Advertisment

ରୁଷର ଦାବି: ଭାରତର ନିର୍ବାଚନରେ ମୁଣ୍ଡ ପୂରାଇବାକୁ ଚେଷ୍ଟା କରୁଛି ଆମେରିକା

ଭାରତର ସାଧାରଣ ନିର୍ବାଚନରେ ଆମେରିକା ହସ୍ତକ୍ଷେପ କରୁଛି ବୋଲି ରୁଷ ଦାବି କରିଛି।

ଅଦ୍ୟତନ ହୋଇଛି
Maria-Zakharova

Maria-Zakharova

Advertisment

ଭାରତରେ ଚାଲିଥିବା ଲୋକସଭା ନିର୍ବାଚନରେ ମୁଣ୍ଡ ପୂରାଇବାକୁ ଚେଷ୍ଟା କରୁଛି ଆମେରିକା। ଭାରତର ସାଧାରଣ ନିର୍ବାଚନରେ ଆମେରିକା ହସ୍ତକ୍ଷେପ କରୁଛି। ଏଭଳି କିଛି ଦାବି କରିଛି ରୁଷ। ଭାରତକୁ ଏକ ଦେଶ ଭାବେ ଆମେରିକା ସମ୍ମାନ ଦେଉନଥିବା ରୁଷ ଅଭିଯୋଗ ଆଣିଛି।

Advertisment

ରୁଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ଅଭିଯୋଗ କରିଛନ୍ତି ଯେ ଆମେରିକା ଭାରତର ଆଭ୍ୟନ୍ତରୀଣ ରାଜନୈତିକ ପରିସ୍ଥିତିକୁ ବିଗାଡିବା ସହ ସାଧାରଣ ନିର୍ବାଚନକୁ ଜଟିଳ କରିବାକୁ ଚେଷ୍ଟା କରୁଛି। କେବଳ ଏତିକି ନୁହେଁ, ପନ୍ନୁ ମାମଲାରେ ରୁଷ ଆମେରିକାକୁ ତାଗିଦ ମଧ୍ୟ କରିଛି।

ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି, ‘ଧାର୍ମିକ ସ୍ୱାଧୀନତା ଉପରେ ଆମେରିକା ଭିତ୍ତିହୀନ ଅଭିଯୋଗ ଜାରି ରଖିଛି। ଭାରତର ଜାତୀୟ ମାନସିକତା ଏବଂ ଇତିହାସ ବିଷୟରେ ୱାଶିଂଟନ୍‌ର ସାଧାରଣ ବୁଝାମଣାର ଅଭାବ ରହିଛି। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ସ୍ପଷ୍ଟ ଭାବରେ ହସ୍ତକ୍ଷେପ କରୁଛି ୱାଶିଂଟନ୍‌। ଏଭଳି କରି ସେ ଭାରତର ସାଧାରଣ ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ଚାହୁଁଛି। ଆମେରିକାର ଏଭଳି କାର୍ଯ୍ୟକଳାପ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପକୁ ସ୍ପଷ୍ଟ ଭାବରେ ଦର୍ଶାଉଛି, ଯାହା ଭାରତ ପ୍ରତି ଅପମାନଜନକ।

Advertisment

ଏଥି ସହିତ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ରୁଷ ଭାରତକୁ ସମର୍ଥନ କରିଛି। ପନ୍ନୁ ହତ୍ୟା ଷଡଯନ୍ତ୍ରରେ ଭାରତୀୟ ଅଧିକାରୀଙ୍କ ସମ୍ପୃକ୍ତି ନେଇ ରୁଷ ଆମେରିକାର ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ପନ୍ନୁ ହତ୍ୟା ଷଡଯନ୍ତ୍ରରେ ଭାରତର ସମ୍ପୃକ୍ତ ଥିବା ପ୍ରମାଣ କରିବାକୁ ୱାଶିଂଟନ୍ ଏପର୍ଯ୍ୟନ୍ତ କୌଣସି ବିଶ୍ୱାସନୀୟ ସୂଚନା କିମ୍ବା ପ୍ରମାଣ ଦେଇ ନାହିଁ ବୋଲି ରୁଷ କହିଛି।

କହିରଖୁ ଯେ, ଧାର୍ମିକ ସ୍ୱତନ୍ତ୍ରକୁ ନେଇ ଆମେରିକାର ଆୟୋଗ(USCIRF)ର ସଦ୍ୟତମ ରିପୋର୍ଟରେ ଭାରତ ଧାର୍ମିକ ସ୍ୱାଧୀନତାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ତେବେ ଆମେରିକାର ଏହି ରିପୋର୍ଟକୁ ଭାରତ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି।

USA India Russia Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe