Advertisment

ସଙ୍କଟ ଭିତରେ ବି ସୁଧୁରୁନି ପାକିସ୍ତାନ, କଶ୍ମୀରକୁ ନେଇ କରୁଛି ମିଛ ପ୍ରଚାର

ପାକିସ୍ତାନର ଅର୍ଥନୈତିକ ଓ ବ୍ରଡକାଷ୍ଟିଂ ମନ୍ତ୍ରାଳୟ କଶ୍ମୀରକୁ ନେଇ ମିଛ ପୋଷ୍ଟର ମଧ୍ୟ ଜାରି କରିଥିବା ଜଣାପଡିଛି।

pakistans nefarious

pakistans nefarious

Advertisment

ଘୋର ଆର୍ଥିକ ସଙ୍କଟ ଭିତରେ ବି ସୁଧୁରୁନି ପାକିସ୍ତାନ। ଭାରତ ବିରୋଧରେ ରଚି ଚାଲିଛି ଷଡ଼ଯନ୍ତ୍ର। ଟୁଲ୍‌ କିଟ୍‌ ମାଧ୍ୟରେ କଶ୍ମୀରକୁ ନେଇ ମିଛ ପ୍ରଚାର କରିବାକୁ ଚେଷ୍ଟା ଚଳାଇଛି। ଏଥିପାଇଁ ପାକିସ୍ତାନ ସରକାର ସମସ୍ତ ଦୂତାବାସ ଓ ହାଇକମିସନ୍‌କୁ ଏକ ସିକ୍ରେଟ ନୋଟିସ ଜାରି କରିଛି। ଏହି ନୋଟିସ୍‌ରେ କଶ୍ମୀରକୁ ନେଇ ଭାରତକୁ ବଦ୍‌ନାମ କରିବାକୁ ଷଡ଼ଯନ୍ତ୍ର କରିଛି ପାକିସ୍ତାନ। ଏବେ ଏହାର ଖୁଲାସା କରିଛି ଭାରତୀୟ ଗୁଇନ୍ଦା ଏଜେନ୍ସି।

Advertisment

ପ୍ରତିବର୍ଷ ଫେବ୍ରୁଆରୀ ୫ ତାରିଖରେ କଶ୍ମୀର ଏକତା ଦିବସ ପାଳନ କରେ ପାକିସ୍ତାନ। ଏହି ଦିନ ଭାରତକୁ ବିଶ୍ୱ ସ୍ତରରେ ବଦନାମ କରିବାକୁ ଷଡ଼ଯନ୍ତ୍ର ରଚିଥିଲା। ଏଥିପାଇଁ ଫେବ୍ରୁଆରୀ ୩ ତାରିଖରୁ ଇସ୍‌ଲାମାବାଦ ଇ-ମେଲ୍‌ ଓ ଫ୍ୟାକ୍ସ ମାଧ୍ୟମରେ ବିଦେଶରେ ଥିବା ସମସ୍ତ ଦୂତାବାସ ଓ ହାଇକମିସନ୍‌କୁ ସିକ୍ରେଟ ଚିଠି ପଠାଇଥିଲା। କଶ୍ମୀରରେ ମାନବାଧିକ ନଷ୍ଟ ହେଉଥିବା ନେଇ ମିଛ ପ୍ରଚାର କରିବା ପାଇଁ ପ୍ଲାନିଂ କରିଥିଲା ପାକିସ୍ତାନ।

ପାକିସ୍ତାନର ଅର୍ଥନୈତିକ ଓ ବ୍ରଡକାଷ୍ଟିଂ ମନ୍ତ୍ରାଳୟ କଶ୍ମୀରକୁ ନେଇ ମିଛ ପୋଷ୍ଟର ମଧ୍ୟ ଜାରି କରିଥିବା ଜଣାପଡିଛି। ଏହାକୁ ଟ୍ୱିଟର୍‌ରେ ଟ୍ରେଣ୍ଡ କରାଇବା ପାଇଁ କିଛି ହାସ୍‌ଟ୍ୟାଗ୍ ମଧ୍ୟ ଜାରି କରାଯାଇଛି। ପାକିସ୍ତାନର ଏହି ହୀନ ଷଡ଼ଯନ୍ତ୍ର ଉପରେ ଏବେ ଭାରତୀୟ ଗୁଇନ୍ଦା ଏଜେନ୍ସି ତୀକ୍ଷ୍ଣ ନଜର ରଖିଛି।

Advertisment

ଉଲ୍ଲେଖଯୋଗ୍ୟ, ଇସଲାମାବାଦ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଅଭାବ ଅନାଟନରେ ଚଳୁଛନ୍ତି ଏଠାକାର ଲୋକେ। ପନି ପରିବାଠାରୁ ଆରମ୍ଭ କରି ଅଟା ଚାଉଳ ସବୁ କିଛିର ଆକାଶ ଛୁଆଁ ରହିଛି। ଦେଶର ବିଦେଶୀ ରାଜକୋଶ ଶେଷ ହେବାରେ ଲାଗିଛି। ଆଉ ମାତ୍ର ଦିନ କେଇଟା ପରେ କାଙ୍ଗାଳ ହୋଇଯିବ ପାକିସ୍ତାନ, ଏଭଳି ମନେହେଉଛି। ସେପଟେ ଏଭଳି ସଙ୍କଟ ସମୟରେ ପାକିସ୍ତାନକୁ ଋଣ ଦେବାକୁ ବିଦେଶୀ ପାଣ୍ଠି ଗୁଡ଼ିକ ମଧ୍ୟ ମନା କରିଦେଇଛନ୍ତି। ଏଭଳି ସ୍ଥିତିରେ ବି ପାକିସ୍ତାନ ସୁଧୁରିବାର ନାଁ ଧରୁନି।

Pakistan Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe