରିକା ବର୍ଜିନିଆର ଜଣାଶୁଣା ଅଷ୍ଟାଙ୍ଗ ଯୋଗ ପ୍ରଶିକ୍ଷକ ତଥା ଯୋଗ କିମ୍ବଦନ୍ତୀ କୃଷ୍ଣ ପଟ୍ଟାବୀ ଜୋଏସଙ୍କ ନାତି ଶରଥ ଜୋଏସ। ୫୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। 

Advertisment

ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଶରଥ ଜୋଏସ ଆମେରିକାର ବର୍ଜିନିଆ ୟୁନିଭର୍ସିଟିକୁ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ସେ ବିଶ୍ୱବିଦ୍ୟାଳୟରେ ଚାଲି ଚାଲି ଯାଉଥିବା ସମୟରେ ତାଙ୍କର ହୃଦଘାତ ଆସିଥିଲା।

ଡାକ୍ତରଖାନାରେ ଭର୍ତ୍ତି କରାଯଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶରଥଙ୍କ ଭଉଣୀ ତାଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ କରିଛନ୍ତି। ଏକ ଇନଷ୍ଟାଗ୍ରାମରେ ଦୁଃଖପୂର୍ଣ୍ଣ ପୋଷ୍ଟ ସହ ଶରଥଙ୍କର ମୃତ୍ୟୁ ଘଟିଥିବା ଭଉଣୀ ଶର୍ମିଲା ମହେଶ ନିଶ୍ଚିତ କରିଛନ୍ତି। ସେହିପରି ତାଙ୍କ ଯୋଗ କେନ୍ଦ୍ର 'ଶରଥ ଯୋଗ କୋନ୍ଦ୍ର' ମଧ୍ୟ ପୋଷ୍ଟ କରି ସୂଚନା ଦେଇଛି।

Advertisment

ଯୋଗ କେନ୍ଦ୍ରର ସୂଚନା ଅନୁସାରେ, ବର୍ତ୍ତମାନ ଶରଥଙ୍କ ପରିବାର ଆମେରିକାରେ ଅଛନ୍ତି। ତାଙ୍କ ପାର୍ଥିବ ଶରୀରକୁ ଜନ୍ମସ୍ଥାନ କର୍ଣ୍ଣାଟକର ମୈସୁରକୁ ଅଣାଯିବ। ସେଠାରେ ଶେଷକୃତ୍ୟ ସମ୍ପନ୍ନ ହେବ। 

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଜୋଏସ ଯୋଗଶିକ୍ଷାକୁ ନେଇ ଆମେରିକାରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ। ଚଳିତ ମାସ ଟେକ୍ସାସର ସାନ ଆଣ୍ଟୋନିଓରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା। ମାତ୍ର ତା' ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଭାରତ ତଥା ବିଶ୍ୱରେ ତାଙ୍କର ଅନେକ ଶିଷ୍ୟ ଅଛନ୍ତି। ସେ ତାଙ୍କ ଜେଜେବାପା କୃଷ୍ଣ ପଟ୍ଟାବୀଙ୍କଠାରୁ ଅଷ୍ଟାଙ୍ଗ ଯୋଗ କଳା ଶିଖିଥିଲେ। 

୨୦୦୯ରେ କୃଷ୍ଣ ପଟ୍ଟାବୀଙ୍କ ଦେହାନ୍ତ ପରେ ଶରଥ ଜୋଏସ ତାଙ୍କ ଉତ୍ତାଧିକାରୀ ହେବା ସହ ହଜାର ହଜାର ଲୋକଙ୍କୁ ଅଷ୍ଟାଙ୍ଗ ଯୋଗଶିକ୍ଷା ଦେଇଥିଲେ। 

Heart Attack Ashtang Yoga Guru Sharath Jois