Advertisment

ସିଗାରେଟ ମୁକ୍ତ ହେବ ବ୍ରିଟେନ! ଯୋଜନା କରୁଛନ୍ତି ଋଷି ସୁନକ

କିଶୋର ବୟସର ପିଲା ଯେପରି ସିଗାରେଟ ନିଶାରେ କବଳିତ ହେବେ ନାହିଁ, ସେ ଉପରେ ଚିନ୍ତା କରୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର।

ଅଦ୍ୟତନ ହୋଇଛି
Rishi Sunak

Rishi Sunak

Advertisment

ବ୍ରିଟେନରେ ଲାଗିବ ସିଗାରେଟ କିଣା ଉପରେ କଟକଣା। କିଶୋର ବୟସର ପିଲା ଯେପରି ସିଗାରେଟ ନିଶାରେ କବଳିତ ହେବେ ନାହିଁ, ସେ ଉପରେ ଚିନ୍ତା କରୁଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର। ଏକ ସରକାରୀ ସୂତ୍ର ଉଦ୍ଧାର କରି ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ସୁନକ ପରବର୍ତ୍ତୀ ପିଢ଼ି ଯେପରି ସିଗାରେଟ ବ୍ୟବହାର କରିପାରିବେ ନାହିଁ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି। 

Advertisment

ରିପୋର୍ଟରେ କୁହାଯାଇଛି ଯେ, ନ୍ୟୁଜିଲ୍ୟାଣ୍ଡ ନିୟମ ଆପଣାଇବାକୁ ଚିନ୍ତା କରୁଛନ୍ତି ବ୍ରିଟେନ ସରକାର। ନ୍ୟୁଜିଲ୍ୟାଣ୍ଡରେ ଜାନୁଆରୀ ୧, ୨୦୦୯ରେ କିମ୍ବା ପରେ ଜନ୍ମ ହୋଇଥିବା ପିଲାଙ୍କୁ ତମାଖୁ ବିକ୍ରୟ ଉପରେ ନିଷେଧାଦେଶ ରହିଛି। ବ୍ରିଟେନ ସରକାର ମଧ୍ୟ ଦେଶରେ ଏହି ନିୟମ ଲାଗୁ କରିବାକୁ ଚାହୁଁଛନ୍ତି। 

ବ୍ରିଟେନ ସରକାରଙ୍କ ମୁଖପାତ୍ର ରଏଟର୍ସକୁ ଏକ ଇମେଲ ପ୍ରତିକ୍ରିୟାରେ କହିଛନ୍ତି, ୨୦୩୦ ସୁଦ୍ଧା ରାଷ୍ଟ୍ରକୁ ଧୂମପାନ ମୁକ୍ତ କରିବାକୁ ଯୋଜନା କରାଯାଉଛି। ଏହିପରି ଯୁଗାନ୍ତକାରୀ ପଦକ୍ଷେପରେ ସହଯୋଗ କରିବାକୁ ଆମେ ଦେଶବାସୀଙ୍କୁ ସହଯୋଗ କରିବାକୁ ଆହ୍ୱାନ କରୁଛୁ। ଏଥିସହ ଲୋକଙ୍କୁ ସଚେତନ ମଧ୍ୟ କରାଉଛୁ।

Advertisment

ଏଥିପାଇଁ ମାଗଣା ଭେପ୍ କିଟ୍, ଗର୍ଭବତୀ ମହିଳାଙ୍କୁ ଧୂମ୍ରପାନଠୁ ଦୂରେଇ ରହିବାକୁ ଉତ୍ସାହିତ କରିବା ପାଇଁ ଏକ ଭାଉଚର ସ୍କିମ୍ ଦେବା ଉପରେ ପରାମର୍ଶ ଦିଆଯାଇଛି ବୋଲି ମୁଖପାତ୍ର କହିଛନ୍ତି। ଏ ଉପରେ ଅଧିକ ମନ୍ତବ୍ୟ ଦେବାକୁ ମୁଖପାତ୍ର ମନା କରି ଦେଇଥିବା ବ୍ରିଟେନର ଏକ ଦୈନିକ ଖବରକାଗଜ ଦି ଗାର୍ଡିଆନ୍ ରିପୋର୍ଟ କରିଛି।

ଏହି ନିୟମଗୁଡିକ ଆସନ୍ତା ବର୍ଷ ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ କରିବାକୁ ସୁନକଙ୍କ ସରକାର ଯୋଜନା କରୁଥିବା ରିପୋର୍ଟରେ କୁହାଯାଇଛି। ସିଗାରେଟ୍ ବ୍ୟବହାରକୁ ଧୀରେ ଧୀରେ ହ୍ରାସ କରିବା ପାଇଁ ପିଲାମାନଙ୍କୁ ଇ-ସିଗାରେଟ୍ ବିକ୍ରି ସମୟରେ ଏକ ମାଗଣା ଭେପ୍ କିଟ୍ ଦେବାକୁ ଖୁଚୁରା ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହା ପରେ ଜୁଲାଇରେ ଇଂଲଣ୍ଡ ଏବଂ ୱେଲ୍ସର ପରିଷଦ ଉଭୟ ପରିବେଶ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୨୦୨୪ ସୁଦ୍ଧା ଏକକ ବ୍ୟବହାରକାରୀ ଭେପ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାରକୁ ଆହ୍ୱାନ କରିଥିଲେ।

Rishi Sunak Cigarettes Ban UK UK Smoke-free UK News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe