Advertisment

ବଢ଼ିଲା ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଅଡୁଆ, ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ୭୮ ସାଂସଦ

ଆସନ୍ତା ଜୁଲାଇ ୪ ତାରିଖରେ ବ୍ରିଟେନ୍‌ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

Rishi Sunak

Rishi Sunak

Advertisment

ବଢ଼ିଲା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଅଡୁଆ। ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ତାଙ୍କ ଦଳର ୭୮ ସାଂସଦ। ଏହାକୁ ନେଇ ବ୍ରିଟେନ୍‌ରେ ରାଜନୈତିକ ହଲଚଳ ସୃଷ୍ଟି ହୋଇଛି। ଦଳ ଛାଡି ଥିବା ସାଂସଦଙ୍କୁ ମନାଇବା ପାଇଁ କଞ୍ଜରଭେଟିବ ପାର୍ଟି ଚେଷ୍ଟା ଜାରି ରଖିଛି। 

Advertisment

ଆସନ୍ତା ଜୁଲାଇ ୪ ତାରିଖରେ ବ୍ରିଟେନ୍‌ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପାଇଁ ନିର୍ବାଚନୀ ପଥ କଷ୍ଟକର ହୋଇପଡିଛି। ସାଧାରଣ ନିର୍ବାଚନ ପୂର୍ବରୁ ଋଷି ସୁନକଙ୍କ କଞ୍ଜରଭେଟିବ ପାର୍ଟିର ବହୁ ବରିଷ୍ଠ ସାଂସଦ ଦଳ ଛାଡିବା ଆରମ୍ଭ କରି ଦେଇଛନ୍ତି। ଏହି କାରଣରୁ ଗତ କିଛି ଦିନ ହେବ ଦଳ ପାଇଁ ଅତ୍ୟନ୍ତ ଖରାପ ପରିସ୍ଥିତି ଉପୁଜିଛି। ଋଷି ସୁନକଙ୍କ ପାଇଁ ବିରୋଧୀ ଲେବର ପାର୍ଟିରୁ ପରାଜୟ ହେବା ବିପଦ ଘନେଇବାରେ ଲାଗିଛି।

ବ୍ରିଟିଶ ମିଡିଆ ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ଋଷି ସୁନକଙ୍କ ଦଳରୁ ୭୮ ଜଣ ସାଂସଦ ଇସ୍ତଫା ଦେବା ସହ ଦଳ ଛାଡି ସାରିଲେଣି। ଇସ୍ତଫା ଦେଇଥିବା ଏହି ସମସ୍ତ ସାଂସଦମାନେ ପୁନର୍ବାର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ ମଧ୍ୟ ଇସ୍ତଫା ଦେଇଥିବା ବରିଷ୍ଠ ସାଂସଦମାନଙ୍କ ମଧ୍ୟରେ ଅଛନ୍ତି। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବେନ୍ ୱାଲେସ୍ ମଧ୍ୟ ରାଜନୀତି ଛାଡିବାକୁ ଘୋଷଣା କରିସାରିଛନ୍ତି।

Advertisment

ଜୁଲାଇ ୪ରେ ହେବାକୁ ଥିବା ନିର୍ବାଚନରେ ​​ଏହି ସାଂସଦମାନଙ୍କୁ କୁଆଡେ ପରାଜୟ ହୋଇଯିବା ନେଇ ଭୟ ଘାରିଛି। ସେଥିପାଇଁ ସେମାନେ ନିର୍ବାଚନ ଠାରୁ ଦୂରେଇ ରହିଛନ୍ତି ବୋଲି କୁହାଯାଉଛି। ସାଂସଦଙ୍କ ଇସ୍ତଫା ପରେ ଋଷି ସୁନକଙ୍କ ଦଳ ପୁଣି ଥରେ କ୍ଷମତାକୁ ଫେରିବା ସମ୍ଭାବନା ଆଶା ଯଥେଷ୍ଟ ହ୍ରାସ ପାଇଛି।

ସେପଟେ ନିର୍ବାଚନ ପ୍ରଚାରରୁ ଗୋଟିଏ ଦିନ ଛୁଟି ନେଇ ନିଜ ନିର୍ବାଚନମଣ୍ଡଳୀରେ ଏବଂ ଲଣ୍ଡନରେ ଘରେ ରହି ତାଙ୍କ ଘନିଷ୍ଠ ପରାମର୍ଶଦାତାଙ୍କ ସହ ଆଲୋଚନା କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ। ଏହାକୁ ନେଇ ମଧ୍ୟ ସୁନକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି।

British Pm Rishi Sunak UK General Election 2024 78 MPs Resign
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe