Advertisment

ଆମେରିକା ନିର୍ବାଚନ: ଏହି ସହରର ରେଜଲ୍ଟ ବାହାରିଲା, କିଏ ଜିତିଲେ ଜାଣନ୍ତୁ

ଆମେରିକାରେ ମୋଟ ୫୦ ରାଜ୍ୟ। ମୋଟ୍ ଇଲେକ୍ଟୋରାଲ୍ କଲେଜ ଭୋଟ୍ ୫୩୮। ରାଷ୍ଟ୍ରପତି ହେବା ପାଇଁ ମ୍ୟାଜିକ ନମ୍ବର ହେଉଛି ୨୭୦।

Vote

Vote

Advertisment

ଭାରତୀୟ ସମୟ ଅପରାହ୍ନ ୪ଟାରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଗୋଟିଏ ପଟେ ଡେମୋକ୍ରାଟିକ ପାର୍ଟିର କମଳା ହାରିସ ଥିବା ବେଳେ ଅନ୍ୟପଟେ ଅଛନ୍ତି ରିପ୍ଲବିକାନର ଡୋନାଲ୍ଡ ଟ୍ରମ୍ପ ରହିଛନ୍ତି। ଦେଶର ବିଭିନ୍ନ ପୁଲିଂ ବୁଥରେ ଭୋଟିଂ ଚାଲିଥିବା ବେଳେ ଏମିତି ଏକ ସହର ରହିଛି, ଯାହାର ନିର୍ବାଚନ ରେଜଲ୍ଟ ସାମ୍ନାକୁ ଆସିଛି।

Advertisment

ଆମେରିକାର ଡିକ୍ସଭିଲ ନଚ୍‌ର ଭୋଟରମାନେ ନିର୍ବାଚନ ଦିବସ ପ୍ରଥମ ମିନିଟରେ ମତାଧିକାର ସାବ୍ୟସ୍ତ କରି ସାରିଛନ୍ତି। ସୋମବାର ମଧ୍ୟରାତ୍ର ପରେ ପରମ୍ପରା ଅନୁସାରେ ଲୋକମାନେ ଭୋଟ ଦେଇ ହ୍ୱାଇଟ ହାଉସକୁ କାହାକୁ ପଠାଇବାକୁ ଚାହୁଁଛନ୍ତି, ତା’ର ନିଷ୍ପତ୍ତି ନେଇ ସାରିଛନ୍ତି। ସେହିପରି ସେମାନଙ୍କ ଆଭିମୁଖ୍ୟ ଜାତୀୟସ୍ତରର ମତଦାନକୁ ମଧ୍ୟ ପ୍ରତିଫଳିତ କରିଛି।

ଉତ୍ତର-ପୂର୍ବ ରାଜ୍ୟ ନ୍ୟୁ ହାମ୍ପଶାୟରର ଅତ୍ୟନ୍ତ ଛୋଟ ଅଞ୍ଚଳ ହେଉଛି ଡିକ୍ସଭିଲ ନଚ୍‌। ଏଠାରେ କମଲା ହାରିସ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟାଇ ହୋଇଛି। ଅର୍ଥାତ ଉଭୟ ତିନୋଟି ଲେଖାଏ ବାଲଟ ପାଇଛନ୍ତି। ଏଠାରେ ଦେଶର ବାକି ପୁଲିଂ ଷ୍ଟେସନରେ ମତାଦାନ ହେବା ପୂର୍ବରୁ ମଧ୍ୟରାତ୍ର ପରେ ଲୋକମାନେ ମତାଧିକାର ସାବ୍ୟସ୍ତ କରନ୍ତି। ଦୀର୍ଘ ଦଶନ୍ଧି ଧରି ଏଠାରେ ଏପରି ପରମ୍ପରା ଜାରି ରହିଛି। ଏଥର ମଧ୍ୟ ଡିକ୍ସଭିଲ ନଚ୍‌ର ଲୋକମାନେ ମଧ୍ୟରାତ୍ର ପରେ ଭୋଟ ଦେଇଛନ୍ତି।

Advertisment

ନ୍ୟୁ ହାମ୍ପଶାୟରରେ ନିର୍ବାଚନ ଆଇନ କହୁଛି ଯେ ୧୦୦ରୁ କମ ଭୋଟର ଥିବା ଅଞ୍ଚଳ ଗୁଡ଼ିକରେ ପୌରସଂସ୍ଥାଗୁଡ଼ିକ ମଧ୍ୟରାତ୍ରିରେ ମତଦାନ କେନ୍ଦ୍ର ଖୋଲିବେ। ସମସ୍ତ ପଞ୍ଜୀକୃତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବା ପରେ ହିଁ ଏହା ବନ୍ଦ ହେବ।

ଡିକ୍ସଭିଲ୍ ନଚ୍ ବାସିନ୍ଦାମାନେ ୨୦୨୦ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କୁ ସର୍ବସମ୍ମତି କ୍ରମେ ଭୋଟ୍ ଦେଇଥିଲେ। ଜାନୁଆରୀରେ ରିପବ୍ଲିକାନ ପ୍ରାର୍ଥୀ ନିକ୍କି ହାଲିଙ୍କୁ ଡିକ୍ସଭିଲ୍ ନଚ୍ ଭୋଟରମାନେ ଏକତରଫା ସମର୍ଥନ ଦେଇଥିଲେ।

ତେବେ ସେ ରାଷ୍ଟ୍ରପତି ରେସ୍‌ରୁ ଓହରି ଯାଇଥିଲେ। ଲାଗୁଥିଲା ଟ୍ରମ୍ପ ଏଠାରେ ପୁଣି ସମର୍ଥନ ପାଇବେ। କିନ୍ତୁ ଏଠାରେ ସ୍ଥିତି ସମାନ ରହିଛି। ଉଭୟ ହାରିସ ଓ ଟ୍ରମ୍ପ ୩ଟି ଲେଖାଏ ବାଲଟ ପାଇଛନ୍ତି।

ଆମେରିକାରେ ମୋଟ ୫୦ ରାଜ୍ୟ। ମୋଟ୍ ଇଲେକ୍ଟୋରାଲ୍ କଲେଜ ଭୋଟ୍ ୫୩୮। ରାଷ୍ଟ୍ରପତି ହେବା ପାଇଁ ମ୍ୟାଜିକ ନମ୍ବର ହେଉଛି ୨୭୦। ତେବେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଭାଗ୍ୟ ୭ ସୁଇଂ ଷ୍ଟେଟ୍ ଉପରେ ନିର୍ଭର କରିବ। ଏହି ୭ ସୁଇଂ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩।

Donald Trump USA Election Kamala Harris
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe