Advertisment

Middle East War: ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ: କ’ଣ କହିଲା ରୁଷ?

ରୁଷର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆମେରିକା ଓ ଇସ୍ରାଏଲକୁ କଡ଼ା ସମାଲୋଚନା କରାଯାଇଛି। ଇରାନ ଉପରେ ହୋଇଥିବା ଆକ୍ରମଣକୁ ରୁଷ ଗୋଟିଏ ଯୋଜନାବଦ୍ଧ ଓ ବିନା କାରଣରେ ସଶସ୍ତ୍ର ହମଲା ବୋଲି କହିଛି।

author-image
Hemant Lenka
Iran23

ଟ୍ରମ୍ପ, ନେତ୍ୟାନହୁ, ଖାମେନେଇ ଓ ପୁଟିନ

ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଆକ୍ରମଣ କରିବା ପରେ ପୂରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି ହୋଇଛି। କିଛି ରାଷ୍ଟ୍ର ଶାନ୍ତି ବଜାୟୀ ରଖିବାକୁ କହିଥିବା ବେଳେ ଆଉ କିଛି ଦେଶ ଆକ୍ରମଣକୁ ସମର୍ଥନ କରିଛନ୍ତି। ଏସବୁ ଭିତରେ ରୁଷର ବୟାନ ସାମ୍ନାକୁ ଆସିଛି।

Advertisment

ରୁଷର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆମେରିକା ଓ ଇସ୍ରାଏଲକୁ କଡ଼ା ସମାଲୋଚନା କରାଯାଇଛି। ଇରାନ ଉପରେ ହୋଇଥିବା ଆକ୍ରମଣକୁ ରୁଷ ଗୋଟିଏ ଯୋଜନାବଦ୍ଧ ଓ ବିନା କାରଣରେ ସଶସ୍ତ୍ର ହମଲା ବୋଲି କହିଛି।

ମନ୍ତ୍ରଣାଳୟ କହିଛି ଯେ ମିଳିତ ଜାତିସଂଘର ଗୋଟିଏ ସାର୍ବଭୌମ ଓ ସ୍ୱାଧୀନ ସଦସ୍ୟ ଦେଶ ଉପରେ ଏପରି ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ। ତତ୍କାଳ ସାମାରିକ ଅଭିଯାନ ବନ୍ଦ କରି ଦୁଇ ପକ୍ଷ କୂଟନୀତିକ ସ୍ତରକୁ ଆସନ୍ତୁ। ଆମେରିକା ଓ ଇସ୍ରାଏଲ ବେଶ ଚତୁରତାର ସହ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଢାଲ କରି ବାସ୍ତବରେ ଶାସନ ବଦଳାଇବାକୁ ଚାହୁଁଛନ୍ତି।

Advertisment

ହମଲା ଯୋଗୁ ଆଞ୍ଚଳିକ ସ୍ତରରେ ମାନବୀୟ, ଆର୍ଥିକ ପ୍ରଳୟ ସୃଷ୍ଟି ହୋଇପାରେ। ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ମଧ୍ୟପ୍ରାଚ୍ୟକୁ ଅନିୟନ୍ତ୍ରିତ ଉତ୍ତେଜନା ଜରିଆରେ ବିପଦ ମୁହଁକୁ ଠେଲି ଦେଉଛନ୍ତି। 

ରୁଷର କହିବା କଥା ଯେ ଅନ୍ତର୍ଜାତୀୟ ଆଟୋମିକ ଏନର୍ଜି ଏଜେନ୍ସିର ସୁରକ୍ଷା ମଧ୍ୟରେ ଥିବା ଆଣବିକ ପ୍ରତିଷ୍ଠାନ ଉପରେ ବୋମା ମାଡ଼ ଆଦୌ ଗ୍ରହଣୀୟ ନୁହେଁ। ଆମେରିକା ଓ ଇସ୍ରାଏଲକୁ ଉତ୍ତେଜନା ପାଇଁ ଦାୟୀ କରି ମସ୍କୋ ଶାନ୍ତିପୂର୍ଣ୍ଣ ସଂକଳ୍ପ ଆଣିବାରେ ମଧ୍ୟସ୍ଥି ସାଜିବାକୁ ପ୍ରସ୍ତୁତ ଥିବା କହିଛି।

ମନ୍ତ୍ରଣାଳୟ ବିବୃତିରେ କହିଛି ଯେ ଏହି ମଣିଷକୃତ ସଙ୍କଟର ନକାରାତ୍ମକ ପରିଣାମ ଦେଖିବାକୁ ମିଳିଛି। ଏହାର ପରିଣାମ ଯୋଗୁ ଅପ୍ରତ୍ୟାଶିତ ପ୍ରତିକ୍ରିୟା ଓ ହିଂସା ବଢ଼ିବାରେ ଲାଗିଛି। ଏଥିପାଇଁ ସେମାନେ(ଆମେରିକା ଓ ଇସ୍ରାଏଲ) ଦାୟୀ। ଅସ୍ଥିରତା ସୃଷ୍ଟି କରିବା ପାଇଁ ଆମେରିକା ଏପରି ଆକ୍ରମଣ କରିଛି।

ଏହି ଆକ୍ରମଣ ଅନ୍ତର୍ଜାତୀୟ ଆଇନର ସ୍ତମ୍ଭ ଉପରେ ହମଲା। ରୁଷ ଗୋଟିଏ ଦଶନ୍ଧି ଧରି ମଧ୍ୟପ୍ରାଚ୍ୟ(Middle East) ସ୍ଥିତିକୁ ସମ୍ଭାଳି ରଖିଛି। ଇରାନ ସହ ରୁଷର ଆର୍ଥିକ ଓ ସୈନ୍ୟ ସମ୍ପର୍କ ବି ଅଛି। ଇସ୍ରାଏଲ ସହ ମଧ୍ୟ ସନ୍ତୁଳିତ ସମ୍ପର୍କ ରଖିବାକୁ ରୁଷ ପ୍ରୟାସ କରି ଆସିଥିବା ମନ୍ତ୍ରଣାଳୟ କହିଛି। 

Middle East