Advertisment

ମାସୁଦ ହେଲେ ଇରାନ୍‌ର ନୂଆ ରାଷ୍ଟ୍ରପତି

କଟ୍ଟରପନ୍ଥୀ ସୟଦ ଜଲିଲିଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି।

author-image
Madhupriya Mistry
masoud-pezeshkian

masoud-pezeshkian

ଇରାନ୍‌କୁ ମିଳିଲା ନୂଆ ରାଷ୍ଟ୍ରପତି। ମାସୁଦ ପେଜେସକିନିଆ ହେଲେ ଦେଶର ୯ମ ରାଷ୍ଟ୍ରପତି। ସେ ମୌଳବାଦୀ ବା କଟ୍ଟରପନ୍ଥୀ ସୟଦ ଜଲିଲିଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି। ମାସୁଦ ପେଜେସକିଆନ ହିଜାବ ବିରୋଧୀ ତଥା ଉଦାରବାଦୀ ନେତା ଭାବରେ ଜଣାଶୁଣା।

Advertisment

ଇରାନର ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପେଜେସକିଆନ ଢ଼େର ଭୋଟ୍‌ ମାର୍ଜିନରେ ଜଲିଲଙ୍କୁ ପରାସ୍ତା କରିଛନ୍ତି। ନିର୍ବାଚନରେ ମାସୁଦଙ୍କୁ ୧ କୋଟି ୬୩ ଲକ୍ଷ ଭୋଟ ମିଳିଥିବା ବେଳେ ଜଲିଲିଙ୍କୁ ଏକ କୋଟି ୩୬ ଲକ୍ଷ ଭୋଟ ମିଳିଛି।

ଚଳିତ ବର୍ଷ ଫେବୃଆରୀରେ ଇରାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଇବ୍ରାହିମ ରାଇସି ପୁଣିଥରେ ଦେଶର ରାଷ୍ଟ୍ରପତି ହୋଇଥିଲେ। ତେବେ ଗତମାସରେ ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ କିଏ ହେବ ଦେଶର ରାଷ୍ଟ୍ରପତି। ସେଥିପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ମାସୁଜ ଓ ଜଲିଲିଙ୍କ ମଧ୍ୟ ସିଧା ମୁକାବିଲା ଅନୁଯାୟୀ ଭୋଟିଂ ହୋଇଥିଲା।

Advertisment

ମାସୁଦ ପେଜେଶକିଆନ ଜଣେ ସର୍ଜନ ରହି ଆସିଛନ୍ତି। ସେ ବର୍ତ୍ତମାନ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଅଟନ୍ତି। ନିର୍ବାଚନ ପୂର୍ବରୁ ରାଜନୈତିକ ଭାଷଣ ସମୟରେ ସେ ଅନେକ ଥର ହିଜାବ ବିରୋଧରେ କହିଥିଲେ।

Presidential Election Iran President Masoud Pajeshkian