Advertisment

ରେଷ୍ଟୁରାଣ୍ଟରେ ଫାଟିଲା ଗ୍ୟାସ୍‌, ଚାଲିଗଲା ୩୧ ଜୀବନ

ଏକ ରେଷ୍ଟୁରେଣ୍ଟରେ ଲୋକ ଗହଳି ଥିବା ବେଳେ ଫାଟିଲା ଗ୍ୟାସ୍‌ ଟାଙ୍କି । ଏଥିରେ ୩୧ ଜୀବନ ଯାଇଥିବା ବେଳେ ପ୍ରାୟ ୭ ଜଣ ଗୁରୁତର ହୋଇଥିବା ଜଣାଯାଇଛି।

author-image
Niharika Rout
Gas Explosion

Gas Explosion

ଏକ ରେଷ୍ଟୁରେଣ୍ଟରେ ଲୋକ ଗହଳି ଥିବା ବେଳେ ଫାଟିଲା ଗ୍ୟାସ୍‌ ଟାଙ୍କି । ଏଥିରେ ୩୧ ଜୀବନ ଯାଇଥିବା ବେଳେ ପ୍ରାୟ ୭ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏପରି ଏକ ଅଘଟଣ ଗତ ରାତିରେ ଚାଇନାରେ ଘଟିଛି। ଚାଇନାର ପ୍ରସିଦ୍ଧ ଡ୍ରାଗନ ବୋଟ ଉତ୍ସବ ପୂର୍ବରୁ ଏହି ଅଘଟଣ ଘଟିଛି।

Advertisment

ଚାଇନାର ୟିନଚୁଆଁରେ ଥିବା ଏକ ରେଷ୍ଟୁରାଣ୍ଟରେ ଗତରାତିରେ ଖୁବ୍‌ ଭିଡ ହୋଇଥିଲା। ଏଥିସହ ଡ୍ରାଗନ ଉତ୍ସବ ନିମନ୍ତେ ଆଖପାଖରେ ବି ଲୋକଙ୍କ ଭିଡ଼ ଜମିଥିଲା। ଏହି ସମୟରେ ରେଷ୍ଟୁରାଣ୍ଟର ଗ୍ୟାସ୍‌ ଟାଙ୍କି ଫାଟିଥିଲା। ଏହାର ନିଆଁ ଆଖି ପିଛୁଳାକେ ବାହାରକୁ ବ୍ୟାପି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ।

ତୁରନ୍ତ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ୭ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ଶରୀରର ବହୁ ଅଂଶ ଜଳି ଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ଚାଇନା ରାଷ୍ଟ୍ରପତି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଗୁରୁତରଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଶିଳ୍ପାନୁଷ୍ଠାନ ସମେତ  ଅନ୍ୟ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାର କଡ଼ାକଡ଼ି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

China Deadbody Gas Leak