Advertisment

ପାକିସ୍ତାନରେ ହୋଇପାରୁନି ଫୈସଲା; ପୁଣି ପଡିବ ଭୋଟ୍

ଚାରି ଦିନ ହେବ ଭୋଟିଂ ସରିଥିଲେ ବି ସର୍ବ ସମ୍ମୁଖକୁ ଆସିପାରୁନି ରେଜଲ୍ଟ।

ଅଦ୍ୟତନ ହୋଇଛି
Protest In Pakistan

Protest In Pakistan

Advertisment

ପାକିସ୍ତାନରେ ବାହାରି ପାରୁନି ନିର୍ବାଚନ ଫଳାଫଳ। ଚାରି ଦିନ ହେବ ଭୋଟିଂ ସରିଥିଲେ ମଧ୍ୟ ଏବେବି ସର୍ବ ସମ୍ମୁଖକୁ ଆସିପାରୁନି ରେଜଲ୍ଟ। ବ୍ୟାପକ ପ୍ରତିବାଦ ଏବଂ ଅଭିଯୋଗ ପରେ କେତେକ ବୁଥରେ ପୁନଃ ନିର୍ବାଚନ ନେଇ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ଇଲେକ୍ସନ କମିଶନ।

Advertisment

ଫେବୃଆରୀ ୧୫ରେ ପୁନଃ ମତଦାନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏବେ ମଧ୍ୟ ପାଖାପାଖି ୧୦ଟି ବୁଥରେ କାଉଣ୍ଟିଂ ଚାଲିଛି। ଏପର୍ଯ୍ୟନ୍ତର ଫଳାଫଳ ଅନୁସାରେ, ଜେଲରେ ଥିବା ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୨ଟି ଆସନରେ ବିଜୟୀ ହୋଇ ସାରିଛନ୍ତି। ସେମାନଙ୍କୁ ସରକାର ଗଢିବାକୁ ହେଲେ ଆଉ ୮ଟି ଆସନ ଦରକାର। 

ଭୋଟ୍ ଗଣନାକୁ ନେଇ ବିଳମ୍ବ ଏବଂ କେତେକ ସ୍ଥାନରେ ହେରାଫେରିରେ ଅଭିଯୋଗ ଆସିଛି। ଏଥିପାଇଁ ପିଟିଆଇ ଏବଂ ଅନ୍ୟ ଦଳମାନଙ୍କ ସହ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଉଛି। ଏପରି ପରିସ୍ଥିତିକୁ ଦେଖି ପୁନଃ ନିର୍ବାଚନ ନେଇ ଇଲେକ୍ସନ କମିଶନ ଘୋଷଣା କରିଛନ୍ତି। 

Advertisment

୨୪ କୋଟି ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ଫେବ୍ରୁଆରୀ ୮ରେ ଭୋଟିଂ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲରେ ଥିବାବେଳେ ତାଙ୍କ ଦଳକୁ ଅବୈଧ ଘୋଷଣା କରିଥିଲେ ନିର୍ବାଚନ କମିଶନ। ଫଳରେ ଇମ୍ରାନଙ୍କ ସମର୍ଥିତ ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଥିଲେ। ତେଣୁ ପାକିସ୍ତାନ ମୁସଲିମ ଲିଗ୍ ନୱାଜ (PML-N)ର ନୱାଜ ଶରିଫ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (PPP)ର ବେଞ୍ଜିର ଭୁଟ୍ଟୋଙ୍କ ମଧ୍ୟରେ ଲଢେଇ ହେବ ବୋଲି ଅନୁମାନ କରାଯାଉଥିଲା।

କିନ୍ତୁ ପିଟିଆଇର ସ୍ୱାଧୀନ ପ୍ରାର୍ଥିମାନେ ସବୁ କଳ୍ପନା ଜଳ୍ପନାକୁ ଭୁଲ୍ ପ୍ରମାଣିତ କରି ଆଗରେ ରହିଛନ୍ତି। ଜେଲରେ ଥିବା ଇମ୍ରାନ ଖାନଙ୍କ ସମର୍ଥିତ ପ୍ରାର୍ଥୀ ଆଗରେ ଥିବାରୁ ନୱାଜ ଶରିଫ ଏବଂ ବେଞ୍ଜିର ଭୁଟ୍ଟ ମେଣ୍ଟ କରିବା ନେଇ ହାଥ ମିଳାଇଥିବା ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି। ସେପଟେ ଇମ୍ରାନ ଖାନଙ୍କ ସ୍ୱାଧୀନ ପ୍ରାର୍ଥୀମାନେ ସରକାର ଗଢିବା ନେଇ ଦାବି କରିଛନ୍ତି ଏବଂ ଖୁବଶୀଘ୍ର ରାଷ୍ଟ୍ରପତି ତାଙ୍କୁ ସରକାର ଗଢିବା ନେଇ ଅନୁମତି ଦେବେ ବୋଲି କହିଛନ୍ତି। ତେବେ ପାକିସ୍ତାନର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଆଉ କେତେ ଦିନ ଲାଗୁଛି, ଦେଖିବକୁ ବାକି ରହିଲା। 

PTI Pakistan General Election Repolling In Pakistan PML PPP Pakistan Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe