Advertisment

ଦୋସ୍ତ ଦୋସ୍ତ ନା ରାହା; ବେହାଲ ପାକିସ୍ତାନକୁ ଡ୍ରାଗନ୍‌ ଦେଖାଇଲା ଅସଲ ରୂପ

ବେ ପାକିସ୍ତାନ ସ୍ଥିତି ଦିନକୁ ଦିନ ଖରାପ ହୋଇ ପଡ଼ୁଥିବା ବେଳେ ଚୀନ୍‌ ମାଗିଛି ନିଜ ବାକି ଟଙ୍କା। ବାକି ଟଙ୍କା ଫେରାଅ, ନଚେତ କାମ ଅଧା କରି ଦେବାକୁ ଧମକ ଦେଇଛି।

China & Pakistan

China & Pakistan

Advertisment

ପାକିସ୍ତାନର ଖରାପ ଦିନ ଶେଷ ହେବାର ନାଁ ଧରୁନି। ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ବେହାଲ ହୋଇଗଲାଣି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଦାମ ଆକାଶ ଛୁଆଁ ହୋଇଥିବା ବେଳେ ଲୋକମାନେ ଆବଶ୍ୟକ ଜିନିଷ ପାଉ ନାହାନ୍ତି। ଏହାକୁ ନେଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ପାକିସ୍ତାନ ଏବେ ନୂଆ ସଙ୍କଟରେ ଫସିଛି । ଅର୍ଥାତ ପାକିସ୍ତାନର ପ୍ରକୃତ ବନ୍ଧୁ ଚାଇନ୍‌ ହିଁ ତାକୁ ଦେଖାଇଛି ନାଲି ଆଖି।  ଡ୍ରାଗନ କହିଛି, ମୋ’ ୬୦ ମିଲିୟନ ଡଲାର ଫେରାଅ, ନଚେତ ବାଧାପ୍ରାପ୍ତ ହେବ ଉନ୍ନୟନମୂଳକ କାମ । ଚୀନ୍‌ର ଏ ରୂପ ଦେଖି ଲୋକେ କହୁଛନ୍ତି, ଦୋସ୍ତ ଦୋସ୍ତ ନ ରାହା...

Advertisment

ଚୀନ୍‌ର ବହୁ କମ୍ପାନୀ ପାକିସ୍ତାନରେ କୋଇଲା ଖନନ କରି ବିଜୁଳି ଉତ୍ପାଦନ କରୁଥିବା ବେଳେ ପାକିସ୍ତାନ ସରକାର ଉପରେ ତାଙ୍କର ୬୦ ମିଲିୟନ ଡଲାର ବାକି ଅଛି। ଏବେ ପାକିସ୍ତାନ ସ୍ଥିତି ଦିନକୁ ଦିନ ଖରାପ ହୋଇ ପଡ଼ୁଥିବା ବେଳେ ଚୀନ୍‌ ମାଗିଛି ନିଜ ବାକି ଟଙ୍କା। ବାକି ଟଙ୍କା ଫେରାଅ, ନଚେତ କାମ ଅଧା କରି ଦେବାକୁ ଧମକ ଦିଆଯାଉଥିବା ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଚୀନ୍‌ କମ୍ପାନୀ ଉତ୍ପାଦନକୁ ଅଧା କରିଦେଲେ ଅନ୍ଧାରରେ ବୁଡ଼ି ଯାଇପାରେ ପାକିସ୍ତାନ। ଏପରିକି ଏଥର ଗରମରେ ପାକିସ୍ତାନୀଙ୍କ ନିକଟରେ ଛଟପଟ ହେବା ଛଡ଼ା ଆଉ କିଛି ବାଟ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ବର୍ଷେ ହେବ ପାକିସ୍ତାନ ଏହି ଚାଇନା କମ୍ପାନୀଙ୍କୁ ବାକି ଟଙ୍କା ଫେରାଉ ନ ଥିବାରୁ ସେମାନେ ନାଲି ଆଖି ଦେଖାଇଛନ୍ତି । ପାକିସ୍ତାନର ଦୁର୍ଦ୍ଦିନରେ ଚୀନ୍‌ର ଏପରି ରୂପ ଉଭୟଙ୍କ ଦୋସ୍ତିରେ ଫାଟ ସୃଷ୍ଟି କରିପାରେ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ ।

Advertisment

ପାକିସ୍ତାନ ନିକଟରେ ଏବେ ମାତ୍ର ୪ ମାସର କୋଇଲା ବାକି ଥିବା ବେଳେ ଚାଇନା କମ୍ପାନୀ ଧମକ ମୁତାବକ କୋଇଲା ଉତ୍ପାଦନ ଅଧା କରିଦେଲେ ପାକିସ୍ତାନକୁ ଏଥିନିମନ୍ତେ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଏପରିକି ପୂରା ଦେଶକୁ ଅନ୍ଧକାରରେ ବୁଡ଼ିଯିବାକୁ ପଡ଼ିପାରେ।

China Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe